ବାସ୍ତବତା ଓ କଳ୍ପନାବଅଯୋଗ୍ୟ କ୍ଷମତାଧାରୀ ଓ ଶାଳଗ୍ରାମ ଉପାଖ୍ୟାନ


ପଙ୍କଜ କୁମାର ପାଣିଗ୍ରାହୀ  : ବାନର ଗୋଟିଏ ପଶୁ । ତାର ହିତାହିତ ଜ୍ଞାନ ବୋଲି କିଛି ନଥାଏ । ସେ କେବଳ ଖାଇବା ଏବଂ ନିଜର ସୁରକ୍ଷା ବ୍ୟତୀତ ଅନ୍ୟ କୌଣସି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ । ଇତି ମଧ୍ୟରେ ତାର ମନୋରଞ୍ଜନ ପାଇଁ କେତେବେଳେ ଖେଳକୁଦ ତ ଆଉ କେତେବେଳେ ହିଂସାତ୍ମକ ଦୈ÷ାଡରେ ନିଜକୁ ସାମିଲ୍ କରୁଥିବା ଦେଖିବାକୁ ମିଳିଥାଏ । ଖାଦ୍ୟ ଉପଯୋଗୀ କୌଣସି ଜିନିଷ ବ୍ୟତୀତ ଅନ୍ୟ କୌଣସି ବସ୍ତୁ, ପଦାର୍ଥ ଉପରେ ତାର କୌଣସି ଆଗ୍ରହ କିମ୍ବା ଜ୍ଞାନ ନଥାଏ । ତେଣୁ କୌଣସି ଖାଦ୍ୟ ବ୍ୟତୀତ ଅନ୍ୟ ଯାହା ତା ହାତରେ ପଡିଲେ ସେଗୁଡିକୁ କେବଳ ଏକ ଖେଳନା ଭଳି ବ୍ୟବହାର କରିବା ଛଡା ଆଉ କିଛି ଜାଣେ ନାହିଁ ସିଏ । ତା ନିଜ ବ୍ୟତୀତ ଆଉ କାହାର ଭଲ ଚିନ୍ତା କରିବା ବାନର ପାଇଁ ଏକ ସ୍ୱପ୍ନ, ହାସ୍ୟାସ୍ପଦ ବିଷୟ । ମଣିଷ ଶାଳଗ୍ରାମକୁ ଭଗବାନ ବୋଲି ପୂଜା କରୁଥିବା ବେଳେ ତାହା ବାନର ସକାଶେ ସାମାନ୍ୟ ଗୋଟିଏ ପଥର ବ୍ୟତୀତ ଆଉ କିଛି ନୁହେଁ । ତେଣୁ ସେ ତାର ମହତ୍ୱ ତ ଦୂର ତା ବିଷୟରେ କୌଣସି କଥା ଭାବିବା ମଧ୍ୟ ତା ପାଇଁ ଏକ ବିଡମ୍ବନାର ବିଷୟ । ଠିକ୍ ସେହିଭଳି ଆମ ସମାଜରେ ରହିଛନ୍ତି କେତେକ ଅଜ୍ଞାନ ଧୂର୍ତ୍ତ ଯାହାଙ୍କୁ ଆମେ ରାଜନେତା ବୋଲି କହିଥାଉ । ସାମୁହିକ ସ୍ୱାର୍ଥରେ କାର୍ଯ୍ୟ କରି ଦେଶକୁ ଶାସନ କରିବା ପାଇଁ ଆମେ କିଛି ମଣିଷଙ୍କୁ ବାଛିଥାଉ । ସେମାନଙ୍କ ହାତରେ ଦେଶର ଶାସନ ଭାର ଟେକିଦେଇ ଆମେ ନିରବ ଯେ ସେମାନେ ଯାହା କରିବେ ଆମେ ସମସ୍ତେ ସେଇଥିରେ ରାଜି । ଯେଉଁମାନଙ୍କୁ ଦେଶର ଶାସନ ଭାର ଟେକିଦେବା ପାଇଁ ଚୟନ କରାଯାଇଥାଏ ସେମାନଙ୍କୁ ସାଧାରଣ ଲୋକଙ୍କ ସମର୍ଥନରେ ବଛାଯାଇଥାଏ । ବିଡମ୍ବନାର ବିଷୟ ଏହାକି ଯେ ସେମାନଙ୍କୁ ଚୟନ କରୁଥିବା ୮୦ ଭାଗରୁ ଅଧିକ ଲୋକ ନିଜର ନେତା ବା ମୁଖିଆଙ୍କ ବିଷୟରେ ସାମାନ୍ୟ ଜ୍ଞାନ ମଧ୍ୟ ପାଇନଥା’ନ୍ତି । କେବଳ କୁହେଳିକା, ପ୍ରହେଳିକା ଏବଂ ସ୍ୱଳ୍ପ କ୍ଷଣ ସ୍ୱାର୍ଥର ପ୍ରକୋପ, ପ୍ରଭାବରେ ସେମାନେ ନିଜର ସମର୍ଥନ ସାବ୍ୟସ୍ତ କରିଥା’ନ୍ତି । ଆଉ ଯେଉଁମାନେ ବଛାଯାଉଥିବା ନେତାଙ୍କ ବିଷୟରେ ସାମାନ୍ୟତମ ଜ୍ଞାନ ରଖିଥା’ନ୍ତି, ସେମାନେ ନିଜର ମତଦାନ କରିବା ପାଇଁ ଯାଆନ୍ତି ନାହିଁ । ତାହାର ସୁଯୋଗରେ କିମ୍ଭୂତ କିମ୍ବାକାର ମଣିଷ ଗୁଡିଏ ଯାହାଙ୍କ କୌଣସି ମାନବିକ, ନୈତିକ, ସାମାଜିକ ମୂଲ୍ୟବୋଧ କିମ୍ବା ଜ୍ଞାନ ନଥାଏ ସେମାନେ ହୁଅନ୍ତି ଆମର ଶାସକ !
ସେମାନେ ଶାସନ କ୍ଷମତାକୁ ଏକ ଖେଳଘର ଭଳି ବ୍ୟବହାର କରିଥା’ନ୍ତି ଯେମିତି ମାଙ୍କଡ଼ ଖେଳୁଥାଏ ଶାଳଗ୍ରାମ ସହିତ । ସେମାନଙ୍କ ଖେଳ ହୋଇଯାଇ ଥାଏ ସର୍ବସାଧାରଣ ଲୋକଙ୍କ ପାଇଁ କାଳ ! ତାହାପୁଣି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ! ଅଦ୍ଭୁତ ସମ୍ବିଧାନ ଆମର ତାହାର ତୁଳନା ନାହିଁ ଯିଏ କ୍ଷମତାଧାରୀଙ୍କ ବିରୁଦ୍ଧରେ କିଛି କରିପାରେ ନାହିଁ । କେବଳ ନିରୀହ, ନିର୍ବୋଧଙ୍କୁ ଦଣ୍ଡ ବିଧାନ କରିବା ପାଇଁ ପ୍ରଯୁଜ୍ୟ ଭାରତୀୟ ସମ୍ଭିଧାନ ଯେ କେମିତିକା ଗଣତାନ୍ତ୍ରିକ ସମ୍ବିଧାନ ସେକଥା ହୁଏତ କାହାକୁ ଅଗୋଚର ନୁହେଁ । ପାଞ୍ଚବର୍ଷ ମଧ୍ୟରେ ଖେଳ ଖେଳରେ ସେମାନେ ହୋଇଯା’ନ୍ତି କୋଟି କୋଟି ଟଙ୍କାର ମାଲିକ । ଆଉ ତା ପରେ ସେମାନେ କୁଆଡେ ସମାଜର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଯାହାଙ୍କୁ ଦିଆଯାଇ ଥାଏ ଦେଶର ସର୍ବୋଚ୍ଚ ସମ୍ମାନ ସମୂହ ଭାରତ ରତ୍ନ, ଭାରତ ପଦ୍ମ ବିଭୂଷଣ ଇତ୍ୟାଦି । ସାଧାରଣ ଲୋକେ ସେମାନଙ୍କୁ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ କେବଳ ପରିଗଣିତ କରନ୍ତି ନାହିଁ ବରଂ ସଭା ସମିତିରେ ସେମାନଙ୍କୁ ଡାକି ପ୍ରେରଣା ନେଇଥା’ନ୍ତି ସତେ ଯେମିତି ସେମାନେ ଜଣେ ଜଣେ ପ୍ରଭୁତୁଲ୍ୟ ଜ୍ଞାନୀ ବ୍ୟକ୍ତି ।
ସମାଜର ସବୁଠାରୁ ନୂ୍ୟନତମ କଦର୍ଯ୍ୟ ମାନସିକତା ବିଶିଷ୍ଟ ଅଜ୍ଞାନ ବ୍ୟକ୍ତିଙ୍କୁ କରାଯାଇ ଥାଏ ଆମର ଶାସକ । ସେମାନେ କୌଣସି କାର୍ଯ୍ୟ କରିବାରେ ଯାହା ଜ୍ଞାନ ରଖିଥା’ନ୍ତି ନକହିବା ଭଲ । ତଥାପି ନିର୍ବୋଧ ବାରମ୍ବାର ସେମାନଙ୍କୁ ହିଁ ନିର୍ବାଚିତ କରି ପଠାଇଥା’ନ୍ତି ଶାସନ କ୍ଷମତାକୁ । ତାହାର ମୁଖ୍ୟ କାରଣ ହେଲା ଯେ ସାଧାରଣ ନିର୍ବୋଧ ମଣିଷ ଗୁଡିକ ମଧ୍ୟ ଏତେ କର୍ମବିମୁଖ ଆଉ ଅଜ୍ଞାନ ଯେ ସେମାନେ କୌଣସି କଥାକୁ ବୁଝି ପାରନ୍ତି ନାହିଁ କି ଜାଣି ପାରନ୍ତି ନାହିଁ । କେବଳ କୁହେଳିକା, ପ୍ରହେଳିକାର ପ୍ରଭାବ ପ୍ରକୋପରେ ନିଜକୁ ଯାହା ଭଲ ଲାଗେ ସେଇଆ କରନ୍ତି । ବାସ୍ତବ ଅବାସ୍ତବ, ସତ୍ୟ ମିଥ୍ୟାର କୌଣସି ସମୀକ୍ଷା ଜ୍ଞାନ ନାହିଁ କାହାରି ପାଖରେ କହିଲେ ଅତ୍ୟୁକ୍ତି ହେବନାହିଁ । ଅଧିକନ୍ତୁ ନିଜର ସମସ୍ତ ରୋଜଗାରକୁ ଟେକି ଦିଅନ୍ତି ସେମାନଙ୍କ ହାତରେ ଯାହା ଦ୍ୱାରା ସମାଜ ଦିନକୁ ଦିନ ନିମ୍ନମୁଖୀ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ଅବସ୍ଥାକୁ ଅଗ୍ରସର ହେଉଛି । ଆଦୌ ସଚେତନତା ନାହିଁ ଏହି ସବୁ ବିଷୟରେ ଆମ ସମାଜରେ । ତଥାପି ଆମେ ବିଶ୍ୱ ଗୁରୁ ଭଳି ଏକ ମିଥ୍ୟା ଅବାନ୍ତର ଯୁକ୍ତିକୁ ବାଢିଥାଉ ଯାହା ଆମ ଘର ଭତରେ ଚର୍ଚ୍ଚିତ ହେବା ବ୍ୟତୀତ ଅନ୍ୟାନ୍ୟ ଦେଶ ଗୁଡିକରେ ଆମର ସମ୍ମାନ ମାଟି ତଳେ ।
ଗଛ ଆମର, ପରିଶ୍ରମ ଆମର । ତାହାର ଫଳ ମଧ୍ୟ ଆମର । କିନ୍ତୁ ବର୍ଷ ବର୍ଷର ପରିଶ୍ରମର ଫଳକୁ କେବଳ ତୋଳିବା ପାଇଁ ଆଳସ୍ୟ କାରଣରୁ ଗଛ ଉପରେ ରହି ସେହି ଫଳକୁ ଖାଇ ତାର ଅଇଁଠା ଟିକିଏ ତଳକୁ ଫିଙ୍ଗିଦେବା ଫଳକୁ ଖାଇ ଆମେ ସନ୍ତୁଷ୍ଟ ! ସେହି ଭଳି ଆମର ଅର୍ଥକୁ ଆତ୍ମସାତ କରି ବିଳାସ ବ୍ୟସନରେ ରହି ତାଙ୍କରି ଅଇଁଠା ଟିକିଏ ପାଇଁ ଆମେ ·ହିଁ ରହିଥାଉ ପାଞ୍ଚ ବର୍ଷ । ଆଉ ଟିକିଏ ଅଇଁଠା ମିଳିଗଲେ ସତେ ଯେମିତି ଶବରୀର ଅଇଁଠା ଖାଇ ରାମଚନ୍ଦ୍ର ତାକୁ ଧନ୍ୟ କରିଦେବା ଭଳି ଆମେ ମଧ୍ୟ ଧନ୍ୟ କରିଦେଉ ସେମାନଙ୍କୁ ପାଞ୍ଚ ବର୍ଷକୁ ଥରେ । କି ବିଚିତ୍ର ମାନସିକତା ଆମର ! ତା ପାଇଁ ସେମାନଙ୍କୁ ଦାୟୀ କରାଯାଇ ପାରିବ ନାହିଁ, କିନ୍ତୁ ପରୋକ୍ଷରେ ସେମାନେ ହିଁ ଦାୟୀ ଯେତିକି ପ୍ରତ୍ୟକ୍ଷରେ ସମ୍ପୂର୍ଣ୍ଣ ଦାୟୀ କେବଳ ଜନସାଧାରଣ । 
    ଅଖଣ୍ଡ କ୍ଷମତାଧାରୀ ଶାସକ ଯୁକ୍ତ ବ୍ୟବସ୍ଥା କେବେହେଲେ ଗଣତନ୍ତ୍ର ହୋଇପାରିବ ନାହିଁ, ଯାହା ଆମ ଦେଶରେ ପ୍ରଚଳିତ । ସେହି ରାଜକୀୟ ଅଖଣ୍ଡ କ୍ଷମତାଧାରୀ ବ୍ୟବସ୍ଥାକୁ ପ୍ରଥମେ ପରିବର୍ତ୍ତନ କରାନଗଲେ ଯେ ଆମେ କେବେହେଲେ ଗଣତାନ୍ତ୍ରିକ ଶାସିତ ହୋଇ ପରିବା ନାହିଁ ଏହା ସର୍ବାଦୌ ଆଜିର ଆହ୍ୱାନ ! ଆମେରିକା, ଇଂଲଣ୍ଡ ଭଳି ବିଭିନ୍ନ ଉନ୍ନତ ରାଷ୍ଟ୍ର ଗୁଡିକରେ ଏମିତି ସମ୍ବିଧାନ ନାହିଁ ଯାହା ଆମ ଦେଶରେ ପ୍ରଚଳିତ । ଆମ ଦେଶର ସମ୍ବିଧାନ କେବଳ ଦୁଇଟି ଶବ୍ଦର ଗୋଟିଏ ଧାଡିରେ ସମାପ୍ତ ହୋଇଥାଏ ଯେଉଁଥିରେ କୋଟି କୋଟି ଲୁକ୍କାୟିତ ଆଇନ ରହିଛି ଯାହା କେବଳ ସାଧାରଣ ନିରୀହ ନିର୍ବୋଧ କିମ୍ବା ସଚ୍ଚୋଟ ଲୋକଙ୍କୁ ଦଣ୍ଡିତ କରିପାରେ । ତାଛଡା କୌଣସି କ୍ଷମତାଧାରୀଙ୍କ ପାଇଁ ଆମ ସମ୍ବିଧାନରେ ଯେଉଁ ଆଇନ ଅଛି ତାହା କେବଳ ସେମାନଙ୍କ ସୁରକ୍ଷା ପାଇଁ ବ୍ୟତୀତ ଦଣ୍ଡ ବିଧାନରେ ଆଦୌ ସହାୟକ ହୋଇନଥାଏ । ତେଣୁ ସାଧାରଣ ଜନତା ଆଜି ନିଷ୍ପେସିତ, ପ୍ରତାରିତ । ସାଧାରଣ ଲୋକଟିଏ ·ହିଁଲେ ଜଣେ ଅସାମାଜିକ, ଅନୈତିକ କ୍ଷମତାଧାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରିବ ନାହିଁ । କିନ୍ତୁ ଜଣେ କ୍ଷମତାଧାରୀ ସାଧାରଣ ଲୋକଙ୍କୁ ସହଜରେ ତଳିତଳାନ୍ତ କରି ଦେଇ ପାରିବ । ଏହିଭଳି ଏକ ସମ୍ବିଧାନର ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଆମ ଦେଶ କେବେ ହେଲେ ବିକଶିତ ଦେଶର ମାନ୍ୟତା ପାଇବା ଅସମ୍ଭବ ।    ସେମାନଙ୍କ ମିଥ୍ୟା କୁହେଳିକା ପ୍ରହେଳିକାରେ ବିଭୋର ନିମଗ୍ନ ନିର୍ବୋଧ ଆମ ଯେ ବୁଝିନାହୁଁ ପ୍ରକୃତରେ ଗଣତନ୍ତ୍ର କ’ଣ । କେବଳ ତୁଣ୍ଡ ବଇଦାରେ ଆମେ ଏକ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ ବୋଲି କହୁ । ଗଣତନ୍ତ୍ରର ପ୍ରକୃତ ଅର୍ଥକୁ ବୁଝି ନାହାନ୍ତି କେହି । ବରଂ କ୍ରୁର ରାଜତନ୍ତ୍ର ପଛରେ ରହିଥିବା ଅଖଣ୍ଡ ଗୁଣ୍ଡାରାଜ କାରଣରୁ ଭୟଭୀତ ହୋଇ ଅନେକ କଥାକୁ ବିଶ୍ୱାସକୁ ନେଇଥାଉ ଆମେ ଯାହା ସବୁ ସମ୍ପୂର୍ଣ୍ଣ ମିଥ୍ୟା । ସେହି ମିଥ୍ୟରୁ ନିଜକୁ କ୍ଷାନ୍ତ ରଖିବାକୁ ହେବ । ଅନ୍ୟଥା ବିକାଶର ସଂଜ୍ଞାକୁ ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବୁଝିବାରେ ଅକ୍ଷମ ରହି କେବଳ ନିଷ୍ପେସିତ ପ୍ରତାରିତ ହୋଇ ରହିଥିବା ପିଢ଼ିକୁ ପିଢ଼ି ଯାହା ଆଜି ପର୍ଯ୍ୟନ୍ତ ଆମେ ଦେଖି ଆସୁଅଛେ । ସାଧାରଣ ମଣିଷ ପ୍ରଥମେ ଏଗୁଡ଼ିକୁ ବି·ର କରିବାକୁ ହେବ ।  ଯେଉଁଆଡେ ଦେଖିବ ସ୍ୱାର୍ଥ ! 
କଥା କଥାରେ ସ୍ୱାର୍ଥ, ବ୍ୟବସାୟ ! କାହାର କାହାପ୍ରତି ଶ୍ରଦ୍ଧା ନରହିଲେ ମଧ୍ୟ କିଛି ଚଳିଥା’ନ୍ତା, କି’ନ୍ତୁ କ୍ରୋଧ, ଆକ୍ରୋଶ ଭାବ ଯେ ଆମକୁ ଦିନକୁ ଦିନ ତଳିତଳାନ୍ତ କରୁଛି ଏକଥା ବୁଝନ୍ତି ନାହିଁ କେହି । କି ସେମାନଙ୍କୁ ବୁଝାଇବା ପାଇଁ ନାହାନ୍ତି କେହି । ଯେଉଁମାନେ ଅଛନ୍ତି ସେମାନଙ୍କ କୌଣସି ସାମାଜିକ ମାନ୍ୟତା କିମ୍ବା ଗ୍ରହଣୀୟତା ନାହିଁ ଆଜି ସମୟରେ । ଏହିଭଳି ଏକ ପରିସ୍ଥିତି, ପରିବେଶରେ ଆମେ ଯେଉଁ ସବୁ ମିଛି ମିଛିକା ଉନ୍ନତିର ମାର୍ଗ ଗୁଡିକୁ ଦେଖୁଛେ ସେଗୁଡିକ କେବଳ ପାଣିରେ ଗାର ଭଳି । ସାଧାରଣ ନିର୍ବୋଧ ଜନସମୂହ ଏକତ୍ରିତ ହୋଇ ଏକ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ ନକଲେ ଆମେ ନଦେଖିଲେ ମଧ୍ୟ ଆଉ କିଛି ବର୍ଷ ପରେ ଯେ ଦେଶର ପରିସ୍ଥିତି ଭୟାବହ ହେବ ସେଇଥିରେ କୌଣସି ସନେ୍ଦହ ନାହିଁ । କାରଣ ଯାହା ସବୁ ମଣିଷକୁ ଆବଶ୍ୟକ ସେ ବିଷୟରେ କେହି କିଛି ଜାଣନ୍ତି ନାହିଁ କିମ୍ବା କେହି କୁହନ୍ତି ନାହିଁ । ଅନବାଶ୍ୟକ ବିଷୟକୁ ଆଲୋଚନା ଯୁକ୍ତି ତର୍କର କୌଣସି ମୂଲ୍ୟ ନାହିଁ ଯାହା ଆଜି ସର୍ବତ୍ର ପରିଲକ୍ଷିତ । ଯାହାଙ୍କୁ ଆମେ ସମାଜର ଶିକ୍ଷିତ ଚତୁର ବୋଲି ଭାବୁଛେ ସେ ସମସ୍ତେ ସମ୍ପୂର୍ଣ୍ଣ ଅଜ୍ଞାନତାର ଚରମ ଶୀର୍ଷରେ । ସେମାନଙ୍କ କୁହେଳିକା, ପ୍ରହେଳିକାରେ ନିମଗ୍ନ ଯେ ସମାଜ ଏକ ଅନ୍ଧକାର ଗର୍ତ୍ତ ଅଭିମୁଖୀ ଏ କଥା ମଧ୍ୟ ଆଦୌ ବୁଝିନାହାନ୍ତି କେହି । ଏକ ସୁନ୍ଦର ମଣିଷ ସମାଜ ସୃଷ୍ଟି କରିବା ଧ୍ୟେୟରେ ବାସ୍ତବ ସତ୍ୟକୁ ସମୀକ୍ଷା କରିବା ଓ ଉଜାଗର କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବୁଦ୍ଧିଜୀବୀଙ୍କ ପରମ ଧର୍ମ ହେଉ ।
  ମୋ:୯୪୩୭୩୨୪୯୧୭