ବିଭିନ୍ନ ଅଞ୍ଚଳରେ ଦୋଳ ମେଳଣ

 ବ୍ରହ୍ମବରଦା:  ବିଭିନ୍ନ ଅଞ୍ଚଳରେ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । ରସୁଲପୁର ବ୍ଲକ ବ୍ରହ୍ମବରଦା ଗ୍ରାମର ୮୭ତମ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମେଳଣ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଶନିବାର ମଧ୍ୟ ରାତ୍ରରେ ଆରାଧ୍ୟ ଦେବତା ଥାନପତି ବିମାନ ମେଳଣ ପଡ଼ିଆକୁ ବିରାଜିତ କରିଥିଲେ । ପରଦିନ ସକାଳୁ ଆଖପାଖ ଅଂଚଳର ଅନ୍ୟବିମାନଙ୍କ ମଧ୍ୟରେ ବ୍ରହ୍ମବରଦା ଛେନାଖିଆପାଟଣାରୁ ଶ୍ରୀ ଗୋପୀନାଥ ଜିଉ ବିମାନ, ଚାନ୍ଦପୁରରୁ ଶ୍ରୀ ରଘୁନାଥ ଜୀଉ, ଗୋପାଳପୁର ହିଙ୍ଗୁଳାସାହିରୁ ଶ୍ରୀ ବୃନ୍ଦାବନଚନ୍ଦ୍ରଜିଉ, କୁଣ୍ଡପାଟଣାରୁ ଶ୍ରୀ ରାଧାକାନ୍ତ ଜିଉ, ପହିରୁ ଶ୍ରୀ ମଦନ ମୋହନ, କାକୁଡିକୁଦରୁ ଶ୍ରୀରାଧାଗୋବିନ୍ଦଜିଉ, ଗୋପାଳପୁର ବଉଳମୂଳରୁ ଶ୍ରୀ ରାଧାକାନ୍ତ ଜିୟୁ, ଗୋପାଳପୁର ଗୋବିନ୍ଦପାଟଣାରୁ ଶ୍ରୀଶ୍ରୀ ବୃନ୍ଦାବନଚନ୍ଦ୍ର ଜିୟୁ, କଇଁଚି ଶାସନରୁ ଶ୍ରୀ ରାଧାଗୋବିନ୍ଦ ବିମାନ ସମେତ ଅନ୍ୟ ୨୦ରୁ ଉର୍ଦ୍ଧ କୁନିକୁନି ବିମାନ ଓ ସେମାନଙ୍କ କୀର୍ତନ ମଣ୍ଡଳୀ ବିଭିନ୍ନ ପ୍ରକାରର ସାଂସ୍କୁତିକ କାର୍ଯ୍ୟକ୍ରମ ମାଧ୍ୟମରେ ଫଗୁ ଖେଳିଥିଲେ । ବାଜା, ବାଣ, ଆତସବାଜିରେ ସାରା ମେଳଣ ପଡିଆ ପ୍ରକମ୍ପିତ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଅବସରରେ ପୂଜା କମିଟି ସଭାପତି ସୁକାନ୍ତ ବିଶ୍ୱାଳ, ଉପସଭାପତି ବିବେକାନନ୍ଦ ଦେଓ, ସମ୍ପାଦକ ଅତୁଲ୍ୟ ରାଉତ, ସହ ସମ୍ପାଦକ ମହେଶ ବେହେରା, ପ୍ରଦୀପ ଦାସ, ରାକେଶ ଦେଓଙ୍କ ସମେତ ବ୍ରହ୍ମବରଦା ଅଂଚଳର ବହୁ ନେତୃମଣ୍ଡଳୀ ଯୋଗଦାନ କରିଥିଲେ । ବ୍ରହ୍ମବରଦା ଥାନା ଆଇଆଇସି ଅଂଶୁମାଳା ଦାସ ଓ ତାଙ୍କ ସହଯୋଗୀ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସହଯୋଗ କରିଥିଲେ ।
ଆନନ୍ଦପୁର: ଫଗୁ ପୂର୍ଣମୀର ମେଲଣ ଯାତ୍ରା ଅବସରରେ ବଡ଼ଦାଣ୍ଡରେ ବିଭିନ୍ନ ପ୍ରାନ୍ତରୁ ୧୫ରୁ ଉର୍ଦ୍ଧ ରାଧା କୃଷ୍ଣଙ୍କ ବିମାନ ପହଁଚିଥିଲା । ଶହଶହ ଭକ୍ତ ରାଧା କୃଷ୍ଣଙ୍କ ଦର୍ଶନ କରିଥିଲେ । ଏହି କ୍ରମରେ ସନ୍ଧ୍ୟାରେ ରାଜପୁତ ସାହିସ୍ଥିତ ରାଧା କୃଷ୍ଣଙ୍କ ମୂର୍ତି ସୁସଜ୍ଜିତ ବିମାନରେ ଭକ୍ତ ମାନଙ୍କ ଘରକୁ ଯାଇଥିଲେ । ଶେଷରେ ରାଧା କୃଷ୍ଣଙ୍କ ବିମାନ ରାଧା କୃଷ୍ଣ ମନ୍ଦିର କମିଟି ସଭାପତି ଶୁକ୍ଲାମ୍ବର ସିଂଙ୍କ ପ୍ରତେକ୍ଷ ସଂଯୋଜନାରେ କନିଷ୍ଠଯନ୍ତ୍ରୀ ଇଂ କିରନ ପାଢ଼ୀଙ୍କ ବାସ ଗୃହରେ ପହଁଚିଥିଲେ । ପରିବାର ପକ୍ଷରୁ ଠାକୁରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପୂଜକ ଦିଗାମ୍ବର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଯଜମାନ କାର୍ଯ୍ୟ ଇଂ କିରନ ପାଢ଼ୀ ଏବଂ ପନôୀ କବୀତା ଦୀକ୍ଷିତ ତୁଲାଇଥିଲେ । ସେହିପରି ପୂଜା ସମୟରେ ଉପସ୍ଥିତ ଭକ୍ତ ମାନଙ୍କର କିର୍ତନ ପରିବେଷକୁ ଅଧୀକ ଆଧ୍ୟାତ୍ମିକତା କରିଦେଇଥିଲା । କାର୍ଯ୍ୟକ୍ରମରେ ସଞ୍ଜୀବ ସିଂ, ନିକୁ ସିଂ, ମିଟୁ ରାମ, ଖଗେଶ୍ୱର ରାମ, କଟ ରାମ, ଶିବୁନ ରାମ, ପାଗୁଳୁ ରାମ, ଅଭିଜିତ, ସତ୍ୟଜିତ, ଚନ୍ଦନ ରାମ, ନିର୍ମାଲ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।