ଉଠିଗଲାଣି କଂକ୍ରିଟ ଢଳେଇ, ଖସୁଛି ଅତଡା

 ପ୍ରଭାନୁ୍ୟଜ ।ା ବୈଶିଙ୍ଗା : ସୁବର୍ଣ୍ଣରେଖା କେନାଲ କାମ ଠିକ୍ ଭାବରେ ହେଉନଥିବାରୁ କେନାଲରୁ କଂକ୍ରିଟ ଢଳେଇ ଖସି ପଡିବା ସହ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଜଣାଯାଇଛି । ଏତତ୍ ବ୍ୟତୀତ କେନାଲ ଆଡିରେ ରାସ୍ତା ନିର୍ମାଣ ହେଉଥିବାବେଳେ ଅତଡ଼ା ଖସି ଏକର ଏକର ଚାଷ ଜମି ନଷ୍ଟ ହେବାରେ ଲାଗିଛିି । ବିଭାଗୀୟ ଅଧିକାରୀ କେନାଲ କାମ ଚାଲିଥିବା ସ୍ଥାନକୁ ନ ଆସିବା ଓ ତଦାରଖ ନ କରିବା ଫଳରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କେନାଲ ଆଡିରେ ସାଇଡ ୱାଲ ନିର୍ମାଣ ନ ହେବା ଫଳରେ ଏହି ମାଟି ଅତଡା ଖସି ବଡ ବଡ ଗର୍ତ୍ତମାନ ସୃଷ୍ଟି ହେଉଛି । ଏହି ମାଟି ଖସିବା ଫଳରେ କେନାଲ କଡରେ ଥିବା ଚାଷୀମାନଙ୍କର ଚାଷ ଜମି ପୋତି ହୋଇଯାଉଛି । ଏଭଳି ଘଟଣା ସଠିଲୋ ପଞ୍ଚାୟତର ମଉଦା ଓ ଛଚିନାପଦା ମଧ୍ୟ ଭାଗ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲରେ ଏଭଳି କଂକ୍ରିଟ ଢଳେଇ ଉଠି ଯିବା ସହ ମାଟି ଅତଡା ଖସିବାରେ ଲାଗିଛି । ଏ ସଂପର୍କରେ ସୁବର୍ଣ୍ଣରେଖା କାର୍ଯ୍ୟ କରୁଥିବା ଲୋକମାନଙ୍କୁ ପଚାରିବାରୁ ଆମକୁ ଯାହା କୁହାଯାଇଛି ଆମେ ସେହିଭଳି କାମ କରୁଛୁ ବୋଲି କହିଛନ୍ତି । ସୁବର୍ଣ୍ଣରେଖା କାମ କରୁଥିବା ଠିକାଦାର କେବେ ଘଟଣାସ୍ଥଳକୁ ଆସୁଛନ୍ତି, ତାହା ଜଣାପଡୁ ନାହିଁ । ସୁବର୍ଣ୍ଣରେଖା ଉପଖଣ୍ଡ କାର୍ଯ୍ୟାଳୟ ବେତନଟୀ ଠାରୁ ବାରିପଦାକୁ ଉଠାଇ ନିଆଯିବା ଫଳରେ ଚାଷୀମାନେ ଏହି ଅଭିଯୋଗ କରିପାରୁନଥିବା ଜଣାଯାଇଛି । ଏହି କାର୍ଯ୍ୟାଳୟକୁ ବେତନଟୀରେ ପୁନଃ କାର୍ଯ୍ୟକ୍ଷମ କରିବାକୁ ଚାଷୀମାନେ ଦାବି କରିଛନ୍ତି ।