ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର, ଧରାପଡିଲା ଅମାପ ସମ୍ପତ୍ତି

ଭୁବନେଶ୍ୱର : ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ମଙ୍ଗଳବାର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିିବାରେ ଲାଗିଛି।

ତେବେ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନ ମିଳିଛି।

ସମସ୍ତଙ୍କୁ ଚକମା ଦେଇ ମିଶ୍ର ଅମାପ ସମ୍ପତ୍ତି ଠୁଳ କରିଥିଲେ । ନିଜ ନାଁରେ ସମ୍ପତ୍ତି କରିବା ସହ ସ୍ତ୍ରୀ , ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା । ସୋମବାର ତାଙ୍କର ଅଫିସ ସହ ଅନ୍ୟ ୧୦ଟି ସ୍ଥାନରେ ଅତର୍କିତ ଚଢାଉ ହୋଇଥିଲା । ଭିଜିଲାନ୍ସ ଟିମକୁ ଏବେ ସୁଦ୍ଧା ୨ କୋଟିରୁ ଉଦ୍ଧ୍ୱର୍‌ ମୂଲ୍ୟର ସମ୍ପତ୍ତି ମିଳିଛି । ଏହାସହ ଭିଜିଲାନ୍ସକୁ ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ ସହ ରାଇସ ମିଲର ଠିିକଣା ମଧ୍ୟ ମିଳିଛି।