ବାହାଘର ଭାଙ୍ଗିଯିବାରୁ ଗାଁ ମଝିରେ ଖଣ୍ଡା ଧରି ହଣାକଟା

ବାହାଘର ଭାଙ୍ଗିଯିବାରୁ ଗାଁ ମଝିରେ ଖଣ୍ଡା ଧରି ହଣାକଟା

ଗାଁ ମଝି ସାହିରେ ବୁଲିଲା ଖଣ୍ଡା  । ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି  । ବ୍ରହ୍ମପୁର ଟାଉନ୍‌ ଥାନା ଗେଟ୍‌ ବଜାର ରାଧାକୃଷ୍ଣ ସାହର ଏହି ଘଟଣା ଯାହା ସୋସିଆଲ ମିଡିଆରେ ଛାଇ ଯାଇଛି ।  ଏହି ଘଟଣାରେ ଦୁଇ ଜଣଙ୍କୁ ଟାଉନ ଥାନା ପୋଲିସ ଗିରଫ ବି କରିଛି    ।  ଝିଅର ଭାଇ ଓ ବିବାହ କରିବାକୁ ଥିବା ଯୁବକଙ୍କୁ ଗିରଫ କରାଯାଇଛି    ।  ଗିରଫ ଦୁଇ ଜଣ ହିଞ୍ଜିଳି ସାରୁ ଗାଁର କାହ୍ନା ଡାକୁଆ ଓ ରାଧାକୃଷ୍ଣ ସାହିର କାହ୍ନୁ ଡାକୁଆ   ।  ବିବାହ ପ୍ରସ୍ତାବ ଭାଙ୍ଗିବା ପରେ ଝିଅ ଘର ଲୋକେ ପୁଅ ଘର ଲୋକଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ମାଗିଥିଲେ   ।  ଏହା ପରେ ଝିଅର ଭାଇ ଓ ଝିଅର ଭାବି ସ୍ୱାମୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଗିରଫ ହୋଇଛନ୍ତି   ।