ମୁମ୍ବାଇରେ କ୍ରିକେଟ୍ ଖେଳିଲେ ସୁନକ୍
ନୂଆଦିଲ୍ଲୀ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ଫେବୃଆରୀ ରବିବାର ମୁମ୍ବାଇର ପାର୍ସୀ ଜିମ୍ଖାନା ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଯୁବ କ୍ରିକେଟ ଖେଳାଳିଙ୍କ ସହତ ଟେନିସ୍ ବଲ୍ କ୍ରିକେଟ୍ର ମଜା ନେଇଛନ୍ତି । ସେ ତାଙ୍କ ବ୍ୟାଟିଂ କରୁଥିବାର ଫଟୋ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି ।ପାର୍ସୀ ଜିମ୍ଖାନାରେ ସୁନକ ଯୁବ କ୍ରିକେଟରଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ସୁନକ ଏକ୍ସରେ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ଟେନିସ୍ ବଲ୍ କ୍ରିକେଟ୍ ଖେଳ ବିନା ମୁମ୍ବାଇ ଯାତ୍ରାର ଆନନ୍ଦ ଅଧୁରା ରହିଥାଏ । ଏଣୁ ସୁନକ ତାଙ୍କ ଭାରତ ଯାତ୍ରାରେ ଲୋକାଲ କ୍ରିକେଟର ମଜା ନେଇଛନ୍ତି । ତେବେ ସେ ଏହି କଥାରେ ବିଶେଷ ଖୁସି ହୋଇଛନ୍ତି ଯେ ଅଧିକ ଥର ଆଉଟ୍ ହୋଇ ନାହାନ୍ତି । ସୁନଙ୍କ ଏହି ଗସ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି ।