ଆୟୁର୍ବେଦିକ ଚା’ ଦିଏ ମାସିକ ଋତୁସ୍ରାବରେ ପେଟ ଯନ୍ତ୍ରଣାରୁ ଆରାମ

ଅନେକ ମହିଳା ଋତୁସ୍ରାବ ପୁର୍ବରୁ ଓ ଋତୁସ୍ରାବ ସମୟରେ ପେଟରେ ଯନ୍ତ୍ରଣା ପରି ସମସ୍ୟା ଭୋଗିଥାନ୍ତି । ଗବେଷଣାରୁ ଜଣାପଡ଼ିଛିଯେ, ସାଧାରଣ ଡାଏଟରେ ମଧ୍ୟ ଏହି କଷ୍ଟରୁ ଆରାମ ମିଳିପାରିବ । ବହୁତ ମହିଳା ଏହି ଯନ୍ତ୍ରଣା କମ୍ କରିବା ପାଇଁ ନିଜ ଇଚ୍ଛା ମୁତାବକ ଔଷଧ ଖାଇଥାନ୍ତି । ତେବେ ଆସନ୍ତୁ ଏପରି କିଛି ଚା’ ବିଷୟରେ ଜାଣିବା ଯାହାର ସେବନରେ ଯନ୍ତ୍ରଣାରୁ ଆରାମ ସହ ଶରୀରକୁ ଆହୁରି ଅନେକ ପ୍ରକାର ଫାଇଦା ମିଳିଥାଏ ।
ଅଦାରେ ଆଣ୍ଟି ଇମ୍ପ୍ଲିମେଟୋରି ତତ୍ତ୍ୱ ରହିଛି ଯାହା ଋତୁସ୍ରାବ ସମୟରେ ହେଉଥିବା ପେଟ ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରିଥାଏ । ଅଦା ଚା’ ଆମ ମାଂସପେଶୀକୁ ଆରାମ ଦେବାସହ ପେଟ ଫୁଲିବା ପରି ସମସ୍ୟାକୁ ଦୂର କରିଥାଏ । ଡାଳଚିନି ମଧ୍ୟ ଏହି ସମସ୍ୟା ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ଡାଳଚିନିରେ ଆଣ୍ଟି ଇମ୍ପ୍ଲିମେଟୋରି ଗୁଣ ଭରପୁର ମାତ୍ରାରେ ରହିଥାଏ । ଋତୁସ୍ରାବ ସମୟରେ ପେଟର ଯନ୍ତ୍ରଣା କମ କରିବାରେ ଡାଳଚିନି ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଛି । ଡାଳଚିନିର ଚା ପିଇବା ଦ୍ୱାରା ମାଂସପେଶୀ ଆରାମ ପାଇଥାଏ । ହଳଦୀ ଚା’ ଶରୀରରେ ହରମୋନସ୍ତରରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ । ଏହାର ଆଣ୍ଟି ଇମ୍ପ୍ଲିମେଟୋରି ଗୁଣ ପେଟ ଯନ୍ତ୍ରଣା କମ୍ କରିବା ସହ ମାଂସପେଶୀର ଦରଜ ମଧ୍ୟ କମ କରିଥାଏ । ପାନମଧୁରି ଚା’ ମଧ୍ୟ ପେଟ ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରିଥାଏ । ଏହାର ଫାଇଟୋଏଷ୍ଟ୍ରୋଜନ ତତ୍ତ୍ୱ ଗର୍ଭାଶୟର ମାଂସପେଶୀକୁ ଆରାମ ଦେବା ସହ ହରମୋନ ସନ୍ତୁଳନ ମଧ୍ୟ କରିଥାଏ ।