ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ନିର୍ବାଚନୀ ରଣ ହୁଙ୍କାର ଦେଲେ ନିମାଇଁ
ବ୍ରହ୍ମବରଦା : ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ବରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ତରଫରୁ ଟିକେଟ ଆଶାୟୀ ପ୍ରାର୍ଥୀ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଓ ଦଳଡିଆଁ ନୀତି ଯୋଗୁଁ ଦଳ ପ୍ରେମୀ ମାନେ କାହାକୁ ସମର୍ଥନ କରିବେ ଏବେ ଅଡ଼ୁଆରେ ପଡ଼ିଛିନ୍ତି । ସେପଟେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ବରୀରୁ କୃଷକ ନେତା ନିମାଈଁ ରାୟଙ୍କ ନାମ ଦଳ ଘୋଷଣା ହୋଇଛି । ଦଳପକ୍ଷରୁ ନାମ ଘୋଷଣା ପରେ ନିମାଈଁ ରାୟ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପ୍ରସାର ଆରମ୍ଭ କରିବା ସହ ଚାଷୀ ଭାଇ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ଆଜି ରସୁଲପୁର ବ୍ଲକ ଅର୍ଥଙ୍ଗା ପଞ୍ଚାୟତର କ୍ଷେତ୍ରପାଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆନନ୍ଦ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଚାଷୀ ମାନଙ୍କୁ ନେଇ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ନବ ନିର୍ମାଣ କୃଷକ ସଙ୍ଗଠନର ବରୀ ବିଧାନସଭା ପାର୍ôଥ ନିମାଇଁ ରାୟ ଯୋଗ ଦେଇଆଗାମୀ ନିର୍ବାଚନରେ ବୁଥରେ ସଭ୍ୟ ମାନେ ରହି କିପରି ସୁଚାରୁ ରୂପେ ପରିଚାଳନା କରିବେ କହିଥିଲେ । ତାସହିତ ଏଥର ଚାଷୀ ସରକାର ପାଇଁ ୮୦ଭାଗ ଚାଷୀ ମୂଲିଆ ଓ ଦଳିତ ଲୋକେ ଅଣ୍ଟା ଭିଡ଼ିଲେଣି । ଚାଷ ଜମିକୁ ଜଳ ସେଚନ, ଶୀତଳ ଭଣ୍ଡାର ସ୍ଥାପନ, ଚାଷୀଙ୍କୁ ପେନସନ, ଯୁବ ନିଯୂକ୍ତି, ମଦର ବିକ୍ରିର ପ୍ରଚାର ପ୍ରସାର ବନ୍ଦ କରିବା ସହ ଧାନ ମୂଲ୍ୟ ବୃଦ୍ଧି ଇତ୍ୟାଦି ପ୍ରସଙ୍ଗକୁ ନେଇ ଉପସ୍ଥିତ ଚାଷୀ ଭାଇ ମାନଙ୍କୁ ବୁଝାଇଥିଲେ । ଏଥି ସହିତ ଚାଷୀମାନେ ବିଲରୁ କିପରି ବିଧାନସଭା ଯାଏ ଚାଷୀ ନେତା ପଠାଇ ରାଜ୍ୟରେ ଚାଷୀ ସରକାର ପ୍ରତିଷ୍ଠା କରିବ ସେ ନେଇ ଆହ୍ୱାନ ଆହ୍ୱାନ ଦେଇଥିଲେ । ଏଥର ରାଜ୍ୟରେ ଚାଷୀ ସରକାର ଗଠନ କରିବାର ଲକ୍ଷ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଶ୍ରୀ ରାୟ ପ୍ରକାଶ କରିଥିଲେ । ବରୀ ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା, ବନ୍ଧଡ଼ିହ, ଅର୍ଥଙ୍ଗା, ମଙ୍ଗରାଜପୁର, ସାମନ୍ତରାପୁର, ମଙ୍ଗରାଜପୁର, ମହେଶ୍ୱରପୁର, ରାଉତରାପୁର, ପ୍ରଥମାଖଣ୍ଡି ଆଦି ସମସ୍ତ ଗ୍ରାମ ପଞ୍ଚାୟତ ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସାରା ରାଜ୍ୟରେ ଚାଷୀ ସରକାର ଗଠନ ପାଇଁ ଲେକମାନଙ୍କୁ ବୁଝାଇଥିଲେ ।
ଉକ୍ତ ସଭାରେ ଜିଲା ସଂଯୋଜକ ଦିଲ୍ଲୀପ ଶଙ୍କର ବେହେରା, ମାଧବାନନ୍ଦ ଶାନ୍ତି, ମନୋଜ ଦାସଙ୍କ ସମେତ କର୍ମୀ ମୃତ୍ୟୁଞ୍ଜୟ ପାତ୍ର, ବଲ୍ଲଭ ଜେନା, ଶ୍ରୀଧର ମହଲ, ଶିଶିର ସାମଲ, ଅନନ୍ତ ଘଡାଇ ଓ ବରୀ ନିର୍ବାଚନ ମଣ୍ଡଳୀ ୩୬ ନଂ ଜୋନର ୧୦ ଗୋଟି ପଞ୍ଚାୟତର ପ୍ରତି ପଞ୍ଚାୟତରୁ ୫ ଜଣ ଲେଖାଏଁ ଚାଷୀ ନେତା, ଚାଷୀ ଓ ପ୍ରମୁଖ କର୍ମକର୍ତ୍ତା ମାନେ ଉକ୍ତ ନିର୍ବାଚନୀ ସଭାରେ ସହଯୋଗ ଯୋଗ ଦେଇଥିଲେ ।