ଜାନୁଆରିର ବଲିଉଡ଼ ସିନେମା
 
                                ନୂଆବର୍ଷରେ ପରଦାକୁ ଆସିବ କିଛି ଦମଦାର୍ ନୂଆ ସିନେମା । ଜାନୁଆରିରେ ୭ଟି ସିନେମା ମୁକ୍ତିଲାଭ କରିବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ସିନେମା କେବେ ଆସିବ ?
†ବନ୍ ଟିକି : ଏହି ସିନେମାଟି ଜାନୁଆରି ୫ରେ ରିଲିଜ୍ ହେବ  । ଏହି ସିନେମାରେ  ଫରଜ ଆରିଫ ଆନ୍ସାରି ନିର୍ଦ୍ଦେଶନା ଦେଇଥିବା ବେଳେ ସବାନ୍ ଆଜମି, ନୁସରାତ୍ ଭାରୁଚା, ଲିନ୍ ଲାଇଶ୍ରାମ, ଜିତନ୍ ଅମନ, ଅଭୟ ଦେଓଲ୍, ଅଞ୍ଜଲି ଆନନ୍ଦଙ୍କୁ ଦର୍ଶକେ ଦେଖିବାକୁ ପାଇବେ ।
†ଇକିସ୍ : ସିନେମାଟି ଜାନୁଆରିରେ ରିଲିଜ୍ ହେବ ବୋଲି ଜାଣିବାକୁ ମିଳିଛି  । ଇକିସ୍ରେ ଶ୍ରୀରାମ ରାଘବନ ନିର୍ଦ୍ଦେଶକ ଭାର ସମ୍ଭାଳିଥିବା ବେଳେ ଧର୍ମେନ୍ଦ୍ର, ଜୟଦୀପ ଆହ୍ଲାୱତ୍, ଅଗସ୍ତ୍ୟ ନନ୍ଦ,ଏକାଭଲି ଖାନ୍ନା, ଆଦ୍ୟାଶୀ କପୁର ଏବଂ ଗୁନିତ ନଜର ଆସିବେ  ।
†ଇମର୍ଜେନସି : ଏହି ସିନେମାଟି ଜାନୁଆରି ୧୭ରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ମୁଖ୍ୟ ଭୂମିକାରେ କଙ୍ଗନା ରଣାୱତ ଅଭିନୟ କରିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି  । ଏହାଛଡ଼ା ଅନୁପମ ଖେର, ମନୀଷା କୋଇରାଲା, ମହିମା ଚୌଧୁରୀ ଓ ସତିଶ କୌଶକୀ ମଧ୍ୟ ଅଭିନୟ କରିଛନ୍ତି  ।
†ସୁପରବଏଜ୍ ମାଲେଗାଓଁ : ରୀମା କାଗତି ନିର୍ଦ୍ଦେଶିତ ‘ସୁପରବଏଜ୍ ଅଫ ମାଲେଗାଓଁ’ ଜାନୁଆରିରେ ରିଲିଜ୍ ହେବାକୁ ଯାଉଛି  । ଏହି ସିନେମାରେ ଅଭିନୟ କରୁଛନ୍ତି ଆଦର୍ଶ ଗୌରଭ, ଭିନିତ କୁମାର ସିଂ, ଶଶାଙ୍କ ଆରୋରା, ମଞ୍ଜିରି ପୁପଲା, ଅଲ୍ଲି ଆବାସ ଏବଂ ହରସାଦ  ।
†ଫତେହ : ଜାନୁଆରିରେ ୧୦ ରେ ସୋନୁ ସୁଦ୍ଦ ନିର୍ଦ୍ଦେଶିତ ସିନେମା ଫତେହ ରିଲିଜ୍ ହେବାକୁ ଯାଉଛି । ଏଥିରେ ନିଜେ ସୋନୁ ସୁଦ୍ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କର  ସହ ଅଭିନେତା ଭାବେ ଜାଙ୍କ୍ଲିନ, ବିଜୟ ରାଜ୍,  ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ଶିବଜ୍ୟୋତି ରାଜପୁତଙ୍କୁ ଦର୍ଶକେ ଦେଖିବାକୁ ପାଇବେ ।
†ଆଜାଦ : ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ସିନେମା ଆଜାଦ ଏହି ଜାନୁଆରିରେ ରିଲିଜ ହେବାକୁ ଯାଉଛି  । ଏଥିରେ ଅଜୟ ଦେବଗନ୍ , ଅମନ ଦେବଗନ୍, ରାଷା ଥଣ୍ଡାନି, ଡାଏନା ପେଣ୍ଟିି, ମୋହିତ ମଲ୍ଲିକ, ପୀୟୁଷ ମିଶ୍ର ଏବଂ ଯିୟା ନଜରରେ ଆସିବେ  ।
†ଦେବା : ଜାନୁଆରିରେ ୩୧ରେ ଥିଏଟରକୁ ଆସିବାକୁ ଯାଉଛି ସାହିଦ୍ କପୁରଙ୍କ ଅଭିନୀତ ସିନେମା ‘ଦେବା’  । ପୂଜା ହେଗଡେ, କୁବ୍ରା ସେଟ୍, ପ୍ରବେଷ ରଣା, ପଭାଲି ଗୁଲାତି ମଧ୍ୟ ଏଥିରେ ନଜର ଆସିବେ  । ସିନେମାଟିର ନିର୍ଦ୍ଦେଶନା ଦେଇଛନ୍ତି ରୋଶନ ଆଣ୍ଡ୍ର୍ୟୁସ୍ । 
ରିପୋର୍ଟ : ରୁପାଲି ରାଉତ                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
             
    
             
    
 
    
 
 
 
