ପିଜି ଏକାଡେମୀକ ବ୍ଲକ ଉଦ୍ଘାଟିତ
କଟକ : ଖ୍ରୀଷ୍ଟ କଲେଜରେ ଉଚ୍ଚ ଶିକ୍ଷା ବିଭାଗର ଭିତ୍ତିଭୂମି ବିକାଶ ସହାୟତା ଯୋଜନାରେ ଆର୍ଥôକ ସାହାଯ୍ୟରେ ନିର୍ମିତ ହୋଇଥିବା ପିଜି ଏକାଡେମିକ ବ୍ଲକ ଉଦ୍ଘାଟିତ ହୋଇଯାଇଛି । ସିଏମସି କମିଶନର ଅନାମ ଚରଣ ପାତ୍ର ନବନିର୍ମିତ ଏହି ବ୍ଲକକୁ ଉଦ୍ଘାଟନ କରିଥିଲେ । କଟକ ସହରରେ ସ୍ନାତ୍ତୋକୋତ୍ତର ଶିକ୍ଷା ପାଇଁ ଆଗ୍ରହୀ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଏହା ଏକ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି ହେଲା ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ । ଉତ୍ସବରେ ସ୍ଥାନୀୟ କର୍ପୋରେଟର ବିକାଶ ରଂଜନ ବେହେରା, ପରିଚାଳନାର ସମିତିର ସଭାପତି ଅନୁପମ ପାତ୍ର, ସଂପାଦକ ସୁବାଶିଷ ସାହୁ, ଅଧ୍ୟକ୍ଷା ମଧୁମିତା ପାତ୍ର, ପରିଚାଳନା ସମିତି ସଦସ୍ୟ ଚନ୍ଦନ ଦାସ, ସୌମେନ୍ଦ୍ର ଦାସ, ଡ ଦେବଜାନୀ ଦାସ, ସୁମନ ରାୟ, ଡ କ୍ଷଣପ୍ରଭା ନନ୍ଦ, ସୌଭନ ପଣ୍ଡା, ଡା ଅଶୋକ ସାହୁଙ୍କ ସମେତ କଲେଜର ଅଧ୍ୟାପିକା, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଖ୍ରୀଷ୍ଟ କଲେଜରେ ଆରମ୍ଭ ହୋଇଥିବା ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ଶିକ୍ଷା, ବାଣିଜ୍ୟ ଓ ରାଜନୀତି ବିଜ୍ଞାନ ବିଷୟରେ ସ୍ନାତ୍ତୋକତ୍ତର ପାଠ୍ୟକ୍ରମର ଭିତ୍ତିଭୂମି ସୁଦୃଢ଼ ହୋଇଛି ।