ଶୁଖିଲା ନଡ଼ିଆରେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନା ଖରାପ?
Dry coconut

ଫଳ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଫଳ ନଡ଼ିଆ। ଏହା ଖାଇବା ପାଇଁ ସଧାରଣ ସାଧାରଣତଃ ସମସ୍ତେ ପସନ୍ଦ କରିଥାନ୍ତି ଏବଂ ଏହା ବେଶ୍ ସ୍ଵାଦିଷ୍ଟ ମଧ୍ୟ ହେଇଥାଏ। ଆପଣ ନିଶ୍ଚୟ ଶୁଣିଥିବେ ଶୁଖିଲା ନଡ଼ିଆ ଖାଇବା ଦ୍ଵାରା କୋଲେଷ୍ଟ୍ରୋଲ ବଢ଼ିଥାଏ କିନ୍ତୁ କଣ ଏହା ସତ କି? ତେବେ ଶୁଖିଲା ନଡ଼ିଆ ଖାଇବାର କଣ ସବୁ ସୁବିଧା ଏବଂ ଅସୁବିଧା ରହିଛି ଆସନ୍ତୁ ଜାଣିବା...
ଶୁଖିଲା ନଡ଼ିଆ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଶୁଖିଲା ନଡ଼ିଆ ଖାଇବା ହୃଦୟ ଏବଂ ମସ୍ତିଷ୍କ ପାଇଁ ବହୁତ ଭଲ ହୋଇଥାଏ।ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ କୌଣସି ପ୍ରକାର ଭାଇରାଲ୍ ସଂକ୍ରମଣରୁ ଦୂରେଇ ରଖିବାରେ ସାହଯ୍ୟ କରିଥାଏI କେବଳ ଏତିକି ନୁହେଁ, ଏହାକୁ ଖାଇବା ଦ୍ବାରା ଚର୍ମ ମଧ୍ୟ ସୁସ୍ଥ ରୁହେ। ଯଦି ଆପଣ ଶୁଖିଲା ନଡ଼ିଆ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରଖେ । ଶୁଖିଲା ନଡ଼ିଆରେ ଭରପୂର ମାତ୍ରାରେ ଆଇରନ ରହିଥାଏ। ଯଦି ଆପଣ ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି, ତେବେ ଶୀଘ୍ର ଆପଣଙ୍କର ଆଇରନ ଅଭାବ ପୂରଣ ହୋଇଥାଏ। ଶୁଖିଲା ନଡ଼ିଆରେ ଫେନୋଲିକ୍ କମ୍ପାଉଣ୍ଡ ଥାଏ, ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ।ଏହା ଆପଣଙ୍କ ଶରୀରର କୋଷଗୁଡ଼ିକରେ ଅକ୍ସିଡେଟିଭ୍ କ୍ଷତି ରୋକିବାରେ ମଧ୍ୟ ସାହାଯ୍ୟ କରେ।ଏଥିରେ ଗାଲିକ୍ ଏସିଡ୍, କ୍ୟାଫିକ୍ ଏସିଡ୍, ସାଲିସିଲିକ୍ ଏସିଡ୍, ପି-କୋମ୍ପୁରିକ୍ ଏସିଡ୍ ମଧ୍ୟ ରହିଛି। ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ତେବେ ଖାଦ୍ୟ ଖାଇବା ପରେ ଆପଣଙ୍କୁ ଶୁଖିଲା ନଡ଼ିଆ ଖାଇବା ଆବଶ୍ୟକ Iଶୁଖୁଲା ନଡ଼ିଆରେ ପ୍ରୋଟିନ୍, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍, ମାଙ୍ଗାନିଜ୍ ଏବଂ ସେଲେନିୟମ୍ ଭରପୂର ରହିଛି Iଏହାକୁ ପ୍ରତିଦିନ ଖାଇବା ଦ୍ବାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ ହେବ।