ତ୍ୟାଗଭୂମି ମହୋସôବର ପଞ୍ଚମ ସନ୍ଧ୍ୟା : ଜୀବନର କଳା ଓ କୌଶଳକୁ ନେଇ ସାହିତ୍ୟ ଚିରନ୍ତନ ହୁଏ

 ଭଦ୍ରକ: ଜୀବନକୁ ଚିହ୍ନାଏ ଓ ଜୀବନ ସାହିତ୍ୟର କଥା କହେ । ଜୀବନ ଜୀଇଁବାର ଅନୁପମ କଳା ଓ କୌଶଳ ଆମେ ସାହିତ୍ୟରୁ ଲାଭକରୁ । ଜୀବନର ସେଇ କଳା କୌଶଳକୁ ନେଇ ସାହିତ୍ୟ ହୁଏ ଚିରନ୍ତନ ଓ ସ୍ରଷ୍ଟାର ଅନୁଭବକୁ ନେଇ ସାହିତ୍ୟ ସମୃଦ୍ଧ ଓ ନିତ୍ୟ ନୂତନ ହୁଏ ବୋଲି ଭଦ୍ରକ ମଠସାହି ପଡ଼ିଆରେ ଚାଲୁଥିବା ତ୍ୟାଗଭୂମି ମହୋସôବର ପଞ୍ଚମ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି । ତ୍ୟାଗଭୂମି ପତ୍ରିକା ସମ୍ପାଦକ ଅଧ୍ୟାପକ ଡ. ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ସନ୍ଧ୍ୟା "ପ୍ରଫେସର ସନାତନ ମହାନ୍ତି ମଞ୍ଚ’ ନାମରେ ଉସôର୍ଗୀକୃତ ହୋଇଥିଲା । ମୁଖ୍ୟଅତିଥି ବିଶ୍ୱଭାରତୀ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶିଷ୍ଟ ସମାଲୋଚକ ଡ. ରବୀନ୍ଦ୍ର ଦାସ ଯୋଗଦେଇ ସାହିତ୍ୟ ମଣିଷର ଆବେଗ, ଅନୁଭୂତି ଓ କଳ୍ପନାକୁ ଏକତ୍ର କରି ଜଗତ ସଂକ୍ରାନ୍ତୀୟ ଚିନ୍ତନକୁ ଭାଷା ମାଧ୍ୟମରେ ଶୈଳ୍ପିକ ସୁଷମାରେ ଉପସ୍ଥାପନ କରେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଫକୀରମୋହନ ସ୍ୱୟଂଶାସିତ କଲେଜ ଓଡ଼ିଆ ଅଧ୍ୟାପକ ଡ. ସନ୍ତୋଷ ନାୟକ ଯୋଗଦେଇ ଜୀବନ ଓ ଜଗତ ଭଳି ସାହିତ୍ୟର କଳା ଓ ଆବେଦନ ବ୍ୟାପକ ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁଙ୍କୁ "ପ୍ରଫେସର ସନାତନ ମହାନ୍ତି ଶିକ୍ଷା ସ୍ମୃତି ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଚିନ୍ମୟ ଜେନା ମାନପତ୍ର ପାଠ କରିଥିଲେ । ସଦସ୍ୟ ବୈଲୋଚନ ବେହୁରିଆ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ, ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧିବେଶନରେ କବି ମାନସ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋସôବରେ ସାହିତି୍ୟକ ଡ. ରାମଚନ୍ଦ୍ର ପଣ୍ଡା, କବି-ନାଟ୍ୟକାର ସାରଥି ପଣ୍ଡା, ନାଟ୍ୟ ନିଦେ୍ର୍ଦଶକ ମନୋଜ ପଣ୍ଡା, କାଳନ୍ଦୀ ମଲ୍ଲିକ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତି ଅଜୟ ନୟସ୍କ ଓ ସମ୍ପାଦକ ଗଦାଧର ବଳ ସମେତ ସୁଧାକର ରାଉତ, ବାବୁଲାଲ ଦାସ, ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ପ୍ରଫୁଲ୍ଲ ପରିଡା, ମଦନମୋହନ ନାୟକ, ରାଜେନ୍ଦ୍ର ବିଶ୍ୱାଳ, ଅକ୍ଷୟ ହୋତା, ସନାତନ ସାହୁ, ଅଶୋକ ଦ୍ୱିବେଦୀ, ପ୍ରେମାନନ୍ଦ ମହାନ୍ତି, ବିଚିତ୍ରାନନ୍ଦ ମହାନ୍ତି, ଅମରେନ୍ଦ୍ର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଡ. ଅନୀଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।