ନାରୀ ସୁରକ୍ଷା ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା
ବଡ଼ସାହି : ସମଗ୍ର ରାଜ୍ୟରେ ନାରୀ ଅସୁରକ୍ଷିତ ହୋଇ ପଡିଥିବା ବେଳେ ନାରୀ ନିର୍ଯାତନା ଓ ଧର୍ଷଣ ବଢ଼ିଚାଲିଛି । ରାଜ୍ୟ କଂଗ୍ରେସ ଏହାର ପ୍ରତିବାଦ କରିଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଦେଖାଯାଉଛି । ଯାହାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କ ଆହ୍ୱାନକ୍ରମେ ସମସ୍ତ ଜିଲ୍ଲାରେ ଦଳ ପକ୍ଷରୁ ନାରୀର ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦାବିରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବଡ଼ସାହି ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଯୁବ ନେତା ଶଶାଙ୍କ ଶେଖର କରଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ ବଡ଼ସାହି ବଜାର ପରିକ୍ରମା କରିଥିଲା । ଏଥିରେ ବ୍ଲକ୍ ପର୍ଯ୍ୟବେକ୍ଷକ ଭାବେ ରବି ନାରାୟଣ ଜେନା ଯୋଗ ଦେଇଥିବା ବେଳେ ପୂର୍ବତନ ବ୍ଲକ୍ ସଭାପତି ଗୁଣନିଧି ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ବଳା, ଆନନ୍ଦ ଶଙ୍କର ପାତ୍ର, ସତ୍ୟବ୍ରତ ସାହୁ, ରବୀନ୍ଦ୍ର ମହାନ୍ତ, ପୂର୍ଣ୍ଣଚନ୍ଦ୍ର ହାଁସଦା, ଚିନ୍ତାମଣି ଟୁଡୁ ଏବଂ ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ ।
ବେତନଟୀ: ରାଜ୍ୟରେ ନାରୀମାନଙ୍କୁ ନିର୍ଯାତନା ଦିନକୁ ଦିନ ବଢୁଥିବାବେଳେ ସରକାରଙ୍କ ବିରୁଦ୍ଧରେ ବେତନଟୀ ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ନୂତନ ସରକାର ଆସିବା ପରଠୁ ନାରୀ ନିର୍ଯାତନା ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାର ଏ ଦିଗରେ ରୋକ୍ ଲଗାଇବା ପାଇଁ ଆଗାମୀ ଦିନରେ କିପରି ଆଇନ ବ୍ୟବସ୍ଥାକୁ କଡାକଡି କରିବେ, ସେ ଦିଗରେ ପଦକ୍ଷେପ ନେବାକୁ ଦାବି ରଖିଥିଲେ । କଂଗ୍ରେସ ବ୍ଲକ ସଭାପତି କୁଶଧର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ମଶାଲ ଶୋଭାଯାତ୍ରାରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଯଶବନ୍ତ ନାରାୟଣ ଲାଗୁରି, ବେତନଟୀ କଂଗ୍ରେସ ପର୍ଯ୍ୟବେକ୍ଷକ ପ୍ରକାଶକର ମହାପାତ୍ର, ଆଇନ ଜୀବି ପ୍ରବୀର କୁମାର ବାରିକ, ବିଧାୟକ ପ୍ରାର୍ଥୀ କ୍ଷୀରୋଦ ଚନ୍ଦ୍ର ପାତ୍ର, ନାରୀ ନେତ୍ରୀ ମାଧବୀ ସେନାପତି, ସୁଭାଷ ଚନ୍ଦ୍ର ଦାଶ, ଯୁବନେତା ରବି ମୁର୍ମୁ, ରଘୁନାଥ ମୁର୍ମୁ, ଗୁଗୁ ମନ୍ତ୍ରୀ, ହରି ପ୍ରଧାନ, ମଣ୍ଟୁ ମହାନ୍ତ, ସାଗ୍ରାମ ମାଣ୍ଡି, ରବି ମାଣ୍ଡି, ସୃଷ୍ଟିଧର ପାତ୍ର, କୁନା ବାରିକ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକୁ ସଫଳ କରାଇଥିଲେ ।
ନୀଳଗିରି : ଦେଶରେ ବିଜେପି ଶାସନାଧିନ ମୋଦି ସରକାର ନାରୀକୁ ସମ୍ମାନର କଥା କହୁଥିବାବେଳେ ଦେଶରେ ନାରୀଜାତି ଅବହେଳିତ, ଧର୍ଷଣର ଶିକାର, ୫୦ପ୍ରତିଶତ ସଂରକ୍ଷଣ ଆଦି କେବଳ ଭୁଆଁବାଣ ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି । ନୀଳଗିରି କଂଗ୍ରେସ ପକ୍ଷରୁ ନଗର ସଭାପତି ଉପେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନାରୀକୁ ସମ୍ମାନ, ୱାକଫ୍ ବିଲ ପ୍ରତ୍ୟାହାର, ରନ୍ଧନଗ୍ୟାସ ଦରବୃଦ୍ଧି ଦାବିନଇ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ ଆସିଥିଲା । ଏହି ଶୋଭାଯାତ୍ରାରେ ଯଶୋଦାନନ୍ଦନ ସିଂହ, ଅଶ୍ୱନୀ ପାତ୍ର, ମହିଳା ସଭାପତି ବାସନ୍ତୀ ସିଂ, ଶାନ୍ତନୁ ମହାଳିକ, ପତିତପାବନ ନାୟକ, ଅଭିଜିତ ଜେନା, ବିଶ୍ୱଭୂଷଣ ଖିଲାର, ମଧୁସୂଦନ ଦାସ, ରବୀନ୍ଦ୍ର ନାୟକ, ବ୍ରଜମୋହନ ପୃଷ୍ଟି, ହେମନ୍ତ ନାୟକ, ରଥ ସିଂ, ଚନ୍ଦ୍ରମୋହନ ସିଂ, ରାଜକିଶୋର ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।
ଖଇରା: ଓଡିଶାରେ ଭାଜପା ସରକାରରେ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କଂଗ୍ରେସ କମିଟିର ଏକ ମଶାଲ ଶୋଭାଯାତ୍ରା ଖଇରା ବଜାର ପରିକ୍ରମା କରିଛି । ପ୍ରଥମେ ଏହି ମଶାଲ ଶୋଭାଯାତ୍ରା ବଣପାରିଆ ଛକରୁ ବାହାରି ସୋର-କୁପାରୀ ରାସ୍ତାରେ ଖଇରା ବଜାର ଦେଇ ବ୍ଲକ ଛକରେ ପହଞ୍ଚôବା ପରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଶତାଧିକ କର୍ମୀ ଭାଜପା ସରକାର ବିରୋଧର ସ୍ଳୋଗାନ ଦେଇଥିଲେ । କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା, ସିମୁଳିଆ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡା, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ପ୍ରଶାନ୍ତ ପାତ୍ର, ବସନ୍ତ କୁମାର ପାତ୍ର, ଗଜେନ୍ଦ୍ର ସେଠୀ, ମଣ୍ଟୁ ଦଳେଇ, ବେବୀ ବଳବନ୍ତରାୟ, ବିଶ୍ୱଜିତ ରାଉତ ପ୍ରମୁଖ ରାଜ୍ୟର ଭାଜପା ସରକାରକୁ ସମାଲୋଚନା କରି ୯ମାସ ମଧ୍ୟରେ ନାରୀ ନିର୍ଯାତନା ସୀମା ଲଙ୍ଘିଥିବା ବେଳେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ।