ତଞ୍ଚକତା କରି ହାତଉଛନ୍ତି ରନ୍ଧନ ଗ୍ୟାସ୍ ସିଲିଣ୍ଡର
ସହର ଠୁ ଗାଁ ସବୁଠି ମାଳ ମାଳ ହୋଟେଲ୍ । ରାସ୍ତାକଡ଼ରେ ମାଳ ମାଳ ଫାଷ୍ଟ ଫୁଡ୍ ଦୋକାନ, ଚା ଦୋକାନ ଓ ଜଳଖିଆ ଦୋକାନ । ସବୁଠି ବ୍ୟବହାର ହେଉଛି ଘରୋଇ ଗ୍ୟାସ୍ ସିଲିଣ୍ଡ । ତାଠାରୁ ଆହୁରି ସାଙ୍ଘାତିକ ତଥ୍ୟ ହେଉଛି ସହର ବଜାରରେ ଗଢି ଉଠିଥିବା ମାଳ ଓଲ୍ଡିଂ ଦୋକାନରେ ବି ଖୁଲାମ ଖୁଲା ବିପଦପୂର୍ଣ୍ଣ ଭାବେ ବ୍ୟବହାର ହେଉଛି ଘରୋଇ ଗ୍ୟାସ୍ ସିଲିଣ୍ଡର୍ । କେତେବେଳେ ଯେ, ବଡ ଧରଣର ଅଘଟଣ ଘଟିପାରେ । ବାହାଘର ଭୋଜି ଠାରୁ ଆରମ୍ଭ କରି ରାଜନୈତିକ କାର୍ଯ୍ୟକ୍ରମରେ ଆୟୋଜିତ ହେଉଥିବା ଭୋଜିଭାତ ମାନଙ୍କରେ ବି ଲାଗୁଛି ଘରୋଇ ଗ୍ୟାସ୍ ସିଲିଣ୍ଡର୍ । ଅନ୍ୟପଟେ ଘରୋଇ ହିତାଧିକାରୀମାନେ ଆଗୁଆ ବୁକିଂ କଲେ ମଧ୍ୟ ଠିକ୍ ସମୟରେ ଗ୍ୟାସ୍ ସିଲିଣ୍ଡର୍ ଯୋଗାଣ ହେଉ ନଥିବା ଆସୁଛି ଅଭିଯୋଗ ହେଉଛି । ବିଭାଗ ସବୁ ଜାଣି ଚୁପ୍ ବସିଛି ବିଭାଗ । କୌଣସି ଠାରେ ବି ହେଉନି ଧର ପଗଡ । ଗ୍ୟାସ୍ ଏଜେନ୍ସିଙ୍କୁ ହାତରେ ରଖି ଅନେକ ଅସାଧୁ ବ୍ୟବସାୟୀ ଚଞ୍ଚକତା କରି ଜଣେ ଜଣେ ହାତେଇଛନ୍ତି ଏକାଧିକ ଘରୋଇ ଗ୍ୟାସ୍ ସିଲିଣ୍ଡର୍ । ସୁରକ୍ଷା ଦୃଷ୍ଟିରୁ ଗ୍ୟାସ୍ ସିଲିଣ୍ଡରକୁ ବ୍ୟବହାର ନିମନ୍ତେ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା-ଡୋମେଷ୍ଟିକ (ଘରୋଇ), କମର୍ସିଆଲ(ବାଣିଜ୍ୟକ) ଏବଂ ଇଣ୍ଡଷ୍ଟ୍ରୀୟାଲ(ଶିଳ୍ପ ସମ୍ବନ୍ଧୀୟ) । ତେବେ ଅଭିଯୋଗ ଅନୁଯାଇ ସରକାରଙ୍କ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ ଗ୍ୟାସ୍ ସିଲିଣ୍ଡର୍ର ବ୍ୟବହାର କରାଯାଉଥିବାରୁ କେବଳ ଯେ, ଘରୋଇ ଗ୍ୟାସ୍ ଉପଭୁକ୍ତା ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହା ନୁହେଁ, ଏହି ଅସାଧୁ ବ୍ୟବସାୟ ହେତୁ ଖୋଦ୍ ପେଟ୍ରୋଲିୟମ ଯୋଗାଣ ବିଭାଗ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଥିବା ଜଳ ଜଳ ହୋଇ ଦିଶୁଛି । ଘରୋଇ ଗ୍ୟାସ୍ ସିଲିଣ୍ଡର୍ ୧୪.୨ କି.ଗ୍ରା ଓଜନର ମିଳୁଥିବା ବେଳେ, ବାଣିଜ୍ୟକ ଗ୍ୟାସ୍ ସିଲିଣ୍ଡର୍ ୧୯ ରୁ ୪୭କି.ଗ୍ରା ପର୍ଯ୍ୟନ୍ତ ମିଳୁଛି, ସେହିପରି ଶିଳ୍ପ ସମ୍ବନ୍ଧୀୟ ଗ୍ୟାସ୍ ସିଲିଣ୍ଡର୍ ୩୫ ରୁ ୧୦୦ କି.ଗ୍ରା ପର୍ଯ୍ୟନ୍ତ ବଜାରରେ ଉପଲବ୍ଧ ହେଉଛି । ଗ୍ୟାସ୍ ସିଲିଣ୍ଡରର ଉପଯୁକ୍ତ ଓ ସଠିକ୍ ବ୍ୟବହାର ନିମନ୍ତେ ବା କେଉଁ ଗ୍ୟାସ୍ ସିଲିଣ୍ଡର କେଉଁ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ସେଥିନିମନ୍ତେ କମ୍ପାନୀ ପକ୍ଷରୁ ସିଲିଣ୍ଡର୍ ମାନଙ୍କରେ ଉପଯୁକ୍ତ ବୈଧାନିକ ସତର୍କତା ମଧ୍ୟ ଉଲ୍ଲେଖ କରାଯାଉଛି । ଘରୋଇ ଗ୍ୟାସ୍ ସିଲିଣ୍ଡର୍ରେ ସ୍ପଷ୍ଟ ଭାବେ ଲେଖାଯାଇଥାଏ ଓନଲି ଡୋମେଷ୍ଟିକ ୟୁଜ୍, ବାଣିଜ୍ୟକ ଗ୍ୟାସ୍ ସିଲିଣ୍ଡରରେ ଲେଖାଯାଇଥାଏ ଓନଲି କମର୍ସିଆଲ ୟୁଜ୍ ଏବଂ ଶିଳ୍ପ ସମ୍ବନ୍ଧୀୟ ଗ୍ୟାସ୍ ସିଲିଣ୍ଡର୍ ମାନଙ୍କରେ ଲେଖାଯାଇଥାଏ ଓନଲି ଇଣ୍ଡଷ୍ଟିୟଲ୍ ୟୁଜ । କିନ୍ତୁ ଏସବୁକୁ ଖାତିର କରୁନାହାନ୍ତି ଗ୍ୟାସ୍ ଏଜେନ୍ସି ମାନେ । ଅସାଧୁ ବ୍ୟବସାୟୀଙ୍କ ହାତରେ ଟେକି ଦେଉଛନ୍ତି ଘରୋଇ ବ୍ୟବହାର ଯୋଗ୍ୟ ଗ୍ୟାସ୍ ସିଲିଣ୍ଡର । ପ୍ରେସର୍ ଦୃଷ୍ଟି କୋଣରୁ ଯଦି ଦେଖାଯାଏ ଘରୋଇ ଗ୍ୟାସ୍ ସିଲିଣ୍ଡରରେ ରହିଛି ସବୁଠୁ କମ୍ ପ୍ରେସର୍ ତେବେ ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଶିଳ୍ପ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଯୋଗୁଁ କେତେବେଳେ ଯେ, କିଛି ଅଘଟଣ ଘଟିବ ଏକଥାକୁ ଏଡାଇ ଦିଆଯାଇ ନପାରେ । ବ୍ୟବସାୟ ପ୍ରତିଷ୍ଠାନ ଓ ଶିଳ୍ପ ପ୍ରତିଷ୍ଠାନରେ ଉଚ୍ଚ କ୍ଷମତା ସମ୍ପନ୍ନ କାର୍ଯ୍ୟ ହେଉଥିବାରୁ ଏହି ସିଲିଣ୍ଡର ଉପରେ ଅତ୍ୟଧିକ ଚାପ ପଡ଼ି ଏହା କୌଣସି ମୁହୂର୍ତ୍ତରେ ବି ବିସ୍ଫୋରଣ ହେବାର ଆଶଙ୍କା ରହିଛି । ତେବେ ଏହିପରି ଅସାଧୁ ବ୍ୟବସାୟୀ ଓ ଗ୍ୟାସ୍ ଏଜେନ୍ସିଙ୍କ ମଧୁଚନ୍ଦ୍ରିକା ହେତୁ ଠିକ୍ ସମୟରେ ଗ୍ୟାସ୍ ସିଲିଣ୍ଡର୍ ପାଇବାରୁ ବାରମ୍ବାର ବଞ୍ଚିତ ହେଉଛନ୍ତି ଘରୋଇ ଗ୍ୟାସ୍ ଉପଭକ୍ତା । ବିଭାଗ ସବୁ ଜାଣଶୁଣି ଚୁପ୍ ବସି ନରହି ଧର ପଗଡ କଲେ ଏପରି ଅସାଧୁ ବ୍ୟବସାୟରେ ରୋକ୍ ଲାଗି ପାରିବ ।