କଲେଜ ରୌପ୍ୟ ଜୟନ୍ତୀ ପାଳିତ
କଟକ: କଟକ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଅଧ୍ୟକ୍ଷ ଡ. ଲକ୍ଷ୍ମଣ ସାହୁଙ୍କ ସଭାପତିତ୍ୱରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ କଲେଜ ପୂର୍ବତନ ସଭାପତି ଶିଳ୍ପପତି ସୂର୍ଯ୍ୟନାରାୟଣ ସାହୁ, କଲେଜ ପ୍ରାକ୍ତନ ସଭାପତି ଅବସରପ୍ରାପ୍ତ ପ୍ରଫେସର ସୌଦାମିନୀ ରାୟ ଯୋଗଦେଇ ଛାତ୍ରୀଙ୍କୁ ପ୍ରେରଣା ଦାୟକ ଉପଦେଶ ଦେଇ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡ. ଦୀପ୍ତି ରଞ୍ଜନ ମହାରଣା ଉପସ୍ଥିତ ରହି ସାଂପ୍ରଦାୟିକ ଶିକ୍ଷା ଓ ଛାତ୍ର ସମାଜ ଉପରେ ବକ୍ତବ୍ୟ ରଖି ଉତ୍ସବକୁ ସରଗରମ କରିଥିଲେ । ସମ୍ମାନୀତଅତିଥି ଭାବେ ଯୋଗଦେଇଥିବା ସମାଜସେବୀ ନିର୍ମଳେନ୍ଦୁ ଗୁପ୍ତା, ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ନୀହାରିକା ନାୟକ ଓ କଲେଜ ଅଧ୍ୟାପିକା ଅନୁପମା ନନ୍ଦ ରୌପ୍ୟ ଜୟନ୍ତୀ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଥିଲେ । ପାରମ୍ପାରିକ ରୀତି ଅନୁସାରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଉସôବକୁ ମୁଖ୍ୟବକ୍ତା ଉଦ୍ଘାଟନ କରିଥିଲେ । ଅଧ୍ୟକ୍ଷ ଡ. ସାହୁ କଲେଜର ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନ ଏକ ପବିତ୍ର ମନ୍ଦିର ଓ ମନ୍ଦିରର ପୂଜକ ସମସ୍ତଙ୍କ ଶୁଭଚିନ୍ତକ ଭଳି କଲେଜର ସମସ୍ତ ଛାତ୍ରୀ ତାହାହିଁ ଅନୁସରଣ କରନ୍ତୁ ବୋଲି କହିଥିଲେ । ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରାଯିବା ଅବସରରେ ବିଭିନ୍ନ ବିଭାଗର ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଅବସର ନେଇଥିବା ପ୍ରତିମା କୁମାରୀ ପାଣିକୁ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସ୍ନାତକ ମହାବିଦ୍ୟାଳୟ ସମସ୍ତ ସହକର୍ମୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଧ୍ୟାପିକା ବିଷ୍ଣୁପ୍ରିୟା ସାହୁ ଅତିଥି ପରିଚୟ ଦେଇଥିବା ବେଳେ, ଅଧ୍ୟାପିକା ନିରୁପମା ପାତ୍ର କୃତି ଛାତ୍ରୀଙ୍କ ନାମ ଘୋଷଣା କରିଥିଲେ । ଶେଷରେ ଅଧ୍ୟାପିକା ଡ. ଅଞ୍ଜଳୀବାଳା ଦାସ ଧନ୍ୟବାଦ ଦେଇଥିଲେ ।