ସ୍ତ୍ରୀ ଓ ପ୍ରସୂତି ବିଭାଗରେ ତାଲା, ରୋଗୀ ହନ୍ତସନ୍ତ
ଚମ୍ପୁଆ : ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ସୁଦୃଢ କରିବାରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଡ଼ାକ୍ତର ଅଭାବ ଜନିତ ସମସ୍ୟା ପାଇଁ ସ୍ଥାନୀୟ ଉପଖଣ୍ଡ ଚିକିସôାଳୟରେ ଦିନକୁ ଦିନ ବୃଦ୍ଧି ପାଉଛି ବିଭିନ୍ନ ଅବ୍ୟବସ୍ଥା । ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୨ଟି ଅନୁମୋଦିତ ପଦବୀ ଦୀର୍ଘ ଦୁଇବର୍ଷ ହେବ ଫାଙ୍କା ପଡିଛି । ଜିଲ୍ଲା ଡିଏମଏଫ୍ ପାଣ୍ଠିରୁ ୨ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ ଜଣେ ଛାଡି ପଳାଇଥିବା ବେଳେ ଅନ୍ୟଜଣେ ପ୍ରସବ କାଳୀନ ଛୁଟିରେ ଦୀର୍ଘଦିନ ହେବ ଅନୁପସ୍ଥିତ ଅଛନ୍ତି । ଫଳରେ ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଝୁଲୁଛି ତାଲା । ଏହା ଏକ ରେଫେରାଲ ଡାକ୍ତରଖାନା ସହ ପଡୋଶୀ ଝାଡଖଣ୍ଡ ରାଜ୍ୟ ଏବଂ ମୟୂରଭଞ୍ଜ ଜିଲ୍ଲାର ରୋଗୀମାନେ ଏଠାକୁ ଭରସାରେ ଆସି ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି । ଅଧିକାଂଶ ରୋଗୀଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ଏଭଳି ବିକଳ ଅବସ୍ଥା ଆଉ କେତେ ଦିନ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଆମର ଭାଗ୍ୟ ଯେ ଆମ ଉପଖଣ୍ଡର ରାଜନେତା ଜଣଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି । ତଥାପି ଆମ ଡାକ୍ତରଖାନାର ଏଭଳି ବିକଳ ଚିତ୍ର ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ଏଠାକାର ବୁଦ୍ଧିଜୀବୀ ଗଣ । ସ୍ତ୍ରୀ ରୋଗ ବିଶେଷଜ୍ଞ ପଦ ଫାଙ୍କା ପଡିଥିବା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବିଧାୟକ ଏବଂ ସଚିବ ମହୋଦୟଙ୍କୁ ଅନୁରୋଧ କରାଯାଇଛି । ଏପରିକି ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଏଠାକୁ ଆସିବାକୁ ରାଜି ଥିବାରୁ ବିଧାୟକ ମଧ୍ୟ ସୁପାରିଶ କରିଛନ୍ତି । ବିଭିନ୍ନ ଫୋରମରେ ଏନେଇ ଅଭିଯୋଗ କରାଯିବା ସହ ସମ୍ବାଦର ଶିରୋନାମା ମଧ୍ୟ ପାଲଟିଛି । ସରକାର ଏବଂ ସରକାରୀ ବିଧି ବ୍ୟବସ୍ଥାରୁ ଅନେକ ଆଶା ଆକାଂକ୍ଷା କରିଥାନ୍ତି ସାଧାରଣ ଜନତା । ତେଣୁ ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ପଦାଧିକାରୀ
ଏଠାକାର ପରିସ୍ଥିତିର ଗାମ୍ଭିର୍ଯ୍ୟତାକୁ ବିଚାର କରି ଆଗ୍ରହୀ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜଣଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଝୁଲୁଥିବା ତାଲାବନ୍ଦ ପ୍ରସଙ୍ଗରେ ଉପଖଣ୍ଡ ଚିକିସôାଳୟର ସୁପରିନଟେଣ୍ଟେଣ୍ଟ ଉମାକାନ୍ତ ସାହୁଙ୍କୁ ପଚାରିବାରୁ ସପ୍ତାହରେ ୩ ଜଣଙ୍କୁ ବିଭିନ୍ନ ଦିନରେ ଡେପୁଟେସନରେ କାମ କରିବାକୁ ପଠାଯାଇଛି । ଗତ ଦୁଇଦିନ ହେବ ଯେଉଁ ଡାକ୍ତର ଆସିବା କଥା ତାଙ୍କର ବ୍ୟକ୍ତିଗତ କାରଣ ପାଇଁ ଆସି ନାହାଁନ୍ତି । ଫଳରେ ରୋଗୀ ନିରାଶ ହୋଇ ଫେରୁଥିବା ସେ ସ୍ୱୀକାର କରିଥିଲେ । ଏଠାରେ ସ୍ମରଣଯୋଗ୍ୟ କି ଜିଲ୍ଲାରେ ଏ ଚିକିସôାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବର୍ଦ୍ଧିତ ରୋଗୀ ସଂଖ୍ୟା ଓ ସିଜେରିଆନ ଅସ୍ତ୍ରେପଚାର ପାଇଁ ନାଁ ରହିଛି । କେବଳ ଏତିକି ନୁହେଁ ଏଠାରେ ୪୭ ଡାକ୍ତର ପଦବୀ ମଧ୍ୟରୁ ଏବେ ଅଛନ୍ତି ମାତ୍ର ୯ ଜଣ । ସୁପରିନଟେଣ୍ଡଣ୍ଟ ଓ ଦନ୍ତ ଚିକିସôକଙ୍କୁ ବାଦ ଦେଲେ ବାକି ୭ ଜଣ ଓପିଡି ଓ ସିଫ୍ଟ ଅନୁଯାୟୀ ବାରମ୍ୱାର ଜରୁରୀକାଳୀନ ସେବା ଯୋଗାଇ ନୟାନ୍ତ ହୋଇଗଲେଣି । ତେଣୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବ ମହାଶୟ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।