କଟନି ଛଟନିରେ ଚାଷୀ ବେହାଲ୍, ମିଲର ମାଲେମାଲ୍

 ଜୟପୁର: ଚଳିତ ବର୍ଷ ଖରିପ ଋତୁରେ ଚାଷୀମାନଙ୍କ ଧାନ କିଣାରେ ଚଞ୍ଚକତା କରି ଚାଷୀଙ୍କ ଧାନ କ୍ରୟ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ନିର୍ବାଚନି ଇସ୍ତାହାରରେ ଘୋଷଣା କରାଯାଇଥିଲା କି ରାଜ୍ୟରେ ବିଜେପି ଯଦି ସରକାରକୁ ଆସିବ ତା'ହେଲେ ଧାନର ସର୍ବନିମ୍ନ ସମର୍ଥନ ମୂଲ୍ୟକୁ ବୃଦ୍ଧି କରାଯିବା ସହ ଚାଷୀମାନେ ଧାନ କୁଇଁଟାଲ୍ ପ୍ରତି ୩୧୦୦ ଟଙ୍କା ପାଇବେ,ତତ୍ ସହିତ ରାଜ୍ୟରେ କଟନି ଛଟନି ନୀତିକୁ ମଧ୍ୟ ବନ୍ଦ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ କଟନି ଛଟନି ନୀତିରେ କୌଣସି ସୁଧାର ଆସିନାହିଁ । ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା କି ଚାଷୀ ଧାନ ଅମଳ କରି ସାରିବା ପରେ ଧାନ ବିକ୍ରୀ ପାଇଁ ଧାନ କ୍ରୟ କାରୀ ସଂସ୍ଥାଙ୍କ ଦ୍ୱାରା ଅନଲାଇନ୍ ମାଧ୍ୟମରେ ନାମ ପଞ୍ଜିକରଣ କରିବେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟରେ ଟୋକେନ ପାଇବା ପରେ ଧାନ ମଣ୍ଡିରେ ଆଣି ବିକ୍ରୀ କରିବେ । ଧାନ କ୍ରୟ କାରୀ ସଂସ୍ଥା ଦ୍ୱାରା ଚାଷୀମାନଙ୍କ ଧାନକୁ ପରିକ୍ଷଣ କରିବା ପରେ ଯଦି ଏଫ୍ଏକୁ୍ୟ ମାନର ଧାନ ହୋଇଥିବ ତାହେଲେ ଚାଷୀ ୪୮ ଘଣ୍ଟା ମଧ୍ୟରେ ଧାନ କୁଇଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଚଢ଼ିବ ବୋଲି ଘୋଷଣା କରାଯାଇଥିଲା । ଏଫ୍ଏକୁ୍ୟ ଧାନ ପରୀକ୍ଷଣ ନିମନ୍ତେ ଜୟପୂର ଆରଏମସି ପକ୍ଷରୁ ୩ଟି ଏବଂ କୋରାପୁଟ ଆରଏମସି ଦ୍ୱାରା ୧ଟି ସର୍ବମୋଟ ୪ ଟି ମେସିନ୍ ୫୬ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ମେସିନ୍ କ୍ରୟ କରାଯାଇଛି । କିନ୍ତୁ ଏହି ମେସିନ୍ ମାଧ୍ୟମରେ ଜିଲ୍ଲାର କୌଣସି ଚାଷୀଙ୍କ ଧାନ ଏଫ୍ଏକୁ୍ୟ ମାନର ଧାନ ପରୀକ୍ଷଣ ହୋଇପାରିଲାନାହିଁ । ଫଳରେ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଏପରି ମେସିନ୍କୁ କାହା ସ୍ୱାର୍ଥରେ କିଣାଯାଇଛି ବୋଲି ପ୍ରଶ୍ନ କରିବା ସହିତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ଏଥି ସହିତ ଜିଲ୍ଲାରେ ୧୦ଟି ମୋବାଇଲ ପେଡ଼ି କ୍ଳିନର୍ ମେସିନ୍ କ୍ରୟ କରାଯାଇଛି । ଏଥି ମଧ୍ୟରୁ ଜୟପୂର ଆରଏମସି ଦ୍ୱାରା ୯ ଗୋଟି ଏବଂ କୋରାପୁଟ ଆରଏମସି ଦ୍ୱାରା ୧ଟି ଯାହାର ସର୍ବମୋଟ ମୂଲ୍ୟ ୨,୪୫,୪୩,୧୮୦ ଟଙ୍କାରେ କ୍ରୟ କରାଯାଇଛି । ଜିଲ୍ଲା ମୂଖ୍ୟ କୃଷି ଅଧିକାରୀଙ୍କ ସୂଚନା ମୁତାବକ ଖରିଫ ଋତୁରେ ଜିଲ୍ଲାରେ ୮୬୦୦୦ ହେକ୍ଟର ଜମିରେ ଧାନ ଫସଲ ଚାଷ କରାଯାଇଥିବା ବେଳେ ହାରାହାରି ୩୦ ପ୍ରତିଶତ ମଣ୍ଡିରେ ଚାଷୀ ଧାନ ବିକ୍ରୀ କରିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଖରିଫ ଋତୁରେ ଜିଲ୍ଲାରେ ୨୫୭୨୮୮ ମେଟ୍ରିକ୍ ଟନ୍ ଧାନ କ୍ରୟ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହେଇଥିଲା । ୩୧-୦୨-୨୦୨୫ ଖରିଫ ମଣ୍ଡି ଶେଷ ସୁଦ୍ଧା ୩୭,୪୭୭ ଜଣ ଚାଷୀଙ୍କ ଠାରୁ ୨୫୦୯୭୬୫.୨୯ ମେଟ୍ରିକ୍ ଟନ ଧାନ ସଂଗ୍ରହ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜଣାଇଛନ୍ତି । ବର୍ତ୍ତମାନ ଏଠି ପ୍ରଶ୍ନ ଉଠୁଛି ଜିଲ୍ଲାର ଅବଶିଷ୍ଟାଂଶ ଚାଷୀଙ୍କ ଧାନ ଯାଉଛି କୁଆଡ଼େ । ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ ଚାଷୀମାନେ ଲେଫ୍ଟରେ ମିଲର୍ ମାନଙ୍କୁ ଧାନ ବିକ୍ରୀ କରୁଛନ୍ତି । ମିଲ୍ରୁ ସିଧାସଳଖ ମିଲର୍ ମାନେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଗଡକୁ ପଠାଉଛନ୍ତି । ସେଠାରେ ଉତ୍ତମ ଧରଣର ଚାଉଳ ପ୍ରସ୍ତୁତି କରି ବିଭିନ୍ନ ଲୋଗୋ ଦେଇ ପୁଣି ଓଡ଼ିଶା ବଜାରକୁ ଛଡାଯାଉଛି ଫଲରେ ସର୍ବ ସାଧାରଣଙ୍କ ମୁଣ୍ଡରେ ଚାଉଳ ଦର ଭାରି ପଡ଼ୁଛି । ଏପରି ଚୋରା ଧାନ କ୍ରୟ ଏବଂ ବିକ୍ରୀ କରିବାକୁ ମିଲର୍ଙ୍କୁ କିଏ ଅନୁମତି ଦେଉଛି । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଏଥି ପ୍ରତି କଣ ପଦକ୍ଷେପ ନେଇଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଅନ୍ୟ ପଟେ ମିଲର ମାନେ କଷ୍ଟମ ମିଲିଂ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଈଛାପତ୍ର ପ୍ରଦାନ କରିଥିଲେ ମଧ୍ୟ କେତୋଟି ମିଲ୍କୁ କଷ୍ଟମ ମିଲିଂରେ ଅଂଶଗ୍ରହଣ କରିବା ପାଇଁ ବାଦ୍ ଦିଆଯାଇଛି । ସେମାନଙ୍କୁ କାହିଁକି ବାଦ୍ ଦିଆଗଲା ଏହାର ସଠିକ୍ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି । ଚଳିତ ବର୍ଷ ପ୍ରଥମ ଥରପାଇଁ ଏଫ୍ଏକୁ୍ୟ ଏନାଲାଇଜର ମେସିନ୍ ଜିଲ୍ଲା କୁ ଆସିଥିଲା ଯଦ୍ୱାରା ଧାନ ପରୀକ୍ଷଣରେ ତୃଟି ଦେଖାଯାଇଥିଲା ଫଳରେ ଚାଷୀମାନେ ୧୫ ଦିନ ଧରି ଆନେ୍ଦାଳନ କରିଥିଲେ । ଚାଷୀଙ୍କ କହିବାନୁସାରେ ରାଜ୍ୟରେ କଟନି ଛଟନି ନୀତିକୁ ବନ୍ଦ କରିବାକୁ ସରକାରଙ୍କ ନିଦେ୍ର୍ଦଶ ରହିଥିଲେ ମଧ୍ୟ ମଣ୍ଡିରୁ ଧାନ ଉଠିବା ପାଇଁ ଦୀର୍ଘ ୧୫ ଦିନ ଧରି ବିଳମ୍ବ ହୋଇଥିଲା । ଶେଷରେ ଓଡ଼ିଶା ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲାର ବିଭିନ୍ନ ମୁଣ୍ଡିକୁ ପରିଦର୍ଶନ କରି ଚାଷୀଙ୍କ ଧାନ ଶିଘ୍ର କ୍ରୟ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ମିଲରଙ୍କ ଉପସ୍ଥିତିରେ ଚାଷୀମାନଙ୍କ ଧାନ ଶୀଘ୍ର କ୍ରୟ କରିବା ପାଇଁ ଆଲୋଚନା ହୋଇଥିଲା । ପରେ ଚାଷୀମାନଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ବିଗତ ବର୍ଷ ଖରିଫ୍ ଋତୁରେ ଯେଉଁ ଭଳି ଚାଷୀଙ୍କ ଧାନ କ୍ରୟ କରାଯାଇଥିଲା ଠିକ୍ ସେହିପରି କଟନି ଛଟନି ନୀତିରେ ଧାନ କ୍ରୟ କରାଗଲା । ଚାଷୀଙ୍କ ଧାନ ଯେତେବେଳେ ମଣ୍ଡିରୁ ମିଲ୍କୁ ଯାଉଥିଲା ସେତେବେଳେ ମିଲରଙ୍କ ମନମାନିର ଶିକାର ହୋଇ ଚାଷୀ କୁଇଣ୍ଟାଲ ପିଛା ୨ ରୁ ୮ କିଲୋ ଧାନ ଅଧିକ ଲୁଟିବା ଆରମ୍ଭ କରିଥିଲେ । ଶେଷରେ କୋରାପୁଟ ଜିଲ୍ଲା ର ଚାଷୀ କଟନି ଛଟନି ର ଶିକାର ହୋଇ ହିଁ ଧାନ ବିକ୍ରୀ କରିଛନ୍ତି । ମିଲରଙ୍କୁ ସରକାରଙ୍କ ପକ୍ଷରୁ ମିଲ୍ ନିର୍ମାଣ ବେଳେ ସବସିଡି ଆକାରରେ ୠଣ ଯୋଗାଇଦେବା ସହିତ ଜାଗାର ସୁବିଧା ମଧ୍ୟ ଯୋଗାଇ ଦେଇଛନ୍ତି । ଧାନ ପରିବହନ ଖର୍ଚ୍ଚ, ରକ୍ଷଣାବେକ୍ଷଣ ଖର୍ଚ୍ଚ, ସୁରକ୍ଷା ବୀମା, ଭଳି ଅନେକ ଖର୍ଚ୍ଚ ସରକାର ମିଲରଙ୍କୁ ଦେଉଛନ୍ତି । ଏହା ପରିବର୍ତ୍ତେ କଷ୍ଟମ ମିଲିଂ ବେଳେ ଧାନ କୁଁଇଟଲ୍ ପ୍ରତି ୬୭ କିଲୋଗ୍ରାମ ଚାଉଳ ସରକାରଙ୍କୁ ଦେଉଛନ୍ତି ସେଥିରୁ ୩୩ କିଲୋଗ୍ରାମ କୁଣ୍ଡା,ଖୁଦ,ତଷୁ ବାହାରୁଛି ଯାହା ସିଧାସଳଖ ମିଲର ଲାଭ ପାଉଛି । ସରକାର ଏବଂ ଚାଷୀଙ୍କ ଠାରୁ ମାଲାମାଲ ହେଉଛନ୍ତି ମିଲର । ଏହାର ଫାଇଦା ନେଇ ମିଲର ମାନେ ଚାଷୀଙ୍କ ଉପରେ ଜୁଲମ କରୁଛନ୍ତି । ଚଳିତ ବର୍ଷ ଖରିଫ ଋତୁରେ କୌଣସି ମିଲର୍ ଚାଷୀ ଙ୍କୁ ଧାନ ପେକିଙ୍ଗ ପାଇଁ ଅଖା ମଧ୍ୟ ଦେଇନାହାନ୍ତି ବୋଲି ମଧ୍ୟ ଚାଷୀ ଅଭିଯୋଗ ଆଣିଛନ୍ତି । ମିଲରଙ୍କ ଏପରି ମନମାନୀ ନିତୀକୁ ଦେଖି ଜିଲ୍ଲା ଯୋଗାଣ ଅଧିକାରୀ କାହିଁକି ଚୁପ୍ ବସିଛନ୍ତି । ଏଥି ପାଇଁ ମିଲରଙ୍କ ପ୍ରତି କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଚାଷୀଙ୍କ ଗହଣରେ ଚର୍ଚ୍ଚା ଜୋର୍ ଚାଲିଛି । ଅଧିକାରୀ ଓଡ଼ିଶା ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ ରାଜ୍ୟରେ ଯେକୌଣସି ମିଲର ଚାଷୀଙ୍କ ଖିଲାପରେ କଟନି ଛଟନି ନୀତିକୁ ଆପଣାଇ ମନମାନୀ କରିବେ ତାହେଲେ ଉକ୍ତ ମିଲ୍ ମାଲିକ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ମିଲକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଥିଲେ । କିନ୍ତୁ କୋରାପୁଟ ଜିଲ୍ଲାରେ ଚାଷୀମାନେ ମିଲରଙ୍କ ଲୁଟ୍ ର ଶିକାର ହୋଇଥିଲେ ମଧ୍ୟ କୌଣସି ଏକ ମିଲକୁ ମଧ୍ୟ କଳା ତାଲିକାଭୁକ୍ତ କରାଗଲା ନାହିଁ । ଅନ୍ୟ ପଟେ ଖରିଫ ଋତୁରେ ପେଡ଼ି ପ୍ରୋକ୍ରୁମେଣ୍ଟ ନିମନ୍ତେ ଧାନ କ୍ରୟକାରୀ ସଂସ୍ଥା ଗୁଡିକୁ ୨ ପ୍ରତିଶତ ଅର୍ଥାତ୍ ଧାନ କୁଁଇଟଲ୍ ପ୍ରତି ୬୨ ଟଙ୍କା ହିସାବରେ କମିଶନ ଦିଆଯାଇଛି । ଏଥି ନିମନ୍ତେ ମଣ୍ଡିରୁ ଧାନ କ୍ରୟ କାରୀ ସଂସ୍ଥା ଗୁଡ଼ିକ ଦ୍ୱାରା ଚାଷୀଙ୍କ ଧାନକୁ ସଂଗ୍ରହ କରି ମିଲକୁ ପଠାଇବା ନିୟମ ରହିଛି । ଏହି କ୍ଷେତ୍ରରେ ଡିଆରସିଏସ୍ ଏବଂ ଲାମ୍ପସ ପରିଚାଳକ ମାନେ କୋଟି କୋଟି ଟଙ୍କାର କମିଶନ୍ ପାଇଥିଲେ ମଧ୍ୟ ଚାଷୀମାନେ କେଉଁ ଗାଡ଼ି ଯୋଗେ ଧାନ ମଣ୍ଡିରେ ଆଣି ଡମ୍ପିଂ କଲେ ପରେ ମିଲ୍କୁ ସିଧାସଳଖ କେଉଁ ଗାଡ଼ିରେ ପଠାଇଥିଲେ । ଏହାର ତଥ୍ୟ ସଂଗ୍ରହ କରିବାକୁ ପ୍ରତିଦିନ ଗଣମାଧ୍ୟମ ପ୍ରତିନିଧି ସୂଚନା ମାଗିବାରୁ କୌଣସି ପ୍ରତିକ୍ରିୟା ଦେଈ ନଥିଲେ । ଏପରି କ୍ଷେତ୍ରରେ ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟ ମଣ୍ଡିରେ ଡମ୍ପିଂ ଏବଂ ମିଲ୍କୁ ଲିଫ୍ଟିଂ କେଉଁ ଗାଡ଼ିରେ କରାଯାଇଛି ଉକ୍ତ ଗାଡି ସଂଖ୍ୟାର ଡାଟା ଆମ ପାଖରେ ଉପଲବ୍ଧ ନାହିଁ ବୋଲି ସିଧାସଳଖ ସେ ମନା କରିଥିଲେ ।