ନାବାଳିକାକୁ ଧମକ ଦେଇ ଯୁବକ ଗିରଫ

ସାଲେପୁର:  ଜଣେ ନାବାଳିକାକୁ ପ୍ରେମଜାଲରେ ଫସାଇ ତା’ସହ ଅନୈତିକ ସଂପର୍କ ସ୍ଥାପନ କରି ତାହାର ଅଶ୍ଳୀଳ ଭିଡ଼ିଓ ସୋସିଆଲ୍ ମିଡ଼ିଆ ଭାଇରାଲ୍ କରିବା ଏବଂ ତା’ ବାପାମା’ଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେବା ଅଭିଯୋଗରେ ସାଲେପୁର ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ସାଲେପୁର ଥାନା ଅଞ୍ଚଳର ଜଣେ ନାବାଳିକା ଝିଅକୁ କିଶୋରନଗର ଥାନା ଅଧିନ ମୁର୍କୁଣ୍ଡି ଗ୍ରାମର କାଶୀନାଥ ବେହେରାଙ୍କ ପୁଅ ସତ୍ୟଜିତ୍ ବେହେରା ବାରମ୍ବାର ତାଙ୍କ ଘରକୁ ଆସି ନାବାଳିକା ସହ ବନ୍ଧୁତା ସ୍ଥାପନ କରି ତାକୁ ପ୍ରେମଜାଲରେ ଫସାଇ ତା’ସହିତ ଅନୈତିକ ସଂପର୍କ ସ୍ଥାପନ କରି ତାହାର ଭିଡ଼ିଓ ଉତ୍ତୋଳନ କରି ତା’ ସହିତ ସଂପର୍କ ନରଖିଲେ ଉକ୍ତ ଅଶ୍ଳୀଳ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ କରିବା ସହ ତା’ବାପା ମା’କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାନେଇ ନାବାଳିକା ଜଣକ ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି କେସ୍ ନଂ-୨୪/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।