ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସବ

ଗୋଳମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ଅନ୍ତର୍ଗତ ମକରଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସôବ ମହା ସମାରୋହରେ ପାଳିତ ହୋଇଯାଇଛି  । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୁଞ୍ଜରୀ ପଟେଲଙ୍କ ସଭାପତିତ୍ୱ ରେଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏହି ଅବସରରେ ଗୋଳମୁଣ୍ଡା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୀନା ଦାସ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଗ୍ରୀଣ୍ଡୋଲ ସିଆରସିସି ଗଜିନ୍ଦ୍ର ନାଏକ ଏବଂ ସମ୍ମାନିତ ଅତିଥି ଭାବରେ ଲେତେର ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ନାରଦ ତାଣ୍ଡି,ଲବଜୀ ପଟେଲ,ପୂର୍ବତନ ସରପଞ୍ଚ ଗୋବିନ୍ଦ ବାଗ,ସ୍କୁଲ ସଭାପତି  ପ୍ରଦୁ୍ୟମ୍ନ ତାଣ୍ଡି, ବାଗମୁଣ୍ଡା ସ୍କୁଲ ପ୍ରଧାନ ଶିକ୍ଷକ ହୃଷୀକେଶ ସା,କଟୁଳ ପଡା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁମତି ପଟେଲ,ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଓ ଗ୍ରାମବାସୀ  । ସମସ୍ତ ଅତିଥି ବୃନ୍ଦଙ୍କୁ ଉପ ଢୋକ ନ ସହ ଫୁଳ ତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା  । ବାର୍ଷିକ ଉସôବର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ବିଷୟରେ ଗଜିନ୍ଦ୍ର ନାଏକ ସିଆରସିସି ଗ୍ରୀଣ୍ଡୋଳ ଉପସ୍ଥାପନା କରିବା ସହ ଛାତ୍ର ଛାତ୍ରୀଙ୍କୁ ମନ ଯୋଗ ସହକାରେ ପାଠ ପଢି ଭଲ ମଣିଷ ହେବା ପାଇଁ ଉସôାହିତ କରିଥିଲେ  । ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରତିଯୋଗିତାରେ ଭାଗ ନେଇ ଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା  ।ଏହି କାର୍ଯ୍ୟକ୍ରମ ରେସମସ୍ତ ଶିକ୍ଷକ ଓ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ସମ୍ପୁର୍ଣ ସହଯୋଗ କରିଥିଲେ  । ଏହି ବାର୍ଷିକ ଉସôବରେ ଦୁର୍ଯ୍ୟଧନ ଛତ୍ରୀଆ ମଞ୍ଚ ପରିଚାଳନା କରି ଥିବା ବେଳେ ରବିନ ଲାଲ କାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ  ।