ବିଶ୍ୱ ରାଜନୀତିରେ ଧନପତିଙ୍କ ପ୍ରଭାବ
ବିଶ୍ୱ ରାଜନୀତିକୁ ଏକଦା ଲୋକଙ୍କ ସମର୍ଥନ ନିୟନ୍ତ୍ରଣ କରୁଥିବା ସମୟରେ ଏବେ ଧନପତିମାନଙ୍କ ମଧ୍ୟରେ ନିୟନ୍ତ୍ରଣକାରୀ ହେବା ପାଇଁ କ୍ଷମତାଗତ ଲଢେଇ ଅତି ବ୍ୟାପକ ହୋଇଛି । ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲଡ ଟ୍ରମ୍ପଙ୍କୁ ବିଜୟୀ କରାଇବା ପଛରେ ସୋସିଆଲ ମିଡିଆ ଏକ୍ସ ଏବଂ ଟେସ୍ଲା କମ୍ପାନୀର ମାଲିକ ଏଲନ୍ ମସ୍କଙ୍କର ଖୋଲା ସମର୍ଥନ ଗୋଟିଏ ବଡ କାରଣ ରହିଥିଲା । ଟ୍ରମ୍ପଙ୍କ ବିରୋଧୀଙ୍କୁ ପ୍ରତିହତ କରିବାକୁ ଏଲନ ମସ୍କ ସାଧାରଣକୁ ଓହ୍ଲାଇଥିଲେ । ସେ ଟ୍ରମ୍ପଙ୍କ ପ୍ର·ରରେ ନିଜେ ସାମିଲ ହେବା ସହିତ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅର୍ଥକୁ ଖୋଲା ଖୋଲି ବିନିଯୋଗ କରିଥିଲେ, ଯଦ୍ୱାରା କି ଗଣମାଧ୍ୟମ ସାହାଯ୍ୟରେ ଟ୍ରମ୍ପ ବିରୋଧୀଙ୍କ ବନ୍ଧୁକ ଗୁଳିର ଆକ୍ରମଣର ମଧ୍ୟ ସମାଲୋଚନା କରାଗଲା । ଟ୍ରମ୍ପଙ୍କୁ ଆଦୋ÷÷ ପସନ୍ଦ କରୁନଥିବା ବ୍ୟବସାୟୀ ଗୋଷ୍ଠୀଙ୍କ ଗାତ୍ରଦାହ ବଢିଲା । ଏବେ ସେହି ଈର୍ଷାର ଜ୍ୱଳନ ଏତେ ମାତ୍ରାରେ ଅଧିକ ହୋଇଛି ଯେ ସେମାନେ ଏଲନ ମସ୍କଙ୍କ ବିରୋଧରେ ପଡିଛନ୍ତି । ମସ୍କଙ୍କ ବାଣିଜି୍ୟକ ସାମ୍ରାଜ୍ୟର ପତନ ଲାଗି ବାଇଡେନଙ୍କ ସମର୍ଥକ ଗୋଷ୍ଠୀ ଏବେ ଲାଗିପଡିଛନ୍ତି । ସେହି ଯୋଜନାବଦ୍ଧ ବିରୋଧକୁ ଆକ୍ଟବ୍ଲୁ ନାମକ ଏକ ତଥାକଥିତ ଗଣତାନ୍ତ୍ରିକ ·ନ୍ଦା ଆଦାୟକାରୀ ସଂସ୍ଥା ଅର୍ଥ ଯୋଗାଇଦେବା ବେଳେ ପାଞ୍ଚଗୋଟି ସଂଗଠନ ଟ୍ରବଲମେକର୍ସ, ଡିସ୍ରପ୍ସନ ପ୍ରୋଜେକ୍ଟ, ରାଇଜ ଏଣ୍ଡ୍ ରେଜିଷ୍ଟ ଅଫ୍ ଆମେରିକା କାର୍ଯ୍ୟ କରୁଛନ୍ତି । ଏମାନେ ଆମେରିକାରେ ମସ୍କ ବିରୋଧୀ ରାଜନୈ÷ତିକ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛନ୍ତି । ଏସବୁ ସଂଗଠନ ପଛରେ ଯେଉଁ ବଡ ବଡ ଲୋକ ରହିଛନ୍ତିି ସେମାନେ ହେଲେ ଡେମୋକ୍ରାଟିକ ଦଳର ସମର୍ଥକ ଧନପତି ଜର୍ଜ ସୋରୋସ୍, ଲିଙ୍କଡଇନ କମ୍ପାନୀର ସହ ପ୍ରତିଷ୍ଠାତା ରିଡ ହୋଫମ୍ୟାନ ଏବଂ ଅର୍ଥ ଯୋଗାଣକାରୀ ହେବର୍ଟ ସାଣ୍ଡଲର । ଏମାନେ ଏବେ ମସ୍କଙ୍କ ବ୍ୟବସାୟକୁ ଡୁବାଇବା ପାଇଁ ଷଡଯନ୍ତ୍ରରେ ଲାଗିପଡିଛନ୍ତି ।
ଏକଥା ସତ ଯେ ଗତ କିଛିବର୍ଷ ହେବ ପୃଥିବୀରେ ଅଗ୍ରଣୀ ଇଲେକଟ୍ରିକ୍ ଯାନର ନିର୍ମାତା ଭାବେ ଟେସ୍ଲା କମ୍ପାନୀ ଆଗରେ ରହିଆସିଛି । ପରିବେଶ ରକ୍ଷାକାରୀ ଏବଂ ଆଧୁନିକ ଟେକ୍ନୋଲୋଜୀ ଯୁକ୍ତ ଟେସ୍ଲାର ଯାନଗୁଡିକ ସାରା ପୃଥିବୀରେ ବିଳାସପ୍ରିୟ ଗାଡି ଚଢୁଥିବା ଲୋକମାନଙ୍କ ପାଇଁ ଆକର୍ଷଣୀୟ ରହିଆସିଛି । ଏହାର ସୁଦୃଶ୍ୟ ଡିଜାଇନ ଏବଂ ସୁବିଧାକୁ ଗ୍ରାହକମାନେ ପସନ୍ଦ କରିଆସିଛନ୍ତି । ହେଲେ ଟ୍ରମ୍ପଙ୍କ ସହ ମସ୍କଙ୍କ ନିକଟତର ସଂପର୍କ ଯୋଗୁ ଏବେ ଟେସ୍ଲା ସଣ୍ଢୁଆସୀ ଆକ୍ରମଣର ଶିକାର ହୋଇଛି । ଏକଦା ପରିବେଶ ପାଇଁ ମୂଲ୍ୟବାନ ଥିବା ଏହି କମ୍ପାନୀର ଯାନଗୁଡିକ ବିରୋଧରେ ବ୍ୟାପକ ବିରୋଧୀ ପ୍ର·ର ଆରମ୍ଭ ହୋଇଯାଇଛି, ଯାହା ଫଳରେ କମ୍ପାନୀର ବିତରଣକାରୀ ଏବଂ ଡିଲରମାନେ ଟେସ୍ଲାଠାରୁ ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି । କମ୍ପାନୀର ପ୍ରତିଷ୍ଠା ନଷ୍ଟ ହେବା ପୂର୍ବରୁ ସେମାନେ କମ୍ପାନୀଠାରୁ ଦୂରେଇଯିବା ଲାଗି ·ହୁଁଛନ୍ତି । କେତେକ ମଧ୍ୟ ନିଜର ଟେସ୍ଲା ଗାଡିରେ ଷ୍ଟିକରମାରି ବୁଲୁଛନ୍ତି,ଯେଉଁଥିରେ ଲେଖାଅଛି, “ଏଲନ୍ ମସ୍କ ପାଗଳ ହେବା ପୂର୍ବରୁ ମୁଁ ଏହାକୁ କିଣିଥିଲି ।” ଏହି ପ୍ର·ର ଯେ କେବଳ ଯାନଗୁଡିକର ସମ୍ମାନ ହ୍ରାସ କରିବାକୁ ସୀମିତ ରହିଛି ତାହା ନୁହେଁ, ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ଇତି ମଧ୍ୟରେ କମ୍ପାନୀର ଅଂଶଧନ ପ୍ରାୟ ୩୮ପ୍ରତିଶତ ହ୍ରାସ ପାଇଲାଣି । ଯାହା ଫଳରେ ଲକ୍ଷ ଲକ୍ଷ କୋଟି ଟଙ୍କା ମସ୍କ ହରାଇ ସାରିଲେଣି । ଟ୍ରମ୍ପଙ୍କ କମ୍ପାନୀର ଏକ ମଡେଲ “ଦି ସାଇବରଟ୍ରକ” ଯାହାକୁ ଏକଦା ସମସ୍ତେ ପସନ୍ଦ କରୁଥିଲେ ଏବେ ତାହା ଡିଜାଇନଗତ ତ୍ରୁଟି,ଖରାପ ହେବା, ଯୋଗାଣରେ ବିଳମ୍ବ ହେବା ଆଦି ସମାଲୋଚନାର ଶିକାର ହୋଇଛି । ଟେସ୍ଲା ବିରୋଧୀ ଯୋଜନାବଦ୍ଧ ପ୍ର·ର ଅଭିଯାନ ଯୋଗୁ ଗ୍ରାହକମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ମସ୍କଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ସଂସ୍ଥାଗୁଡିକ ଏବେ ଟେସ୍ଲା ବିରୋଧରେ ଲାଗିପଡିଛନ୍ତି । ଅସଲ କଥା ହେଉଛି ଯେ “ଆକ୍ଟ ବ୍ଲୁ” ଏବେ ଅନେକଗୁଡିଏ ସନେ୍ଦହର ଛନ୍ଦି ହୋଇପଡିଛି । ଗଣତନ୍ତ୍ରକୁ ପ୍ରଭାବିତ କରୁଥିବା ଏହି ସଂସ୍ଥା ବିଦେଶରୁ ବେଆଇନ ·ନ୍ଦା ଆଦାୟ କରିଥିବା ଘଟଣାର ତଦନ୍ତର ସମ୍ମୁଖୀନ ହେବା ପରେ ସଂସ୍ଥାର କଳାକାରନାମା ସଂପର୍କରେ ଅନେକ ତଥ୍ୟ ସାଧାରଣରେ ପ୍ରକାଶ ପାଇଲା । ଫଳରେ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ପଦବୀରୁ ଇସ୍ତାଫା ଦେବାକୁ ବାଧ୍ୟ ହେଲେ । ଏହି ସଂସ୍ଥା ଟେସ୍ଲା କମ୍ପାନୀ ବିରୋଧରେ ପ୍ର·ର କରିବାକୁ ଅର୍ଥ ପ୍ରଦାନ କରିବା ସହ ବଜାରରୁ ଟେସ୍ଲାକୁ ବାହାର କରିଦେବା ଲାଗି ଷଡଯନ୍ତ୍ର ଚଳାଇଥିବା ବିଷୟ ଏଲନ ମସ୍କ ଅଭିଯୋଗ କରିଛନ୍ତି । ୨୦୦୪ରେ “ଆକ୍ଟ ବ୍ଲୁ” ଆରମ୍ଭ ପରଠାରୁ ଛୋଟ ଛୋଟ ଦାନ ସଂଗ୍ରହ କରିଆସିଛି । ଟେସ୍ଲା କମ୍ପାନୀରେ ଶ୍ରମିକ ଅସନ୍ତୋଷ ପାଇଁ “ଆକ୍ଟ ବ୍ଲ”ୁ ଅର୍ଥ ପ୍ରଦାନ କରିଥିବା ମସ୍କ କହିଛନ୍ତି । ଆମେରିକା ଏବଂ ଆମେରିକା ବାହାରେ ଟେସ୍ଲା ବିରୋଧୀ ମନୋଭାବ ଗ୍ରାହକଙ୍କ ଭିତରେ ସୃଷ୍ଟି କରିବା ଲାଗି ଜୋରସୋର ପ୍ରୟାସ ଜାରି ରହିଛି ।
ଟ୍ରମ୍ପଙ୍କ ପରି ରାଷ୍ଟ୍ରବାଦୀ ନେତାଙ୍କ ସହ ସାମିଲ ହେବା ଯୋଗୁ କମ୍ପାନୀର ‘ସାଇବର ଟ୍ରକ’ କିଣିଥିବା ମାଲିକମାନେ ଅଣ୍ଡାମାଡ ଆକ୍ରମଣର ଶିକାର ହୋଇଛନ୍ତି । ସେମାନଙ୍କ ଗାଡିକୁ “କୁକୁର ମୁହାଁ” କରାଯାଉଛି ବା ଗାଡିର ସମ୍ମୁଖ ଭାଗରେ କୁକୁର ପରି ଦେଖାଯାଉଥିବା ଛବି ଅଙ୍କାଯାଉଛି କିମ୍ବା ଷ୍ଟିକର ସବୁ ଲଗାଇ ଦିଆଯାଉଛି । କେବଳ ସେତିକି ନୁହେଁ ବୋଷ୍ଟନସ୍ଥିତ ·ର୍ଜିଂ ଷ୍ଟେସନକୁ ଅତି ସନେ୍ଦହଜନକ ଭାବେ ପୋଡି ନଷ୍ଟ କରିଦିଆଯାଇଛି । କୋଲୋରାଡୋ ଏବଂ ଓରେଗନ ପ୍ରଦେଶର ଗାଡି ଡିଲରମାନେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଫ୍ରାନ୍ସରେ ଟେସ୍ଲା ସୋରୁମ୍କୁ ପୋଡି ଦିଆଯାଇଛି । ତଳସ୍ତରରେ ଏକ “ଟେସ୍ଲା ଭଙ୍ଗା” ଆନେ୍ଦାଳନ ଆରମ୍ଭ କରାଯାଇ ଗ୍ରାହକମାନଙ୍କୁ କମ୍ପାନୀର ଗାଡି ନଚଢିବା ଲାଗି ଆହ୍ୱାନ ଦିଆଯାଉଛି । ଡିଲରମାନଙ୍କ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଆମେରିକାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ୟୁରୋପର ସ୍ପେନ, ବ୍ରିଟେନ ଏବଂ ଆଇସଲାଣ୍ଡରେ ଦେଖିବାକୁ ମିଳିଛି । ଏସବୁ ରାଷ୍ଟ୍ରରେ ସାଧାରଣରେ ଟେସ୍ଲା ବିରୋଧୀ ବିକ୍ଷୋଭ ଦୃଷ୍ଟିକୁ ଆସିଛି । ତେବେ ମସ୍କଙ୍କ ସମାଲୋଚକମାନେ ଏସବୁ ପଛରେ ତାଙ୍କର ହାମ୍ବଡା ନୀତି ମୁଖ୍ୟକାରକ ହୋଇଥିବା କଥା କହନ୍ତି । ଗ୍ରାହକମାନଙ୍କ ଅଭିଯୋଗକୁ ଦୃଷ୍ଟି ନ ଦେବା ହେତୁ ଟେସ୍ଲାର ପତନ ହେଉଛି ବୋଲି କହୁଛନ୍ତି ।
ଆର୍ଥôକ ବଜାରକୁ ଅସ୍ଥିର କରି ଲାଭ କମାଇବାରେ ଆମେରିକାର ଜର୍ଜ ସୋରୋସ ଧୂରନ୍ଧର । ଅତୀତରେ ୧୯୯୨ରେ ବ୍ରିଟେନର ବ୍ୟାଙ୍କ ଅଫ୍ ଇଂଲଣ୍ଡକୁ କ୍ଷତି ପହଞ୍ଚାଇ ସେ ପ୍ରାୟ ୧ଲକ୍ଷ କୋଟି ଡଲାର ଲାଭ କରିଥିଲେ ଯାହା ‘ବ୍ଲାକ୍ ୱେଡନେସଡେ’ ନାମରେ ପରିଚିତ । ସୋରୋସ ତାଙ୍କର କ୍ୱାଣ୍ଟମ୍ ଫଣ୍ଡର ବ୍ୟବହାର କରି ବ୍ରିଟିସ ପାଉଣ୍ଡ କିଣି ଅନ୍ୟ ମୁଦ୍ରାରେ ପରିଣତ କରିଥିଲେ ଏବଂ ପରେ ତାକୁ ବିକ୍ରି କରି ଲାଭ କମାଇଥିଲେ । ଏଣେ ବଜାରରେ ପାଉଣ୍ଡର ଅଭାବ ଦେଖି ସରକାର ୧୬ ସେପ୍ଟେମ୍ବର ୧୯୯୨ରେ ସୁଧହାର ୧୦ରୁ ୧୨ ଏବଂ ପରେ ୧୫ ପ୍ରତିଶତ ବଢାଇବାକୁ ଘୋଷଣା କରି ନିବେଶଙ୍କ ମନରେ ପାଉଣ୍ଡ କିଣିବା ଲାଗି ଆଗ୍ରହ ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ । ହେଲେ ତାହା ସଫଳ ହୋଇନଥିଲା । ଏହି ଲାଭଦ୍ୱାରା ସୋରୋସ ବଡ ଧନୀରେ ପରିଣତ ହେଲେ । ଅପରପକ୍ଷେ କୋଟି କୋଟି ନିବେଶକଙ୍କ ଅର୍ଥ ପାଣିରେ ବୁଡିଯାଇଥିଲା । ଜଣେ ଜଣେ ବ୍ୟକ୍ତି କିପରି ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଧୂଳିସାତ କରିପାରନ୍ତି ତାହା ପ୍ରଥମଥର ପାଇଁ ଲୋକେ ଜାଣିଲେ । ଆମେରିକା ସରକାରଙ୍କ ସମର୍ଥନ ଏବଂ ଯୋଜନାବଦ୍ଧ ଷଡଯନ୍ତ୍ର ଦ୍ୱାରା ସୋରୋସ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଯେଉଁ କ୍ଷତି କରିଥିଲେ ତଦ୍ୱ୍ୱାରା ବ୍ରିଟେନ ସରକାରଙ୍କ ସମ୍ମାନହାନି ହୋଇଥିଲା । ସରକାର ବିଶ୍ୱସାରା ସମାଲୋଚନାର ପାତ୍ର ହୋଇଥିଲେ ।
ଆର୍ଥôକ ଜୁଆଖେଳରୁ ଲାଭପାଇଥିବା ସୋରୋସ ପରେ ରାଜନୈତିକ ପରିବର୍ତ୍ତନ, ଅସ୍ଥିରତା ମାଧ୍ୟମରେ ହସ୍ତକ୍ଷେପ, ସମାଜସେବା ଆଳରେ ସନ୍ତ୍ରାସବାଦୀ ସୃଷ୍ଟି କରିବାପରି କାର୍ଯ୍ୟ କରିଆସିଛନ୍ତି । ଆମେରିକାର ଡେମୋକ୍ରାଟ ଦଳ ପାଇଁ ନିର୍ବାଚନରେ ଅର୍ଥ ବିନିଯୋଗକରି ବିଶ୍ୱସାରା ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିଆସିଛନ୍ତି । ଏନ୍ଜିଓଗୁଡିକୁ ନିଜ ସଂସ୍ଥା ଓପନ ସୋସାଇଟୀ ଫାଉଣ୍ଡେସନ ମାଧ୍ୟମରେ ଅର୍ଥ ପ୍ରଦାନ କରି ସାରା ବିଶ୍ୱରେ ସେ ଅସ୍ଥିରତା ସୃଷ୍ଟି କରିଆସିଛନ୍ତି । ସୋରୋସ ୫ ଜାନୁଆରୀ ୨୦୨୫ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ରାଷ୍ଟ୍ରପତି ପଦକ ଲାଭ କରିଥିଲେ । ଆମେରିକା ସରକାର ତାଙ୍କୁ ଗଣତନ୍ତ୍ର, ମାନବତାବାଦ ପାଇଁ ପଦକ ପ୍ରଦାନ କରାଯିବା କଥା ଘୋଷଣା କରିଥିଲେ । ହେଲେ ମସ୍କ ସେତେବେଳେ ବାଇଡେନ ଷଡଯନ୍ତ୍ରକାରୀଙ୍କୁ ସମ୍ମାନ କରୁଥିବା କହିଥିଲେ । ସୋରୋସଙ୍କୁ ମାନବତାର ବିରୋଧୀ, ସଭ୍ୟତାର ଧ୍ୱଂସକାରୀ ଭାବେ ୨୦୨୩ରେ ମସ୍କ ବର୍ଣ୍ଣନା କରି ସମାଲୋଚନା କରିିଥିଲେ । ଆରବ ଜଗତରେ ୨୦୧୧ରେ ରକ୍ତାକ୍ତ ଆନେ୍ଦାଳନ, ୧୯୯୭ରେ ଏସିଆରେ ଆର୍ଥôକ ପରିସ୍ଥିତିକୁ ଖରାପ କରିବା ପଛରେ ସୋରୋସ ରହିଥିବା ଜଣାଯାଏ । ୨୦୨୩ରେ ଓସିସିଆର୍ପି ନାମକ ଏକ ସଂସ୍ଥାକୁ ଅର୍ଥ ଦେଇ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଆଣିବାକୁ ସୋରୋସ କହି ଭାରତର ଆର୍ଥôକ ବଜାରରେ କ୍ଷତି କରିଥିଲେ । ବାଇଡେନ୍ କ୍ଷମତାରୁ ଯାଇଥିଲେ ବି ସୋରୋସଙ୍କ ଷଡଯନ୍ତ୍ର ପୃଥିବୀରେ କମିନାହିଁ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩