ପାଣିରେ ବୁଡି ଯୁବକ ନିଖୋଜ

ପାଣିରେ ବୁଡି ଯୁବକ ନିଖୋଜ


ଭଦ୍ରକ - ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଅନ୍ତର୍ଗତ ଧୁସୁରୀ ପଂଚାୟତ ବ୍ରାହ୍ମଣୀପାଳ ପଣ୍ଡାପାଟଣା ଗ୍ରାମର ପ୍ରଶାନ୍ତ ପଣ୍ଡାଙ୍କ ପୁଅ ରୁଦ୍ର ପଣ୍ଡା (୨୦)  ନିକଟ ଗେଙ୍ଗୁଟି ନଦୀର ଶାଖା କଣ୍ଡିଆ ନାଳରେ ଗାଧଉଥିବା ସମୟରେ ନିଖୋଜ ଅଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଧାମନଗର ଦମକଳ ବାହୀନି ପହଂଚି ଖୋଜା ଖୋଜି ଜାରି ରଖିଛି । ସୂଚନା ମୁତାବକ ବ୍ରାହ୍ମଣ ଘର ହୋଇଥିବାରୁ ଜେଜେଙ୍କ ମୃତ୍ୟର ଆଜି ୧୨ ଦିନ ଥିଲା । ପଡୋଶୀ ମାନଙ୍କ ପାଇଁ ଭୋଜି ଭାତର ଆୟୋଜନ ହୋଇଥିବାରୁ ରୁଦ୍ର ନିକଟ କଣ୍ଡିଆ ନାଳରେ ସାଙ୍ଗ ସହିତ ଗାଧୋଉଥିଲେ । ତେବେ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ । ତେବେ ସାଙ୍ଗ ଏହା ଦେଖି ଡାକ ପକାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଧୁଷୁରୀ ପୋଲିସ ଓ ଧାମନଗର ଦମକଳ ବାହିନୀ ପହଂଚି ନିଖୋଜ ଯୁବକକୁ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ରୁଦ୍ରର କୌଣସି ସନ୍ଧାନ ମିଳିପାରିନାହିଁ ।