ମେଡିକାଲ୍ କଲେଜ କମିଟି ପକ୍ଷରୁ ଦାବିପତ୍ର

ତାଳଚେର : ତାଳଚେର ଠାରେ ଥିବା ପବିତ୍ର ମୋହନ ପ୍ରଧାନ ମେଡିକାଲକୁ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲର ଟିଚିଙ୍ଗ ହସ୍ପିଟାଲ୍ କରି ତୁରନ୍ତ ରୋଗୀ ସେବା ଆରମ୍ଭ କରିବା ଦାବିରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତାଳଚେର ଉପଖଣ୍ଡର ଜନସାଧାରଣ କୋଇଲା ଖଣି ଓ ଶିଳ୍ପ ଦ୍ୱାରା ହେଉଥିବା ବିଷ ବଳୟରେ ଜର୍ଜରିତ ହୋଇ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଓଡିଶା ରାଜ୍ୟ ସରକାର ତାଳଚେରସ୍ଥ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ଆଣ୍ଡ ହସପିଟାଲ୍ର ଟିଚିଙ୍ଗ ହସପିଟାଲ୍ ଭାବେ ଅନୁଗୋଳ ଜିଲ୍ଲା ମେଡିକାଲ୍କୁ ଟିଚିଙ୍ଗ ହସ୍ପିଟାଲ୍ କରି ନିଯୁକ୍ତ ୬୦ ଜଣ ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସରଙ୍କ ଦ୍ୱାରା ରୋଗୀ ସେବା କରିବା ଫଳରେ ତାଳଚେର ଉପଖଣ୍ଡର ଜନସାଧାରଣଙ୍କୁ ଚିକିତ୍ସା ପାଇବାରୁ ବଞ୍ଚôତ କରାଯାଇଛି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ତାଙ୍କର ନିଷ୍ପତ୍ତି ପରିବର୍ତ୍ତନ କରି ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍କୁ ତାଳଚେରସ୍ଥ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ର ଟିଚିଙ୍ଗ ହସ୍ପିଟାଲ୍ କରି ତୁରନ୍ତ ରୋଗୀ ସେବା କରିବାର ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗର ସୁବ୍ୟବସ୍ଥା କରିବା ନିମନ୍ତେ ବିକ୍ଷୋଭକାରୀମାନେ ଦାବି କରିଥିଲେ । ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମ ଚରଣ ସାମଲ, କେଶବ ଭୂତିଆ, ବିନୋଦ ଲାଲ୍, ଦିଗାମ୍ବର ଗଡନାୟକ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ଚୈତନ୍ୟ ପ୍ରଧାନ, କୈଳାସ ସାହୁ, ମନୋଜ କୁମାର ଜେନା, ସୁକାନ୍ତ କୁମାର ଦାସ, ଶୋଭାଗିନୀ ଦେବୀ, ସୁରେଶ ପଟ୍ଟନାୟକ, ଜମ୍ବେଶ୍ୱର ପଟ୍ଟନାୟକ, କାହ୍ନୁ ଚରଣ ସାହୁ, ପରମାନନ୍ଦ ସାହୁ, ବଳରାମ କୁଣ୍ଡ, ଡିଲେଶ୍ୱର ବେହେରା, ଜୟସେନ୍ ମେହେର, ବିଜୟ ମିଶ୍ର, ଦୀପେନ୍ଦ୍ର ପ୍ରଧାନ, ସଂଗ୍ରାମ କେଶରୀ କୁଅଁର, ପ୍ରେମାନନ୍ଦ ମହାନ୍ତି, ପ୍ରଗତି ନାୟକ, ସଞ୍ଜୟ ଦାସଙ୍କ ସମେତ ଶତାଧିକ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପୂରଣ ହେବା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଧାରାବାହିକ ଭାବେ ଆନେ୍ଦାଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରାଯାଇଛି ।