ଅର୍ଥନୈତିକ ସୁବିଧାବାଦ ଓ ଶ୍ରମିକ ଶ୍ରେଣୀ
ମାୟାଧର ନାୟକ : ପରିବର୍ତ୍ତିତ ପରିସ୍ଥିତିରେ ଆଜି ବଦଳିଯାଇଛି ସଂଗ୍ରାମର ସଂସ୍କୃତି, ଚଲାପଥର ଚିତ୍ରପଟ । ଆଜି ଆମ ସାମ୍ନାରେ ହସ ହସ ମୁହଁରେ ଛଦ୍ମବେଶୀ ଶତ୍ରୁ... ବନ୍ଧୁତ୍ୱର ବେଶଭୂଷାରେ ବିପଜ୍ଜନକ ବୈରୀ । ଅତୀତର ଯେଉଁ ପୁଞ୍ଜିବାଦକୁ ଆମେ ଭେଟୁଥିଲୁ ବନ୍ଧୁକର ସଙ୍ଗୀନ୍ ମୂନରେ, ସୁରକ୍ଷାବଳୟର ବ୍ୟୂହ ମଧ୍ୟରେ - ସେ ପୁଞ୍ଜିବାଦ ତା’ର ପୁରୁଣା ଚରିତ୍ର ବଦଳାଇ ସାରି, ବସିସାରିଲାଣି ଆମ ବୈଠକଖାନାର ଟେବୁଲ ଆରପଟେ । ସେ ଆମକୁ ଖତମ କରିବାକୁ ·ହୁଁଛି ଖେଳେଇ ଖେଳେଇ, ଜଖମ କରିବାକୁ ·ହୁଁଛି ଜବରଦସ୍ତ ! ମାତ୍ର ତା’ର ଏ ବୈରଭାବକୁ ସେ ପିନ୍ଧାଇସାରିଛି ବନ୍ଧୁତ୍ୱର ମାଖନ - ମଖା ମଖମଳ୍ଲୀ ମୁଖା । ବର୍ତ୍ତମାନ ପୁଞ୍ଜିବାଦ ତା’ ମୁହଁରେ ପ୍ର·ର କରୁଛି ପ୍ରଗତିବାଦର ପ୍ରଳାପ... ଧନତନ୍ତ୍ରର ଧ୍ୱଜାରେ ତାରକିତ କରାଯାଇଛି କେତେ ସ୍ମାରକିତ ସ୍ୱପ୍ନ! କୁବେରମାନେ ଦଖଲ କରିସାରିଛନ୍ତି କୁର୍ସି । ସେମାନଙ୍କ ହାତରେ ଶାସନ, ପ୍ରଶାସନ । ସେମାନଙ୍କ ଆଖିର ଇସାରାରେ ନାଚୁଛନ୍ତି ନାଗରୀ-ନମ୍ବରୀ ଫେସନ୍ ସୋ’ର ଫୁଙ୍ଗୁଳୀ ଅପସ୍ରା । ସେମାନଙ୍କ କମ୍ପାନୀର କଳାଧୂଆଁ ଆଜି ଗୋଟାପଣେ ଗିଳିଦେବାକୁ ବସିଛି ଆମ ନୀଳ ଆକାଶ ତଳର ଶ୍ୟାମଳ ପର୍ବତ, ସବୁଜ ପ୍ରାନ୍ତର, ହଳଦିଆ ହିଡମାଟି । ଖାଲି କ’ଣ ମାଟି ଆଉ ଘାଟୀ - ପରିବର୍ତ୍ତିତ ପୁଞ୍ଜିବାଦ ଆଜି ତା’ର ଆସୁରିକ ଆମିଷ ଆଁ ମେଲାଇ ଚଳୁ କରିଦେବାକୁ ବସିଛି ଆମର ଜଳ, ଜମି, ଜଙ୍ଗଲ - ଖଣି - ଖାଦାନ୍ - ବାଗାନ୍... ସବୁକିଛି ! ଆଜିର ଏ ପୁଞ୍ଜିବାଦର ହିସାବଦୋରସ୍ତ ହସ କାଲି ଡାକିଆଣିବ ସର୍ବହରାର ସଂକଟ ! ବିସ୍ଥାପିତ ହେବେ ଆମ ବଂଶଧର ବର୍ଗ । ଅଧିବାସୀର ଅଧିତ୍ୟକାରେ ଆସନ୍ତାକାଲି ଗଢିଉଠିବ କେତେ କଂକ୍ରିଟ କୁତବ୍ମିନାର । ମୁନାଫା ପାଇଁ ସେମାନେ - ସେଇ ସଇତାନୀ ସଇସମାନେ ଆମ କବର ଉପରେ ଠିଆ କରାଇବେ ସେମାନଙ୍କ ଷ୍ଟିଲଘୋଡାର ଷ୍ଟାଚ୍ୟୁ! ଏଇ ଦେଖନ୍ତୁ, ପରିବର୍ତ୍ତିତ ପୁଞ୍ଜିବାଦ କେମିତି ଅଇଁଠାପତ୍ରର ଅବଶିଷ୍ଟାଂଶ ପରି ମୁଠାମୁଠା ବୋନସ୍ ଫିଙ୍ଗି·ଲିଚି ଆଜିର ଶ୍ରମିକ ଶ୍ରେଣୀ ଆଡକୁ । ଯେଉଁ ସୁନ୍ଦରଜୀବନର ପ୍ରତିଶ୍ରୁତି ଏ ପୁଞ୍ଜିବାଦ ଶୁଣାଇ·ଲିଛି, ଜାଣନ୍ତି କି ସେ ପୁଞ୍ଜିର ପାହାଡ ତଳେ ଦିନେ ଆମର ଉତ୍ତରଦାୟାଦ ·ପିହୋଇ ଆର୍ତ୍ତନାଦ କରିବାକୁ ବାଧ୍ୟ ହେବେ? ପ୍ରଚୁର ପୁଞ୍ଜି ତଳେ ଗୁଞ୍ଜି ହୋଇରହିଚି ସଇତାନର କ୍ଷୁଧା । ସେ କ୍ଷୁଧାର ଅଜଗର ଦିନେ ବନ୍ଦୀ କରିନେବ ଆମର ବିବେକ, ବିଶ୍ୱାସ, ବି·ର ଓ ବିଧାନ - ସବୁକିଛି । ମଣିଷର ହୃଦୟକୁ ସେ ପରିଣତ କରିଦେବ ଯନ୍ତ୍ରରେ କେବଳ ! ତା’ ମନ୍ତ୍ର ମଣିଷକୁ ମଇଁଷି, ଭେଣ୍ଡାକୁ ମେଣ୍ଢା, ପୁରୁଷକୁ ପଶୁ ଏବଂ ନାରୀକୁ ନାରକୀୟ କରିବାର ମାରାତ୍ମ ମୋଲାୟମ ମନ୍ତ୍ର । ମୁହଁରେ ହସ ସିନା, ଭିତରେ ଭୟଙ୍କର ବିଷର ଭଉଁରି ! ହୁସିଆର ! ଏ ପୁଞ୍ଜିବାଦ ଆସୁଚି ପରିବର୍ତ୍ତିତ ପର୍ଯ୍ୟାୟରେ ଆତଙ୍କବାଦୀ ଆକ୍ରମଣକାରୀର ଅତୃପ୍ତି ନେଇ । ଏହା ସହିତ ସଂଗ୍ରାମ ତେଣୁ ସୁରୁ ହେବ ସ୍ୱତନ୍ତ୍ର ଶୈଳୀର ରଣନୀତିରେ ।
ସଂପ୍ରତି ପ୍ରଚଳିତ ପୁଞ୍ଜିବାଦ ବ୍ୟବସ୍ଥାରେ ଶ୍ରମିକଶ୍ରେଣୀ ଅର୍ଥନୈତିକ ସୁବିଧାବାଦର ଶିକାର ହୋଇପଡିଛନ୍ତି । ଦେଶର ସଂଖ୍ୟାଧିକ ଶ୍ରମିକନେତା ଏବେ ମାଲିକମାନଙ୍କର ସ୍ୱାର୍ଥ ପାଇଁ କାମ କରୁଛନ୍ତି ।
ସାଂପ୍ରତିକ ସମାଜବ୍ୟବସ୍ଥାରେ ଅତ୍ୟଧିକ ମୁନାଫା ଲାଳସା ପାଇଁ ଶ୍ରମଭିତ୍ତିକ ଶିଳ୍ପକୁ ପୁଞ୍ଜିଭିତ୍ତିକ ଶିଳ୍ପରେ ପରିଣତ କରାଯାଇଛି ଯାହା ଫଳରେ ବ୍ୟାପକ ମେସିନ୍, କମ୍ପ୍ୟୁଟର ପ୍ରଚଳନ ଯୋଗୁ ଶ୍ରମିକ ଛଟେଇ ଏକପ୍ରକାର ସାଧାରଣ ଘଟଣା ପାଲଟିଯାଇଛି ଓ ନୂଆନୂଆ ନିଯୁକ୍ତି ସୃଷ୍ଟି ହେବାରେ ଅନ୍ତରାୟ ସୃଷ୍ଟି ହୋଇଛି । ଶ୍ରମଜୀବୀମାନଙ୍କୁ ନ୍ୟାୟୋଚିତ ମଜୁରୀ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବାରେ ସରକାର କିମ୍ବା ଆଇନ୍କାନୁନ୍ କାର୍ଯ୍ୟକାରୀ ପଦକ୍ଷେପ ନେଇ ପାରୁନାହାଁନ୍ତି । ମାତ୍ର ମନେରଖିବାକୁ ପଡିବ ଯେ ଶ୍ରମମେବ ଜୟତେ ହିଁ ପ୍ରକୃତରେ ସତ୍ୟମେବ ଜୟତେ - ଶ୍ରମକୁ ସଂଭ୍ରମ ନ ଦେଲେ ସଭ୍ୟତାର ଜୟଯାତ୍ରା ହେବ ଭ୍ରମ ସଂକୁଳ । ଆସନ୍ତାକାଲିର ଅଗ୍ରଗତି ନିମନ୍ତେ ଏହା ହିଁ ଆଜିର ଆହ୍ୱାନ - ଶ୍ରମମେବ ଜୟତେ । ପୃଥିବୀର ପ୍ରତ୍ୟେକ ପ୍ରାନ୍ତ ଆଜି ଏହି ବିଜୟର ଅପେକ୍ଷାରେ । ଶ୍ରମ ଓ ପୁଞ୍ଜି ମଧ୍ୟରେ ବିବାଦ ଲଢେଇ ପୂର୍ବରୁ ଥିଲା ଆଜି ମଧ୍ୟ ଅଛି । ଶ୍ରମିକମାନେ ଉପଯୁକ୍ତ ମଜୁରି ·ହାଁନ୍ତି । ମାଲିକମାନଙ୍କର ଅତ୍ୟଧିକ ମୁନାଫା ଦରକାର । ଏ କଥା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅପ୍ରିୟ ସତ୍ୟ । ଆଜିବି ୧ ଭାଗ ମାଲିକ ଶ୍ରେଣୀର ରାଜୁତି ବିଶ୍ୱବ୍ୟାପି ·ଲିଛି । ବାକି ୯୯ ଭାଗ ଶ୍ରମଜୀବୀ ଏବେବି ଶୋଷିତ, ନିଷ୍ପେଷିତ, ନିର୍ଯାତିତ । ଶ୍ରମିକ ଶ୍ରେଣୀର ବିଭିନ୍ନ ଦେଶରେ କମ୍ୟୁନିଷ୍ଟ ପାର୍ଟି ଖଣ୍ଡବିଖଣ୍ଡିତ । ସର୍ବହରାର ଏକନାୟକତ୍ୱର ଲକ୍ଷ୍ୟ, ମାର୍କସବାଦ, ଲେନିନବାଦ, ମାଓବାଦକୁ କେବେଠୁ ଭୁଲିଗଲାଣି । ନୀତି ଆଦର୍ଶ ମୁହଁରେ ଯେତେ କଣ୍ଠ ଫଟାଇ ଚିକ୍ରାର କଲେବି କାର୍ଯ୍ୟରେ ପେଟି ବୁର୍ଜୁଆ । ମାଲିକ ଶ୍ରେଣୀ ବିଭିନ୍ନ ଦେଶରେ ସଂକଟରେ ପଡି ଛଟପଟ ହେଉଥିଲାବେଳେ ସେମାନଙ୍କ ଦ୍ୱାରା ପାଳିତ ରାଜନୈତିକ ଦଳ ମଧ୍ୟରେ ମଧ୍ୟ ଭାଙ୍ଗଣ ଧରିଛି । ତେଣୁ ମାଲିକ ଓ ଶ୍ରମିକ ଶ୍ରେଣୀ ଦଳମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଅବ୍ୟାହତ ରହିଛି । ଏହାଦ୍ୱାରା ଶ୍ରମିକଶ୍ରେଣୀ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି । ପୁଞ୍ଜି ବିରୁଦ୍ଧରେ ଲଢେଇ କରି ଶ୍ରମିକ ଶ୍ରେଣୀ ଛିନ୍ଛତ୍ର ହୋଇପଡିଛି । ଏଇ ବିଶ୍ୱର ବିନ୍ଧାଣି ଶ୍ରମିକଶ୍ରେଣୀ କେବେ ତା’ର ହକ୍ ପ୍ରାପ୍ୟ ଅଧିକାର ପାଇବ? ଏଇ ଅଧିକାର ପାଇଁ ଶ୍ରମିକ ଶ୍ରେଣୀକୁ ଐକ୍ୟବଦ୍ଧ କରି ସଠିକ୍ ପଥରେ ପରି·ଳନା କରିବା ପାଇଁ ଯେଉଁମାନେ ସ୍ୱଘୋଷିତ ଦାୟିତ୍ୱ ବହନ କରିଥିଲେ - ସେମାନେ ପାର୍ଲାମେଂଟର ମୋହରେ ପଡି ଧରାଶାୟୀ । ଯାହା ଫଳରେ ଆନେ୍ଦାଳନ ଆଉ ସେ ପୂର୍ବ ଆନେ୍ଦାଳନ ଭଳି ନାହିଁ । ସଠିକ୍ ନେତୃତ୍ୱ ଓ ଆନେ୍ଦାଳନ ବିନା ଶ୍ରମିକଶ୍ରେଣୀ ଆପଣାର ଅଧିକାର ସାବ୍ୟସ୍ତ କରିପାରୁନି । ବିଶ୍ୱର ବିଭିନ୍ନ ଦେଶରେ ଏପରିକି କିଛି କିଛି ଦେଶର ବିଭିନ୍ନ ରାଜ୍ୟରେ ଆମ ଭାରତର ପଶ୍ଚିମବଙ୍ଗ, ତ୍ରିପୁରା, କେରଳ ରାଜ୍ୟରେ କମ୍ୟୁନିଷ୍ଟମାନେ ସରକାରରେ ଥିଲେ । କିନ୍ତୁ ଶ୍ରମିକଶ୍ରେଣୀର ଯେଉଁ ପରିବର୍ତ୍ତନ ହେବାର ଥିଲା ତାହା ହେଲାନି । ଏଥିପାଇଁ ଶ୍ରମିକମାନଙ୍କ ଅପେକ୍ଷା ନେତାମାନେ ବେଶି ଦାୟୀ ।
ଶ୍ରମିକମାନଙ୍କୁ ରାଜନୈତିକ ଭାବେ ସଚେତନ କରାନଯାଇ ଅର୍ଥନୈତିକ ସୁବିଧାବାଦର ଗଣ୍ଡି ଭିତରକୁ ଛାଡି ଦିଆଗଲା । ପୁଞ୍ଜିର ଚରିତ୍ର ଅହର୍ନିଶ ବଦଳି ଯାଉଥିଲାବେଳେ ଶ୍ରମର ଚରିତ୍ର ସେଇ ପୁରୁଣା ଢଙ୍ଗରେ ·ଲିଛି । ଟ୍ରେଡ୍ ୟୁନିୟନମାନେ ନୂଆ ଭାବେ ଶ୍ରମିକ ଶ୍ରେଣୀକୁ ଦିଗ୍ଦର୍ଶନ ଦେଉନାହାଁନ୍ତି । ଯେତେ ଆନେ୍ଦାଳନ କଲେ ମଧ୍ୟ ବାସ୍ତବ ଦାବି ପୂରଣ ହେଉନି ।
ହଁ, ସଂଗ୍ରାମ-ସଂଗଠନ-ସଂକଳ୍ପ...ସବୁ ଏକ ହେବ ଆସନ୍ନ ମୁକାବିଲାର ମଇଦାନରେ । ମାତ୍ର ହେ ବନ୍ଧୁଗଣ; ଆମର ପହିଲା ନମ୍ବର ଦୁଷ୍ମନ୍ ଏଇ ସ୍ଫୀତିକୃତ ପୁଞ୍ଜିବାଦ ସହିତ ଲଢିବା ପୂର୍ବରୁ ଆମକୁ ପ୍ରଥମେ କିନ୍ତୁ ଲଢିବାକୁ ପଡିବ ଆମ ନିଜ ଭିତରର ଦ୍ୱନ୍ଦ୍ୱ, ଦ୍ୱିଧା ଓ ଦ୍ୱିଖଣ୍ଡିତ ଦର୍ଶନ ସହିତ । କାରଣ ଭବିଷ୍ୟତର ମହାସଂଗ୍ରାମ ପୂର୍ବରୁ ଆମର ପୂର୍ବପ୍ରସ୍ତୁତି ଆରମ୍ଭ ହେବ ଆମ ନିଜର ଅଟଳ ନିଷ୍ଠା ଓ ଅସଲ ଅଙ୍ଗୀକାରକୁ ସମ୍ବଳ କରି । ଆମକୁ ସଂକଳ୍ପ ନେବାକୁ ପଡିବ ନିଜ ରକ୍ତାକ୍ଷରରେ । ଆମ ଭିତରର ଭୟକୁ ଜୟ କଲେ ହିଁ ବିଜୟ ଆମର ହାତପାଆନ୍ତାରେ । ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ର୍ନିବିଶେଷରେ ଆମେ ସମସ୍ତେ ହେବା କାୟୋମନୋବାକ୍ୟରେ କ୍ରାନ୍ତିକାମୀ-ଅଗ୍ରଗାମୀ ! ଆମ ଅଗ୍ରଗତିର ପଥ ଯେତେ ଦୁର୍ଗମ ହେଉପଛେ, ସେ ପଥ ହେଉ ବଜ୍ରଶପଥର ବନପଥ । ଆମ ମହାସଂଗ୍ରାମର ପାନିପଥ । ଆନେ୍ଦାଳନର ଆବର୍ତ୍ତ ପରେ ଆମେ ବିପ୍ଳବର ବିଜୟ ପତାକା ଉଡାଇବା ଦଳିତ-ଶୋଷିତ-ନିଷ୍ପେଷିତର ନବର୍ନିମିତ ରାଜଧାନୀରେ । ଏଇଥିପାଇଁ ଆଜି ପ୍ରୟୋଜନ ସେଇ ପ୍ରଲୋଭନମୁକ୍ତ ଲୌହକଠିନ ଚରିତ୍ରବତା - ଅଙ୍ଗୀକାରବଦ୍ଧ ଆଗ୍ନେୟ ଆଦର୍ଶ ଏବଂ ନିଷ୍ଠାପର ନେତୃତ୍ୱର ଉଦାତ୍ତ ଆହ୍ୱାନ । ଏକ ଆଦର୍ଶ ଚରିତ୍ରସଂପନ୍ନ ଅଗ୍ନିଗର୍ଭ ନେତୃତ୍ୱର ଡାକରାରେ ହିଁ ସଂଗଠନ ଡାକିଆଣିବ ସଂକଳ୍ପର ସଂସ୍କୃତି - ସଂଗ୍ରାମର ମଇଦାନରେ । ଆମେ ମୁକ୍ତ କରିପାରିବା ବନ୍ଦୀ ବିଶ୍ୱ - ପୁଞ୍ଜିବାଦର ମାଲିକାନା ସ୍ୱ୍ୱତ୍ତ୍ୱ କବଳରୁ ।
ମୋ : ୯୮୬୧୦୩୪୧୬୩