ସିଭିଲ ସୋସାଇଟି ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

 ବେତନଟୀ: ବେତନଟୀର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ସିଭିଲ ସୋସାଇଟି ପକ୍ଷରୁ ସ୍ଥାନୀୟ ରେଳଷ୍ଟେସନ ନିକଟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସଦସ୍ୟଗଣ ବେତନଟୀ ଡାକ୍ତରଖାନାକୁ ଯାଇ ରୋଗୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ । ଡଃ କୁନାଲ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ସୋସାଇଟି ପକ୍ଷରୁ ଏହାର ନେତୃତ୍ୱ ନେଇଥିଲେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଂପାଦକ ରବିନ୍ଦ୍ରନାଥ ମିଶ୍ର । ଏହି କାର୍ଯ୍ୟକ୍ରମରେ ସୋସାଇଟିର କାର୍ଯ୍ୟକାରୀ ସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି, ମିଡ଼ିଆ ସଂଯୋଜକ ଅରୁଣ କୁମାର ଓତା, କୋଷାଧକ୍ଷ ହରେନ୍ଦ୍ରନାଥ ବାରିକ, ଉପଦେଷ୍ଟା ବାସୁଦେବ ନାପିତ, ଯତୀନ୍ଦ୍ରନାଥ ସାହୁ, ବିଜୟ କୁମାର ଦ୍ୱିବେଦୀ,ସହ ସଂପାଦକ ସହଦେବ ଗିରି ଓ ରବିନ୍ଦ୍ରନାଥ ଖଟୁଆ ଏବଂ ହିସାବ ସମୀକ୍ଷକ ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ତେବେ ସୋସାଇଟି ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।