ଓମର ଅବଦୁଲ୍ଲା ହେବେ ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ

omar abadulla

ଓମର ଅବଦୁଲ୍ଲା ହେବେ ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନାସନାଲ କନଫେରେନ୍ସ ନେତା ଓମାର ଅବଦୁଲ୍ଲା ହେବ ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ  । ଦଳର ସଭାପତି ତଥା ଓମାରଙ୍କ ବାପା ଫାରୁକ ଅବଦୁଲ୍ଲା ଏହି ଘୋଷଣା କରିଛନ୍ତି  । ଜାମ୍ମୁକାଶ୍ମୀରରେ ନାସନାଲ କନଫେରେନ୍ସ ଓ କଂଗ୍ରେସ ବାଜିମାତ କରିଛନ୍ତି  । 
ଜାମ୍ମୁକାଶ୍ମୀରରେ ନାସନାଲ କନଫେରେନ୍ସ ୪୧ ଆସନରେ ଆଗୁଆ ଥିବାବେଳେ ବିଜେପି ୨୯ ଆସନରେ ଆଗୁଆ ରହିଛି  । କଂଗ୍ରେସ ୬ ଆସନରେ ଆଗୁଆ ଥିବାବେଳେ ପିଡ଼ିପି ୪ ଆସନରେ ଅଗ୍ରଣୀ ହାସଲ କରିଛି  । ଅପରପକ୍ଷରେ ଜେପିସି ୧, ସିପିଆଇଏମ ୧, ଆମ ଆଦମୀ ପାର୍ଟି ୧ ଓ ସ୍ୱାଧୀନ ଭାବେ ୭ ଜଣ ଆଗୁଆ ରହିଛନ୍ତି  ।