ଅଧ ଘଣ୍ଟାଏ କମିଲା ପାଠ ପଢା ସମୟ

ଯାଜପୁର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଠିରେ ରଖି ଯାଜପୁର ଜିଲାପାଳ ସମସ୍ତ ବିଦ୍ୟାଳୟରେ ପାଠପଢା ସମୟକୁ ଅଧଘଣ୍ଟାଏ କମାଇ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରୀ ବୁଲେଟିନରେ ଯାଜପୁର ଜିଲ୍ଲାରେ ରୌଦ୍ରତାପ ବଢିବାର ସମ୍ବାଦକୁ ଭିତିକରି ଜିଲାପାଳ ନିଖିଲ ପବନ କଲ୍ୟାଣ ଜିଲାର ସମସ୍ତ ସରକାରୀ, ବେସରକାରୀ, ଅର୍ଦ୍ଧ ସରକାରୀ, ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରେ ସକାଳ ଘ୬.୩୦ମି ସମୟରୁ ପୂର୍ବାହ୍ନ ଘ ୧୦.୩୦ମି ସମୟ ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହିକ୍ରମେ ସମସ୍ତ ଉକ୍ତ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ନିୟମକୁ ମାନି ବିଦ୍ୟାଳୟ ଚଳାଇବେ । ଏସମ୍ବନ୍ଧୀୟ ନିଦେ୍ର୍ଦଶାନାମା ଜିଲ୍ଲା ଶିକ୍ଷା ଅଧିକାରୀ, ଯାଜପୁର, ସମସ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ପରବର୍ତୀ ନିଦେ୍ର୍ଦଶ ନାମା ଜାରି ହେବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।