ଘରୁ ମଦ ବାହାର କରି ରାସ୍ତାରେ ଭାଙ୍ଗିଲେ ମହିଳା
।ା ପ୍ରଭାନୁ୍ୟଜ ।ା ଧାମନଗର: ଧାମନଗର ଅଂଚଳରେ ଚୋରା ଦେଶି ଓ ବିଦେଶୀ ମଦ କାରବାର ଦିନକୁଦିନ ବଡ଼ିଚାଲିଚି । ଅବକାରୀ ବିଭାଗ ଓ ପୁଲିସ ଜାଣି ନ ଜାଣିଲା ପରି ଅଭିନୟ କରୁଛି । ଫଳରେ କୋମଳ ମତି ପିଲା ଓ ଯୁବକ ମାନେ ନିଶା ସେବନ କରି ପଥ ଭ୍ରଷ୍ଟ ହେଉଛନ୍ତି । ତେବେ ଏହି ଚୋରା ମଦ ରୋକିବା ପାଇଁ ମହିଳା ମାନେ ଆଗେଇ ଆସିଛନ୍ତି । ଏପରି କି ଯାହା ପୁଲିସ କି ଅବକାରୀ ବିଭାଗ କରିପାରିନି ତାହାକୁ ମହିଳା ମାନେ କରି ଦେଖାଇଛନ୍ତି । ପ୍ରକାଶ ଥାଉକି, ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ପାଟୁଳି ବଜାରରେ ଦୀର୍ଘଦିନ ହେବ ବେଆଇନ ଭାବେ ଚୋରା ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଆସୁଥିଲା । ବିଭାଗୀୟ ଅଧିକାରୀ କର୍ଣ୍ଣ ପାତ କରିନଥିଲା । ଆଜି ଗ୍ରାମର ମହିଳା ମାନେ ଏକ ଜୁଟ ହୋଇ ମଦ ବିକୁଥିବା ହୃଦାନନ୍ଦ ତ୍ରିପାଠୀ ଓ ରାଧାଶ୍ୟାମ ତ୍ରିପାଠୀଙ୍କ ଘରୁ ମଦ ବାହାର କରି ରାସ୍ତା ଉପରେ ଭାଙ୍ଗି ବିରୋଧ କରିଥିଲେ । ଏହି ଦୁଇ ଜଣ ଚୋରା ମଦ ବେପାରୀଙ୍କ ଯୋଗୁଁ ଆଖପାଖ ୩ ରୁ ୪ ପଞ୍ଚାୟତର ଛୁଆ ଠୁ ବୁଢ଼ା ମଦ ପି ମାତାଲ ହେଉଥିଲେ । ଘରେ ସ୍ତ୍ରୀ'ର ପୁରୁଣା ଲୁଗା ଠାରୁ ଆରମ୍ଭ କରି ହାଣ୍ଡି, କଢ଼ା, ମୋବାଇଲ ସମେତ ଚାଉଳକୁ ବିକ୍ରିକରି ମଦ ପିଉଥିଲେ । ଏହା ଦ୍ୱାରା ପରିବାରରେ ଅସନ୍ତୋଷ ଲାଗି ରହିଥିଲା । ଆଜି ମହିଳାମାନେ ଏକଜୁଟ ହୋଇ ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କ ଘରୁ ଦେଶୀ ବିଦେଶୀ ମଦ ବାହାର କରି ରାସ୍ତା ଉପରେ ଭାଙ୍ଗି ଥିଲେ । ପ୍ରକାଶ ଥାଉ କି, ଧାମନଗର ଓ ଦୋବଲ ରେ ଥିବା ଦେଶି ଓ ବିଦେଶୀ ଦୋକାନ ରୁ ଦୈନିକ ୨୫ ରୁ ୩୦ ପେଟି ମଦଆଣି ଏଠାରେ ଦିଅନ୍ତି, ପରେ ଏହି ଦୋକାନରେ ଖୁଲମ ଖୋଲା ଚୋରା ମଦ ଚଡା ଦରରେ ବିକ୍ରି କରୁଥିବା ମହିଳା ମାନେ କହିଛନ୍ତି । ଆଗାମୀ ଦିନରେ ଏ ଠାରେ ଚୋରା ମଦ ରୋକା ନଗଲେ ପୁଲିସ ଓ ଅବକାରୀ ବିଭାଗ ଆଗରେ ଧାରଣ ଦିଆଯିବ ବୋଲି ଉତ୍ୟକ୍ତ ମହିଳା ମାନେ କହିଛନ୍ତି ।