ସବୁଜ ଅର୍ଥନୀତିରେ ସୃଷ୍ଟି ହେବ ୧୦ ଲକ୍ଷ ନିଯୁକ୍ତି
ଭୁବନେଶ୍ୱର: ଓଡ଼ିଶାରେ ତିନୋଟି ସବୁଜ କ୍ଷେତ୍ର, ଏନର୍ଜି ଟ୍ରାଞ୍ଜିସନ୍, ସର୍କୁଲାର ଇକୋନୋମି ଏବଂ ବାୟୋ-ଇକୋନୋମିରେ ପ୍ରାୟ ୧୦ ଲକ୍ଷ ନୂତନ ପୂର୍ଣ୍ଣକାଳୀନ ସମକକ୍ଷ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି । ୨୦୩୦ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କା ନିବେଶ ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହା ଏନର୍ଜି, ଏନ୍ଭିରନ୍ମେଣ୍ଟ ଏବଂ ୱାଟର କାଉନ୍ସିଲ୍ ଦ୍ୱାରା ଏକ ନୂତନ ଅଧ୍ୟୟନରୁ ଜଣାପଡିଛି । ଆଜି ଭୁବନେଶ୍ୱରରେ ଆୟୋଜିତ "ଉକôର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ'ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ଅଧ୍ୟୟନର ଶୁଭାରମ୍ଭ କରିଛନ୍ତି । ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଏହା ରାଜ୍ୟର ଜିଡିପିକୁ ସିଧାସଳଖ ୨ ଲକ୍ଷ କୋଟି ଟଙ୍କା ଯୋଗଦାନ କରିବା ସହିତ ଏହାକୁ ୨୩ ପ୍ରତିଶତ ବୃଦ୍ଧି କରିପାରିବ ଏବଂ ଭାରତର ସବୁଜ ଅଭିବୃଦ୍ଧିରେ ଓଡିଶାକୁ ଏକ ପ୍ରମୁଖ ସ୍ଥଳ ଭାବରେ ସ୍ଥାନିତ କରିପାରିବ । ଏହି ଅଧ୍ୟୟନରେ ୨୮ଟି ସବୁଜ ଭାଲୁ୍ୟ ଚେନ୍ ଚିହ୍ନଟ କରାଯାଇଛି । ଯେଉଁଥିରେ ସାମୁଦ୍ରିକ ଶୈବାଳ ଚାଷ ଏବଂ ବାଉଁଶ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଭାସମାନ ସୌର ଏବଂ ଇ-ଆବର୍ଜନା ପୁନଃଚକ୍ରଣ ପର୍ଯ୍ୟନ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ । ପ୍ରଥମ ଥର ପାଇଁ ସିଇଇଡବ୍ଲୁ୍ୟ ତରଫରୁ ଅଧ୍ୟୟନ କରାଯାଇ ଓଡ଼ିଶାରେ କିପରି ଏକ ସବୁଜ ଅର୍ଥନୀତି ନିଯୁକ୍ତି, ଅଭିବୃଦ୍ଧି ଏବଂ ସ୍ଥାୟିତ୍ୱ ପ୍ରଦାନ କରିପାରିବ ତାହା ଚିହ୍ନଟ କରାଯାଇଛି । ଏନର୍ଜି ଟ୍ରାଞ୍ଜିସନରେ ପ୍ରାୟ ୧୬ଟି ଭାଲୁ୍ୟ ଚେନ୍ ଯେପରିକି ସୌରଶକ୍ତି, ପବନ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ ସିଷ୍ଟମ୍ ଏବଂ ବୈଦୁ୍ୟତିକ ଯାନ ନିର୍ମାଣ ଆଦି ରହିଛି । ୨୦୩୦ ସୁଦ୍ଧା ୧.୫ ଲକ୍ଷ କୋଟି ପୁଞ୍ଜି ନିବେଶକୁ ଏହା ଆକର୍ଷିତ କରିପାରିବ ଏବଂ ୪ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ । ଏହା ବ୍ୟତୀତ, ସ୍ଥାୟୀ ପ୍ୟାକେଜିଂ, କୃଷି ପାଇଁ ଜୈବିକ ପ୍ରୟାସ, ହେନ୍ତାଳବଣ ପୁନରୁଦ୍ଧାର, କୃଷି ବନୀକରଣ ଏବଂ ସାମୁଦ୍ରିକ ଶୈବାଳ ଚାଷ ଭଳି ଜୈବ-ଅର୍ଥନୀତି ଏବଂ ପ୍ରକୃତି-ଆଧାରିତ ସମାଧାନଗୁଡିକ ଓଡ଼ିଶାର ଅର୍ଥନୀତିକୁ ୨୬,୦୦୦ କୋଟି ଟଙ୍କା ଯୋଗଦାନ କରିବା ସହିତ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବ । ସିଇଇଡବ୍ଲୁ୍ୟ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ପୁନଃଚକ୍ରଣ ଏବଂ ପୁନଃବ୍ୟବହାର ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏକ ସର୍କୁଲାର ଇକୋନୋମିକୁ ପ୍ରୋସôାହିତ କରିବା ଦ୍ୱାରା ୨୦୩୦ ସୁଦ୍ଧା ୩୦୦୦୦ରୁ ଅଧିକ ନୂତନ ନିଯୁକ୍ତି ଏବଂ ୧୦୦୦୦ କୋଟି ଟଙ୍କାର ବଜାର ସୁଯୋଗ ସୃଷ୍ଟି ହୋଇପାରିବ ।