ଖଣି ନେଉଛି ପାଣି,ହନ୍ତସନ୍ତ ହେଉଛନ୍ତି ଲୋକେ

 ଖୋର୍ଦ୍ଧା : ଖୋର୍ଦ୍ଧା ଅଞ୍ଚଳରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ୱ ଶିଳ୍ପାଅନୁଷ୍ଠାନ ଗଢି ଉଠିଛି । ବିଭିନ୍ନ ଶିଳ୍ପରୁ ନିର୍ଗତ ହେଉଥିବା ପ୍ରଦୁ୍ୟଷିତ ବାୟୁ ଓ ଜଳ ଦ୍ୱାରା ଖୋର୍ଦ୍ଧା ଅଞ୍ଚଳବାସୀ ଆକ୍ରାନ୍ତ ହେଉଛନ୍ତି । ଏଠି ଅନେକ ଶିଳ୍ପାଞ୍ଚଳ ଗଢି ଉଠିଥିଲେ ମଧ୍ୟ ସ୍ଥାନୀୟ ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ । ଜମି, ପାଣି, ପବନ ବ୍ୟବହାର କରି ଶିଳ୍ପାନୁଷ୍ଠାନ ଗୁଡିକ ମୁନାଫା କମାଉଥିବାବେଳେ, ଅଞ୍ଚଳବାସୀ ଯୋଉ ଗରିବକୁ ସେଇ ଗରିବ ହୋଇ ରହିଛନ୍ତି । ଖୋର୍ଦ୍ଧା ଅଞ୍ଚଳର ସବୁଠାରୁ ବଡ଼ ସମସ୍ୟା ହେଉଛି ପାନୀୟଜଳ । ଏହାର ପ୍ରମୁଖ କାରଣ ହେଉଛି ଖୋର୍ଦ୍ଧା ଅଞ୍ଚଳରେ ଅନେକ ପାନୀୟ ପ୍ରକଳ୍ପ ଗଢି ଉଠିଛି । ସେହି ପାନୀୟ ପ୍ରକଳ୍ପ ଗୁଡିକ ଗଭୀର ବୋରିଂ କରି ଜଳ ବ୍ୟବହାର କରିବା ଦ୍ୱାରା ଭୂତଳ ଜଳସ୍ତର ହ୍ରାସ ପାଉଛି । ଜଳର ଆବଶ୍ୟକତା ମେଣ୍ଟାଇବା ପାଇଁ ଶିଳ୍ପାନୁଷ୍ଠାନ ଗୁଡିକ ଖୋର୍ଦ୍ଧା ସହର ଏବଂ ଏହାର ଆଖ ପାଖ ଅଞ୍ଚଳରେ ଥିବା ପୋଖରୀ, ଚୁଆ ତଥା ଜଳାଶୟ ଗୁଡିକରୁ ପାଣି ନେଇ ବ୍ୟବହାର କରୁଛନ୍ତି । ଯାହାଫଳରେ ଜମିର ଆଦ୍ରତା କମିଯିବାରୁ ଚାଷ ଜମି ଗୁଡିକରୁ ପାଣି ଶୁଖି ଯାଉଛି । ସ୍ଥାନୀୟ ଅଞ୍ଚଳର ବେକାର ଯୁବକ, ଯୁବତୀଙ୍କୁ ଶିଳ୍ପାନୁଷ୍ଠାନ ନିଯୁକ୍ତି ଦେଉ ନ ଥିବା କାରଣରୁ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି । ୱାଟକୋ ପକ୍ଷରୁ ଚବିଶ ଘଣ୍ଟିଆ ଜଳ ଯୋଗାଣ ସ୍ଲୋଗାନ ଏକ ପ୍ରହସନ ପାଲଟିଛି । ପାଣି ପାଇଁ ସ୍ଥାନୀୟ ଅଧିବାସୀ ନାହିଁ ନଥିବା ହନ୍ତସନ୍ତ ହେଉଥିବାବେଳେ ସରକାର ପୁଣି ଦୁଇଟି ବୃହତ ପାନୀୟ ପ୍ରକଳ୍ପକୁ ସିଙ୍ଗିଲ ଉଇଣ୍ଡୋ କର୍ତ୍ତୁପକ୍ଷ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳବାସୀ ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ବିରୋଧ କରୁ ନଥିବାବେଳେ, ପାନୀୟ ପ୍ରକଳ୍ପ ନ କରିବାକୁ ଅନୁରୋଧ କରିଛନ୍ତି । କୌଣସି ଗ୍ରାମସଭା କିମ୍ବା ଜନ ଶୁଣାଣି ଓ ସାମାଜିକ, ଆର୍ଥିକ ସର୍ବେକ୍ଷଣ ବିନା କିପରି ଦୁଇ, ଦୁଇଟି ପାନୀୟ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଯଦି ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଉପେକ୍ଷାକରି ସରକାର ଏଠି ପାନୀୟ ପ୍ରକଳ୍ପ କରାନ୍ତି ତେବେ ବାଧ୍ୟ ହୋଇ ସେମାନେ ଆନେ୍ଦାଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଏକ ପ୍ରତିନିଧିମଣ୍ଡଳୀ କଂଗ୍ରେସ ନେତ୍ରୀ ସୋନାଲି ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜÿିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।