ବୟନ, ପୋଷାକ ଶିଳ୍ପ କ୍ଷେତ୍ରରେ ୮ ଏମ୍ଓୟୁ
ଭୁବନେଶ୍ୱର : ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉକôର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍୨୦୨୫ । ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ମହାକୁମ୍ଭ ‘ଉକôର୍ଷ ଓଡ଼ିଶା’ ନୂଆ ଊର୍ଜା ଯୋଗାଇବ । ଆଜି ମୋଟ୍ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫଳରେ ୩୬ଟି ୟୁନିଟ୍ରେ ୭୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ସୁରକ୍ଷିତ ହୋଇଛି । ଏହା ଯୋଗୁଁ ରାଜ୍ୟରେ ୨୨୦୦୦ ପ୍ରତ୍ୟକ୍ଷ ଏବଂ ୬୬୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
"ଦ ଇମରଜିଙ୍ଗ ଡେଷ୍ଟିନେସନ୍ ଫର୍ ଟେକ୍ସଟାଇଲ୍ସ, ଆପାରେଲ୍ସ ଆଣ୍ଡ ହାଣ୍ଡଲୁମ୍ସ' ଶୀର୍ଷକ ପ୍ରଥମ ଅଧିବେଶନରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କହିଥିଲେ, ଉଦ୍ୟୋଗୀଙ୍କୁ ସୁହାଇବା ଭଳି ନୀତି, ଦୃଢ ଭିତ୍ତିଭୂମି, ଆବଶ୍ୟକୀୟ କଞ୍ଚାମାଲ, ଦକ୍ଷତାସମ୍ପନ୍ନ ମାନବ ସମ୍ବଳ, ସୁଦକ୍ଷ ବୁଣାକାର ଓ ଡବଲ ଇଂଜିନ୍ ସରକାର ଆମର ଶକ୍ତି । ତେଣୁ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଆମ ରାଜ୍ୟରେ ବିପୁଳ ସୁଯୋଗ ରହିଛି । ବୟନ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ପୁଞ୍ଜି ନିବେଶ ହେଉଛି ପ୍ରଧାନମନ୍ତ୍ରୀଙ୍କ "ପୂର୍ବୋଦୟ' ଦୃଷ୍ଟିକୋଣର ଏକ ନିରନ୍ତର ଅନୁସରଣ ବୋଲି କହିଥିଲେ ମାନ୍ୟବର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ । ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଓଡିଶାରେ ଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ୮ଟି ଜିଆଇ ଟ୍ୟାଗ୍ ମାନ୍ୟତାପ୍ରାପ୍ତ ହସ୍ତତନ୍ତ ବସ୍ତ୍ର ଓଡିଶାର ଗରିମାମୟ ହସ୍ତତନ୍ତ ପରମ୍ପରାର ନିଦର୍ଶନ ବୋଲି କହିଥିଲେ । ଏହି ଅଧିବେଶନରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସରକାରଙ୍କ ବୟନ କମିଶନର ରୂପ ରାଶି ପ୍ରମୁଖ ଯୋଗ ଦେଇଥିଲେ । ସଂଶୋଧିତ ଓଡ଼ିଶା ପୋଷାକ ଏବଂ ବୈଷୟିକ ବୟନ ନୀତି-୨୦୨୨ ର କାର୍ଯ୍ୟକ୍ଷମ ନିଦେ୍ର୍ଦଶାବଳୀ ଉନ୍ମୋଚିତ ହୋଇଥିଲା । ଶ୍ରୀ ମା ଟେକ୍ସଟାଇଲ୍ସ, ମା ବନଦୁର୍ଗା ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍, ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍ସ, ତିଳୋତ୍ତମା ପ୍ରୋପ୍ରାଇଟର୍ସ, ଅରୁନ୍ଧତୀ ବାନ୍ଧକଳା, ଅନୁଭବ ନିଟ୍ୱେୟାର, ସେଡ୍ରା ଫିଲ୍ଟ୍ରେସନ୍ ଭଳି ପ୍ରମୁଖ ଶିଳ୍ପ ସହିତ ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଯାହା ଭବିଷ୍ୟତର ପ୍ରଗତି ଏବଂ ବିକାଶ ପାଇଁ ପଥ ପ୍ରସ୍ତୁତ କରିବ । ଏହି ଅବସରରେ ଜିଆଇ ପରର ପଦକ୍ଷେପ ଏବଂ ରେଶମ ଚାଷ କ୍ଷେତ୍ରରେ ମୋଡାଲ୍ ଇକୋ-ରେସ୍ ସଂରକ୍ଷଣ ଉପରେ ଟେକ୍ସଟାଇଲ୍ସ କମିଟି/ ଏସ୍ଆଇଡିବିଆଇ ଏବଂ କେନ୍ଦ୍ରୀୟ ରେଶମ ବୋର୍ଡ ସହ ୨ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।