ଏହି ଜିଲ୍ଲାରେ ଆଜି ହେବ କାଳବୈଶାଖୀ

thunderstorm

ଏହି ଜିଲ୍ଲାରେ ଆଜି ହେବ କାଳବୈଶାଖୀ

ଭୁବନେଶ୍ୱର : ଗଜପତି, ଗଞ୍ଜାମ, ମୟୂରଭଞ୍ଜରେ ଏବେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ  । ଆଗାମୀ କିଛି ଘଣ୍ଟା ଧରି ଝଡ଼ବର୍ଷା ଜାରି ରହିବ  । ୩ ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି  । କାଳବୈଶାଖୀର ପ୍ରଭାବରେ ୫୦ରୁ ୬୦ କିମି ବେଗରେ ଝଡ଼ ତୋଫାନ ହେବା ସହ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି  । ଏଥିପ୍ରତି ସାଧାରଣ ଜନତା ଓ ସ୍ଥାନୀୟ ପ୍ରଶାସନ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି  ।