ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ କୃତି
ରାଜା ଇନ୍ଦ୍ରଦୁ୍ୟମ୍ନ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ବାଙ୍କି ମୁହାଣରୁ ସଂଗ୍ରହ କରାଯାଇଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ବଢ଼େଇ ଖୋଜୁଥିଲେ । ଏହି ସମୟରେ ଜଣେ ବୁଢ଼ା ବଢ଼େଇ ଆସି ପହଞ୍ଚô ଥିଲେ । ସେ ଯେ ମୂର୍ତ୍ତି ନିର୍ମାଣ କରିପାରିବେ ରାଜା ରାଣୀ ଏ ବିଶ୍ୱାସ କରିପାରିଲେ ନାହିଁ । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣର ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇ ସର୍ତ୍ତ ରଖିଲେ ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ । ସେ ଉପବାସ କରି ମୂର୍ତ୍ତି ନିର୍ମାଣ କରିବେ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ ରଖିଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍ ଠକ୍ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । ହଠାତ୍ ଆଉ ଶବ୍ଦ ନଶୁଭିବାରୁ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ସେ ଭାବିଲେ ବୁଢ଼ା ବଢ଼େଇ ମୃତୁ୍ୟ ବରଣ କରିଛନ୍ତି । ଗୁଣ୍ଡିଚାରାଣୀଙ୍କ ଅନୁରୋଦରୁ ଦ୍ୱାର ଉନ୍ମୁକ୍ତ କରାଗଲା । ଦେଖାଗଲା ଯେ ବୁଢ଼ା ବଢ଼େଇ ନାହାନ୍ତି - ଅଛି କେବଳ ଦରଗଢ଼ା ଜଗନ୍ନାଥ ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲା ଯେ ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଛା ସେହି ରୂପରେ ହିଁ ଆବିର୍ଭୂତ ହୋଇଛି । ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ କାରିଗର ବିଶ୍ୱକର୍ମା ।
ଲକ୍ଷ୍ମୀ ପୁରାଣରୁ ମଧ୍ୟ ଜଣଯାଏ ଯେ ବିଶ୍ୱକର୍ମାଙ୍କ ପୁର ହେଉଛି ବୈକୁଣ୍ଠପୁର । ଶ୍ରୀୟାଚଣ୍ଡାଳୁଣୀ ଘରକୁ ଜଗତ ଜନନୀ ମା'ଠାକୁରାଣୀ ଯାଇଥିଲେ ବୋଲି ବଳଭଦ୍ରଙ୍କ ପ୍ରରୋଚନାରେ ଯେତେବେଳେ ଜଗନ୍ନାଥ ତାଙ୍କୁ ମନ୍ଦିରକୁ ବାହାର କରିଦେଲେ ସେତେବେଳେ ମାଆ ଲକ୍ଷ୍ମୀ ବାପ ଘରକୁ ନଯାଇ ବିଶ୍ୱକର୍ମାଙ୍କୁ ସ୍ମରଣ କରି ନିବେଦନ କରିଥିଲେ ଗୋଟିଏ ଘର ନିର୍ମାଣ ପାଇଁ । ଏହି ବିଶ୍ୱକର୍ମା ବୈକୁଣ୍ଠରୁ ଅବତରଣ କରି ମା'ଙ୍କ ବୈକୁଣ୍ଠ ସମାନ ନଗର ନିର୍ମାଣ କରିଥିଲେ ।
ଭାଗବତରୁ ଜଣାଯାଏ ଯେ ଯେତେବେଳେ ଭକ୍ତ ସୁଦାମା ଖୁଦ ଭଜା ହାତରେ ଧରି ଦ୍ୱାରକାର ରାଜା କୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ । ସେତେବେଳେ କୃଷ୍ଣ ଆନନ୍ଦରେ କୁଣ୍ଢାଇ ପକାଇଥିଲେ । ସୁଦାମା ନିଜର ମନକଥା କୃଷ୍ଣଙ୍କ ପାଖରେ ପ୍ରକାଶ କରିନଥିଲେ ମଧ୍ୟ ଅନ୍ତର୍ଯ୍ୟାମୀଙ୍କୁ କେଉଁ କଥା ଅଗୋଚର । ସଙ୍ଗେ ସଙ୍ଗେ ଦେବ ଦେବ ବିଶ୍ୱକର୍ମାଙ୍କୁ ଆଜ୍ଞା ଦେଇଥିଲେ ସୁଦାମା ପ୍ରାସାଦ ନିର୍ମାଣ କରି ଧନ ଧାନ୍ୟ ଗୋପଲକ୍ଷ୍ମୀରେ ଭରପୁର କରିପବା ଲାଗି । ଦ୍ୱାରକା ଭୁବନରେ ଥିବା କୃଷ୍ଣଙ୍କପୁର ମଧ୍ୟ ଏହି ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ବୋଲି ଭଗବତରୁ ଜଣାଯାଏ ।
ଭଗବାନ ବିଶ୍ୱକର୍ମା ଇନ୍ଦ୍ରପୁରୀ, ଯମପୁରୀ, ବରୁଣପୁରୀ, କୁବେରପୁରୀ, ପାଣ୍ଡବପୁରୀ, ସୁଦାମାପୁରୀ, ଶିବମଣ୍ଡଳପୁରୀ ଆଦି ନିର୍ମାଣ କରିଥିଲେ । ପୁଷ୍କକ ବିମାନ ନିର୍ମାଣ ତଥା ସମସ୍ତ ଦେବୀଙ୍କ ଭବନ ଏବଂ ସେମାନଙ୍କ ଦୈନିକ ଉପଯୋଗୀ ବସ୍ତୁ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । କର୍ଣ୍ଣଙ୍କ କୁଣ୍ଡଳ, ବିଷ୍ଣୁ ଭଗବାନଙ୍କ ସୁଦର୍ଶନ ଚକ୍ର, ଶଙ୍କର ଭଗବାନଙ୍କ ତ୍ରିଶୂଳ ଓ ଯମରାଜଙ୍କ କାଳଦଣ୍ଡ ଇତ୍ୟାଦି ନିର୍ମାଣ କରିଥିଲେ ଭଗବାନ ବିଶ୍ୱକର୍ମା ।
ଜୀବଜଗତକୁ ବଞ୍ଚାଇ ରଖିବାରେ ସହାୟକ ହେଉଥିବା ସୂର୍ଯ୍ୟ କିରଣ ମଧ୍ୟ ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା । ରାଜବଲ୍ଲଭ ବାସ୍ତୁଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି । ଏହି ବର୍ଣ୍ଣନା ଅନ୍ୟ ଗ୍ରନ୍ଥରେ ମଧ୍ୟ ଦେଖିବାକୁ ମିଳେ । ବିଶ୍ୱକର୍ମାଙ୍କୁ କମ୍ବାସୂତ୍ର, ପୁସ୍ତକ ଓ ଜ୍ଞାନସୂତ୍ର ଧାରକ । ହଂସ ଉପରେ ଆରୁଢ଼, ସର୍ବଦୃଷ୍ଟିଧାରକ, ଶୁଭ ମୁକୁଟ ଓ ବୁଦ୍ଧକାୟ ବୋଲି କୁହାଯାଏ । ବିଶ୍ୱର ସର୍ବପ୍ରଥମ ଟେକ୍ନିକ୍ ଗ୍ରନ୍ଥ ବିଶ୍ୱକର୍ମୀୟ ଗ୍ରନ୍ଥ ବୋଲି ମନାଯାଏ । ବିଭିନ୍ନ ଗ୍ରନ୍ଥ ମଧ୍ୟରେ ବିଶ୍ୱକର୍ମୀୟ ଗ୍ରନ୍ଥ ବହୁତ ପ୍ରାଚୀନ ମନାଯାଏ । ଏହି ଗ୍ରନ୍ଥରେ ବାସ୍ତୁବିଦ୍ୟା, ରଥର ବାହନ, ମାନବ ଓ ଦେବବାସ୍ତୁ ବିଦ୍ୟା ଗଣିତର ସୂତ୍ର ଏକା ସାଙ୍ଗରେ ରହିଛି । ଏହା ସମସ୍ତ ପ୍ରାମାଣିକ ଓ ପ୍ରାସଙ୍ଗିକ ।
ମୋ: ୯୯୩୭୧୭୨୮୧