ଇସ୍ପାତ ଶିଳ୍ପକୁ ସଶକ୍ତ କରିବ ବଜେଟ୍: ଦିଲ୍ଲୀପ ଉମେନ୍

 ଭୁବନେଶ୍ୱର : ଅର୍ଥମନ୍ତ୍ରୀ ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । ଏହାକୁ ନେଇ ଆର୍ସଲ୍ରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆର ସିଇଓ ଦିଲ୍ଲୀପ ଉମେନ କହିଛନ୍ତି କି, କେନ୍ଦ୍ରୀୟ ବଜେଟ୍ ‘ଆତ୍ମନିର୍ଭର ଭାରତ’ ଦିଗରେ ଏକ ସାହସିକ ପଦକ୍ଷେପ । ଯାହା ବିକଶିତ ଭାରତ୨୦୪୭ ଏଜେଣ୍ଡା ଅନ୍ତର୍ଗତ ଏକ ଦୀର୍ଘସ୍ଥାୟୀ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ପୁଞ୍ଜିଗତ ଖର୍ଚ୍ଚ ପାଇଁ ୧୧.୨୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ବିଶେଷ ଭାବେ ଇସ୍ପାତ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବ । ବିତ୍ତୀୟ ବର୍ଷ ମଧ୍ୟରେ ପ୍ରତିବଦ୍ଧ ବ୍ୟୟରୁ ବାସ୍ତବିକ ବ୍ୟୟ ବର୍ତ୍ତମାନ ଓ ଭବିଷ୍ୟତ ନିମନ୍ତେ ଆର୍ଥିକ ଅଗ୍ରଗତି ପାଇଁ ମାର୍ଗ ପ୍ରଶସ୍ତ କରିବ । ଅକ୍ଷୟ ଶକ୍ତି ଉପରେ ସାମଗ୍ରିକ ସ୍ତରରେ ଗୁରୁତ୍ୱ  ଏକ ପ୍ରଶଂସନୀୟ ପଦକ୍ଷେପ । ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍ ଲକ୍ଷ୍ୟ ସହିତ ପରମାଣୁ ଶକ୍ତି ଉପରେ ଅତିରିକ୍ତ ଧ୍ୟାନ ଭାରତର ସବୁଜ ଶକ୍ତି ରୂପାନ୍ତରିକରଣ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ । ଏହା ଦେଶ ଏବଂ ଇସ୍ପାତ ଶିଳ୍ପର ସବୁଜ ରୂପାନ୍ତରିକରଣକୁ ଆଗେଇ ନେବାରେ ସହାୟକ  କରିବ । ଇସ୍ପାତ କ୍ଷେତ୍ରକୁ, ସ୍ୱଦେଶୀ ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ବିକାଶ ପ୍ରକଳ୍ପ ଏବଂ ଏମ୍ଏସ୍ଏମ୍ଇ ପାଇଁ ବର୍ଦ୍ଧିତ ଋଣ ଉପଲବ୍ଧତାରୁ ମଧ୍ୟ ଲାଭ ମିଳିବ । ଯାହା ନିର୍ମାଣ ଏବଂ ଉତ୍ପାଦନ କ୍ଷେତ୍ରରେ ଜଡିତ ବ୍ୟବସାୟ ପାଇଁ ଆର୍ଥିକ ସୁବିଧା ଯୋଗାଇବ ।