ଫାଷ୍ଟ କମ୍ ଫାଷ୍ଟ ଲୋଡିଂ ନିୟମ ମାନୁନି ପ୍ରଶାସନ : ୯ରୁ କ୍ରୋମାଇଟ୍ ପରିବହନ ବନ୍ଦ
ବ୍ୟାସନଗର: ପ୍ରଶାସନର ମିଛକଥାରେ ଫସି ୬ରେ ଦେଇଥିବା ଆନେ୍ଦାଳନ ଡ଼ାକରାରୁ ନିବୃତ ରହି ଫସିଯାଇଥିବା କଥା କହିଛନ୍ତି ଟ୍ରକ ମାଲିକ । ଖଣି ଅଞ୍ଚଳେ ଫାଷ୍ଟ କମ୍ ଫାଷ୍ଟ ଲୋଡିଂ ନିୟମ କାର୍ଯ୍ୟକାରୀ ହେଲାଣି, ଆଉ ରାସ୍ତାରେ ଟ୍ରକ ଅଟକାଇବାକୁ ମାଲିକ ସଂଘ ପକ୍ଷରୁ ଦିଆଯାଇଥିବା ଡ଼ାକରାକୁ ପ୍ରତ୍ୟାହାର କରି ନେବାକୁ କୁହାଯାଇଥିଲା । ପ୍ରଶାସନ କଥାକୁ ବିଶ୍ୱାସ କରି ଟ୍ରକ ମାଲିକ ୬ରେ ଯାଜପୁର ରୋଡ଼, ଚଣ୍ଡିଖୋଲ ଏବଂ କବାଟବନ୍ଧର ବ୍ରାହ୍ମଣୀବ୍ରିଜ ନିକଟରେ କ୍ରୋମ ବୋଝେଇ ଟ୍ରକ ଅଟକାଇବାରୁ ନିବୃତ ରହିଥିଲେ । ହେଲେ ଫାଷ୍ଟକମ୍ ଫାଷ୍ଟ ଲୋଡିÿଂ ଚାଲିଥିବା କଥା ଧର୍ମକୁ ଆଖିଠାର ପରି ଥିଲା । ଆନେ୍ଦାଳକୁ ଭଣ୍ଡୁର କରିବାକୁ ପ୍ରଶାସନ ମିଛକଥା କହିଥିବା ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ ଉପଦେଷ୍ଠା ହୃଦାନନ୍ଦ ସାମଲ, ସଭାପତି ଅମିୟ ରଞ୍ଜନ ବାରିକ, ସଂପାଦକ ଦିଲୀପ ମଲିକ, କିଶୋର ରାଉତ୍, ସମୀର ପରିଡ଼ା, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘର ପୁଷ୍ପରାଜ ନାୟକ, କିର୍ତିରାଜ ସ୍ୱାଇଁ, ଖଣି ପ୍ରଭାବିତ ଟ୍ରକ ମାଲିକ ସଂଘର ବିଶ୍ୱଜିତ ମହାନ୍ତି, ମାନସରଞ୍ଜନ ଭଞ୍ଜ, ବ୍ରାହ୍ମଣୀବ୍ରିଜ ଟ୍ରକ ମାଲିକ ସଂଘ ପକ୍ଷରୁ ରୁଦ୍ରନାରାୟଣ ମିଶ୍ର, ସଂଜୟ ନାୟକ ପ୍ରମୁଖ ଅଭିଯୋଗ କରିଥିଲେ କି ପ୍ରଶାସନ କଥାରେ ଆମେ ଦେଇଥିବା ଆନେ୍ଦାଳନ ଡ଼ାକରାକୁ ପ୍ରତ୍ୟାହାର କରି ନେଇଥିଲୁ । ହେଲେ ଖଣି ଅଞ୍ଚଳରେ କ୍ରୋମ ବୋଝେଇ ଫାଷ୍ଟ କମ ଫାଷ୍ଟ ଲୋଡ୍ ବଦଳରେ ସ୍ପେଶାଲ ବୋଝେଇ ଚାଲିଛି । କିଛି ମୁଷ୍ଟିମେୟ ମାଲିକଙ୍କୁ ଏଭଳି ସୁଯୋଗ ଦିଆଯାଇ ସର୍ବାଧିକ ଟ୍ରକ ମାଲିକଙ୍କ ପେଟକୁ ଲାତ ମରାଯାଉଛି । ମାଲିକ ସଂଘ ପକ୍ଷରୁ କୁହାଯାଇଛି କି ସୁକିନ୍ଦା କ୍ରୋମାଇଟ୍ ଖଣି ପରିବହନ ଉପରେ ଟ୍ରକ୍ ମାଲିକ ନିର୍ଭରଶୀଳ । ତା୨୧ା୧୨ା୨୦୨୪ରିଖ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ସିଦ୍ଧାନ୍ତକୁ ଅବମାନନା କରି ସୁକିନ୍ଦା ଖଣି ଅଂଚଳରେ ୩୦ ପ୍ରତିଶତ ସ୍ପେଶାଲବୋଝେଇ ବ୍ୟବସ୍ଥାକୁ ପ୍ରଶାସନ ତରଫରୁ ବନ୍ଦ କରାଯାଉନି ।
ଥାନା ଅଧିକାରୀ କାଳିଆପାଣିଙ୍କ ଦ୍ୱାରା ଗଠିତ ହ୍ୱାଟସଆପ୍ ଗ୍ରୁପ କୁକୌଣସି ଲୋଡିଂ ତାଲିକା ଦିଆଯାଉ ନାହିଁ । ଅନ୍ୟ ଗ୍ରୁପ୍ରେ ଦୁଇ ପ୍ରକାର ତାଲିକା ସୁକିନ୍ଦା ମିନେରାଲ ଦ୍ୱାରା ଦିଆଯାଉଛି । ଏବଂ ତାହା ରାତ୍ର ୧୨ ଘଟିକା ପରେ ଦିଆଯାଉଥିବାରୁ ଗାଡି ଖଣି ଅଞ୍ଚଳରେ ଲୋଡିଂ ସମୟରେ ପହଁଚିପାରୁନାହିଁ କିନ୍ତୁ ସଂଧ୍ୟା ୭ଟା ପୂର୍ବରୁ ଲୋଡିଂ ତାଲିକା ଦେବାପାଇଁ ଗତ ବୈଠକରେ ସିଦ୍ଧାନ୍ତ ହୋଇଥିଲା । ଜିଲ୍ଲା ପ୍ରଶାସନ କାଳକ୍ଷେପଣ ନିତିଗ୍ରହଣ କରୁଥିବାରୁ ପରୋକ୍ଷରେ ପ୍ରଶାସନ ଓ ଖଣି ଅଧିକାରୀଙ୍କ ସହଯୋଗରେ ସୁକିନ୍ଦା ମିନେରାଲ ଦ୍ୱାରା ସ୍ପେଶାଲ ବୋଝେଇ ବଳବତର ରହିଅଛି । ଯାହା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶକୁ ଖୋଲାଉଲଙ୍ଘନ କରାଯାଉଛି । ଏଣୁ ହାଇକୋର୍ଟଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ନହେବା ନିର୍ଦ୍ଧିଷ୍ଟ ମାଲିକଙ୍କୁ ବୋଝେଇରେ ସ୍ୱତନ୍ତ୍ର ସୁବିଧା ଦିଆଯିବା ପ୍ରତିବାଦରେ ଆସନ୍ତା ୯ତାରିଖ କ୍ରୋମ ପରିବହନକୁ ସୁକିନ୍ଦା ଖଣି ଅଞ୍ଚଳ, ଯାଜପୁର ରୋଡ, ଚଣ୍ଡିଖୋଲରେ ବନ୍ଦ କରାଯିବ । ଏନେଇ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର, ପୁଲିସ ଆରକ୍ଷୀ ଅଧିକ୍ଷକ ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି ।