ଶିଶୁ ମହୋସôବ ‘ସୁରଭି’ ଅନୁଷ୍ଠିତ
ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ଜଳହରୀ ସାରସ୍ୱତ ଉଚ୍ଚ ବିଦ୍ୟାପୀଠରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋସôବ ‘ସୁରଭି’ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାସଂଯୋଜକ ତ୍ରିଲୋଚନ ନାୟକଙ୍କ ସଂଯୋଜନାରେ ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରଗୋପାଳ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ସାମ୍ବାଦିକ ରାଜେନ୍ଦ୍ର ଶତପଥି ମୁଖ୍ୟଅତିଥି ଓ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନବକିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ପ୍ରତିଭାର ବିକାଶ ପାଇଁ ସୁରଭି ଉସôବର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ପ୍ରତିଯୋଗୀ ସର୍ବକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରିଥିଲେ । କୃତୀ ପ୍ରିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷୟତ୍ରୀ ଶସ୍ମିତା ପରିଡା ଅତିଥି ପରିଚୟ ଓ ବିଷ୍ଣୁପ୍ରିୟା ରାଉତ ଧନ୍ୟବାଦ ଦେଇଥିଲେ । ସୁଶାନ୍ତ ଜେନା, ରାଜେନ୍ଦ୍ର ବାରିକ, ସ୍ମୃତିଶ୍ରୀ ପାତ୍ର, ସୁମତୀ ଦେ, ସ୍ମୃତିରଞ୍ଜିତା ମହାଳିକ, ସୋନାଲି ରାଉତ, ତନୁଜା ରାଉତ, ଚମୁକି ଯେନା, ପ୍ରମିଳା ନାୟକ, ସୁଷମା ଜେନା, ବିଶ୍ୱଜିତ ପ୍ରଧାନ ଉସôବ ପରିଚାଳନା କରିଥିଲେ ।
ସେହିପରି ଖଡ଼ିସିଙ୍ଗା କ୍ଲଷ୍ଟର ଅଧିନ ସ୍କୁଲ ମାନଙ୍କ ଶିଶୁମାନଙ୍କ ମଧ୍ୟରେ ଚଳିତ ଶିକ୍ଷା ବର୍ଷର ଛାତ୍ର ଛାତ୍ରୀଙ୍କ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ସୁରଭି ସୋମବାର ଅନୁଷ୍ଠିତ ହୋଇଯାଇଛି । ମୂରଲୀଧର ନୋଡ଼ାଲ ସ୍କୁଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ ହାସଦା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରେଣୁବାଳା ରାଉତ ଯୋଗ ଦେଇ ଶିକ୍ଷା ବିଭାଗର ଏହି କାର୍ଯ୍ୟକ୍ରମ ପିଲାଙ୍କ ଶୁପ୍ତ ପ୍ରତିଭାର ବିକାଶରେ ସହାୟକ ହେଉଛି ବୋଲି ମତ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ସଂଯୋଜକ ଗଦାଧର ବାରିକ୍ ଯୋଗ ଦେଇ ବିଦ୍ୟାଳୟର ଶୈଖିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଜିତ୍ ଓ ପରିପକ୍ୱ ହେବାରେ ସହାୟତା ହେଉଥିବାରୁ ଅଭିଭାବକ ମାନେ ଏହି ଦିଗରେ ଯନôଶୀଳ ହେବାକୁ ଆହ୍ୟାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅନୁ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର ଜେନା, ଜଗନ୍ନାଥ ପଣ୍ଡା, ଉଦୟନାଥ ରାଉତ, ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇ ଥିଲା । କ୍ଳଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ଅଜୟ ସ୍ୱାଇଁ, ଭାଗୀରତି ସେଠୀ, ଅନୀତା ରାଉତ ସୁଚିଶ୍ମିତା ଜେନା, ଶିଶିର ରଥ, ଶ୍ରୀଧର ରାଉତ, ସୁଭାଷିନୀ ମଲ୍ଲିକ ଲକ୍ଷ୍ମୀନାରାୟଣ ପଲ୍ଲାଇ, ସଞ୍ଜୟ କୁମାର ବଳ ବନବିହାରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।