ଅରେଇକଣା ପଞ୍ଚାୟତରେ ମାଦକଦ୍ରବ୍ୟ କାରବାର ଅଭିଯୋଗ
ଧର୍ମଶାଳା: ଏହି ବ୍ଲକ ବାଲିଚନ୍ଦ୍ରପୁର ଥାନା ଅରେକଣା ପଞ୍ଚାୟତରେ ମାଦକଦ୍ରବ୍ୟ କାରବାର ବଢିବାରେ ଲାଗିଛି । ଚୋରାରେ ମଦ ସହ ଗାଞ୍ଜା କାରବାର ହେଉଥିବା ନେଇ ଗ୍ରାମବାସୀ ବିଭାଗୀୟ ମନ୍ତ୍ରୀ, ଜିଲାପାଳ ଓ ଧର୍ମଶାଳା ଅବକାରୀ ଅଧିକାରୀ ଓ ଥାନାରେ ଅଭିଯୋଗ କରିଛନ୍ତି । ଅରେଇକଣା ଗ୍ରାମରେ ବ୍ୟାପକ ଚୋରା ମଦ ଓ ଗଞ୍ଜେଇ ବ୍ୟବସାୟ ହେଉଥିବା ନେଇ ପଞ୍ଚାୟତବାସୀ ବିଭିନ୍ନ ସମୟରେ ଜିଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗ କରି ନିରାଶ ହୋଇଥିବା ବେଳେ ପୁଣି ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ବେପରୱା ନିତି ଯୋଗୁଁ ପଞ୍ଚାୟତରେ ନିଶା କାରବାର କମିବା ବଦଳରେ ବଢି ଚାଲିଛି । ଯାହାକୁ ନେଇ ଅରେଇକଣା ପଞ୍ଚାୟତର ମାନସ ରଞ୍ଜନ ରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶାନ ପଣ୍ଡା, ସଂଗ୍ରାମ କେଶରୀ ରାୟ, ଅଶୋକ ରାୟ, ପ୍ରସନ୍ନ କୁମାର ରାୟ, କବିତା ରାଉତ, ମାନସୀ ରାୟ, ସରପଞ୍ଚ ସଞ୍ଜୟ କୁମାର ରାୟ, ସମିତିସଭା ସ୍ୱରସ୍ୱତୀ ରାୟ ପ୍ରମୁଖ ଲିଖିତ ଭାବେ ଉପରୋକ୍ତ ଅଧିକାରୀମାନଙ୍କୁ ଜଣାଇବା ସହ ଚୋରାକାରବାରରେଲିପ୍ତଥିବା ବେପାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
