୨୪ଘଣ୍ଟାରେ କାଳବୈଶାଖୀ : ୧୩ ଜିଲାକୁ ଆଲର୍ଟ
କାଳବୈଶାଖୀ ନେଇ ବଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୨୪ ଘଣ୍ଟା Heavy rain in Odisha କାଳବୈଶାଖୀ ହେବା ନେଇ ସତର୍କ କରାଇଛି ବିଭାଗ। ତେବେ ଆଜି ରାଜ୍ୟର ବିଭିନ୍ନ ଜିଲାକୁ ଝଡ଼ ପବନ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର , ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ଝଡ ପବନ ସହ ଘଡଘଡି ବିଜୁଳି ଓ କୁଆପଥର ବର୍ଷା ପାଇଁ ଓରେଞ୍ଜ ଆଲର୍ଟ ଜାରି କରାଯାଇଛି।
ପଶ୍ଚିମ ଓଡ଼ିଶାକୁ ବାଦ ଦେଲେ ଅନ୍ୟ ସମସ୍ତ ଜିଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବିଶେଷକରି ୧୩ଟି ଜିଲା ପାଇଁ ଜାରି ହୋଇଛି ସତର୍କତା । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲା ଗୁଡିକ ଭିତରେ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ନୂଆପଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ରହିଛି। ଏହିସବୁ ଜିଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟାହ୍ନ/ସଂଧ୍ୟା ସମୟରେ ଘଡଘଡି ବର୍ଷା ସହ କୁଆପଥର ସହ ଝଟକା ପବନର ବେଗ ୪୦ରୁ ୫୦ କିଲୋମିଟର ଘଣ୍ଟା ପିଛା ହେବାର ସମ୍ଭାବନା ରହିଛି।