ବାଲିଯାତ୍ରା ପାଇଁ ସଜେଇ ହେଉଛି ମେଳା ପଡ଼ିଆ

ବାଲିଯାତ୍ରା (ବୋଇତ ବନ୍ଦାଣ ବା ଡଙ୍ଗାଭସା) ଏକ ମହାନ ଓଡ଼ିଆ ପର୍ବ । ବାଲିଯାତ୍ରା ହେଉଛି ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଗାଥା । ପୂର୍ବ କାଳରେ ଉକôଳର ସାଧବ ପୁଅମାନେ ନିଜ ବୋଇତରେ ଜାଭା, ସୁମାତ୍ରା, ବାଲି ଓ ବୋର୍ଣ୍ଣିଓ ଆଦି ଦୀପକୁ ବଣିଜ କରିବାକୁ ଯାଉଥିଲେ । ସେହି ଉକôଳୀୟ ନୌବାଣିଜ୍ୟ ପରମ୍ପରାର ମହାନ ସ୍ମୃତିକୁ ଜନମାନସରେ ଉଜ୍ଜୀବିତ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆ-କା-ମା-ବୈ ବୋଲି ଡଙ୍ଗା ଭସାଇଥାନ୍ତି । ଏବଂ ସେହିଦିନଠାରୁ ବାଲିଯାତ୍ରା ଆରମ୍ଭ ହୋଇଥାଏ । ଚଳିତବର୍ଷ ନଭେମ୍ବର ୧୫ ତାରିଖରୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ବାଲିଯାତ୍ରା ପାଇଁ ସଂପ୍ରତି ସଜେଇ ହେଉଛି ମେଳା ପଡ଼ିଆ । ମହାନଦୀ ତଟର କୋଳାହଳ କହୁଛି ‘ବାଲିଯାତ୍ରା ଆସୁଛି’ ।
କଟକରୁ ପ୍ରଣବ କୁମାର ନନ୍ଦି ଉଭୟ ପଡ଼ିଆରେ ବାଲିଯାତ୍ରା ପାଇଁ ଅନୁମତି
ଚଳିତବର୍ଷ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଲାଗି ଷ୍ଟଲ ପଡ଼ିବ । କ୍ୟାଣ୍ଟେନମେଣ୍ଟ ଥାନା ନିକଟସ୍ଥ ସିଲିଭର ସିଟି ବୋଟିଂ କ୍ଲବ ରାସ୍ତା ପର୍ଯ୍ୟନ୍ତ ରିଂଗ ବନ୍ଧକୁ ସବୁଜ ବଳୟ ମଧ୍ୟରେ ରଖାଯିବ । ଯେପରି ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଜରୁରୀ ଯାନଗୁଡ଼ିକ ଯାତାୟତ କରିପାରିବ । ଏହାଛଡ଼ା ରିଂଗ ବନ୍ଧ ଫୁଟପାଥରେ ଉଠାଦୋକାନୀ କିମ୍ବା ଛୋଟ ବ୍ୟବସାୟୀ ବସିପାରିବେ ନାହିଁ । ନଭେମ୍ବର ୭ ତାରିଖ କଟକ ସମସ୍ୟା ସଂକ୍ରାନ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଆଦେଶ ଦେବା ସହ ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରା ଷ୍ଟଲ ପକାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ଚଳଚଞ୍ଚଳ ହୋଇ ଉଠିଛି ମେଳା ପଡ଼ିଆ
ଚଳିତବର୍ଷ ଉପର ପଡ଼ିଆରେ ଛୋଟବଡ଼ ପାଖାପାଖି ୭୫୦ଷ୍ଟଲ ପଡ଼ିବ । ପଡ଼ିଆ ମଧ୍ୟରେ ମୋଟ ୧୨ଟି ଧାଡ଼ିରେ ଷ୍ଟଲ ରହିବ । ସବୁ ବର୍ଷ ଭଳି ଖାଦ୍ୟ ଷ୍ଟଲଗୁଡ଼ିକ ଗଡ଼ଗଡ଼ିଆ ମନ୍ଦିରରୁ ଗଡ଼ଖାଇ ରାସ୍ତା ପର୍ଯ୍ୟନ୍ତ ରହିବ । ମେଳା ପଡ଼ିଆରେ ଉଭୟ ସରକାରୀ ଓ ବେସରକାରୀ ଷ୍ଟଲ ପଡ଼ିବ ।
ଲାଗିଲା ସ୍ୱାଗତ ତୋରଣ
ବାଲିଯାତ୍ରା ପାଇଁ ସହରର ପ୍ରବେଶପଥ ସମେତ ବିଭିନ୍ନ ସ୍ଥାନରେ ସ୍ୱାଗତ ତୋରଣ ଲାଗିବ । ଫୁଲନଖରା, ଜଗତପୁର, ନୂଆପାଟଣା, ସିଆରଆରଆଇ, ନିଆଳି, ଜୁଡ଼ିସିଆଲ ଏକାଡେମୀ ଛକ ଆଦି ୯ଟି ସ୍ଥାନରେ ସ୍ୱାଗତ ତୋରଣ ଲାଗିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ତୋରଣରେ ସାଧବପୁଅଙ୍କ ନୌବାଣିଜ୍ୟ ଯାତ୍ରା, ବାଲିଯାତ୍ରା ଐତିହ୍ୟ ଏବଂ ଓଡ଼ିଆ ସଂସ୍କୃତିର ଛିଟା ସ୍ଥାନ ପାଇବ ।
ଚଳିତ ଥର ଆସିଛି ୨୫ ଦୋଳି
ବାଲିଯାତ୍ରା ପାଇଁ ଚଳିତ ଥର ଆସିଛି ୫୨ଟି ଦୋଳି । ‘ସୁନାମି ଦୋଳି’ ସବୁଠୁ ଆକର୍ଷଣ ହେବାକୁ ଯାଉଛି । ଓଡ଼ିଶାରେ ଏହାର ପ୍ରଥମ ପ୍ରବେଶ । ମେଳାରେ ସର୍ବମୋଟ ୩ଟି ସୁନାମି ଦୋଳି ପଡ଼ିବ, ଯାହାକି ଯୁବବର୍ଗଙ୍କୁ ବେଶ ଆକର୍ଷିତ କରିବ । ସେହିପରି ସିଙ୍ଗଲ ଟାୱାର ଦୋଳି ମଧ୍ୟ ନୂଆ ଭାବେ ବାଲିଯାତ୍ରାକୁ ଆସୁଛି । ଏହି ଦୁଇଟି ଦୋଳି ଖୁବ୍ ରୋମାଞ୍ଚକ ରହିବ । ପ୍ରତି ଟିକେଟର ମୂଲ୍ୟ ପାଖାପାଖି ୧୦୦ଟଙ୍କା ରହିବ । ଏହାଛଡ଼ା ରେଞ୍ଜର ଦୋଳି, ରାମଦୋଳି, ବ୍ରେକଡ୍ୟାନ୍ସ ଦୋଳି, ଡ୍ରାଗନ ଦୋଳି ମଧ୍ୟ ମେଳାକୁ ଆସିବ । ସେହିପରି ଟେରାଟୋରା ଦୋଳି, ନୌକା ଦୋଳି, ଚାନ୍ଦତାରା ଦୋଳି, ଅକ୍ଟୋପସ ଦୋଳି ମଧ୍ୟ ମେଳାକୁ ଆସିବ । ଯାହା ତରୁଣ ତରୁଣୀଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ । ଏହି ଦୋଳିର ଟିକେଟ ମୂଲ୍ୟ ଜଣେ ପିଛା ୮୦ରୁ ୧୦୦ଟଙ୍କା ମଧ୍ୟରେ ରହିବ ।
କଟକ-ଇନ-କଟକରେ ଓଡ଼ିଆ ସିନେମାର ଥିମ
ଚଳିତବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ପୁରୁଣା ଓଡ଼ିଆ ସିନେମା ଥିମର ଅନୁଭୂତି ପାଇବେ ଦର୍ଶକ । କଟକ-ଇନ-କଟକ ପ୍ରବେଶ ଦ୍ୱାରରେ ବାରବାଟୀ ଦୁର୍ଗର ସ୍ୱାଗତ ତୋରଣ ହେଉଥିବାବେଳେ ଭିତରେ ଓଡ଼ିଆ ସିନେମାର ବିଭିନ୍ନ ପ୍ରତିଛବି ସ୍ଥାନ ପାଇବ । ଏଥିସହ ଏକ ମିନି ଥିଏଟରରେ ପୁରୁଣା ଓଡ଼ିଆ ସିନେମା ପ୍ରଦର୍ଶିତ ହେବ । ସେହିପରି ସେଲ୍ଫି ପଏଣ୍ଟରୁ ଆରମ୍ଭ କରି ଦର୍ଶକଙ୍କ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଡାଇଲଗ କହିବାକୁ ଏକ ମଞ୍ଚ ପ୍ରସ୍ତୁତ ହେବ ବୋଲି ଇଭେଣ୍ଟ ମ୍ୟାନେଜର ଭବେଶ ସ୍ୱାଇଁ ସୂଚନା ଦେଇଛନ୍ତି ।
ମୁଖ୍ୟ ଆକର୍ଷଣ ଓରମାସ ଷ୍ଟଲ
ତଳ ପଡ଼ିଆରେ ଓରମାସ ଷ୍ଟଲରେ ବିଭିନ୍ନ ସାମଗ୍ରୀ ବିକି୍ର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥାଏ । ଚଳିତ ବର୍ଷ ଓରମାସ ଷ୍ଟଲ ସଂଖ୍ୟା ୫୦୦ରୁ ଊଦ୍ଧ୍ୱର୍ ରହିବ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବ୍ୟବସାୟୀ ତାଙ୍କର ହାତତିଆରି ସାମଗ୍ରୀ ନେଇ ଓରମାସ୍ରେ ପସରା ଖୋଲିବାକୁ ଯାଉଛନ୍ତି । ଓରମାସ ଷ୍ଟଲ, କଣ୍ଟ୍ରୋଲ ରୁମ ଓ ଷ୍ଟଲରେ ଥିବା ସାମଗ୍ରୀକୁ ୫କୋଟି ଟଙ୍କାରେ ବୀମାଭୁକ୍ତ କରାଯାଇଥିବା ଓରମାସର ଯୁଗ୍ମ କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ ବିପିନ ରାଉତ ସୂଚନା ଦେଇଛନ୍ତି ।
ବଲିଓଡ ଓ ଓଲିଉଡର କଳାକାରଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ
ଚଳିତ ବାଲିଯାତ୍ରାର ଆକର୍ଷଣ ସାଜିବ ବଲିଉଡ ଓ ଓଲିଉଡର ଲୋକପି୍ରୟ କଣ୍ଠଶିଳ୍ପୀ ଓ ସଂଗୀତ ନିଦେ୍ର୍ଦଶକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ । ଉଦ୍ଘାଟନୀ ଉତ୍ସବ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆମମ୍ଭ କରି ନଭେମ୍ବର ୨୨ ଉଦ୍ୟାପନୀ ଦିବସ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ବିଭିନ୍ନ ଶିଳ୍ପୀମାନେ ସେମାନଙ୍କ ମନଛୁଆଁ ସଂଗୀତର ଯାଦୁରେ ଦର୍ଶକମାନଙ୍କୁ ମତୱାଲା କରିବେ । ନଭେମ୍ବର ୧୫ ଉଦ୍ୟାପନୀ ସନ୍ଧ୍ୟାରେ ବିଶିଷ୍ଟ ଗଜଲ ଗାୟକ ପଦ୍ମଶ୍ରୀ ଅନୁପ ଜଲୋଠା ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ । ପଦ୍ମଶ୍ରୀ ସୋନୁ ନିଗମ ଓ ପଦ୍ମଶ୍ରୀ ସୁରେଶ ୱାଡ଼େକର ସେମାନଙ୍କ ସଂଗୀତର ଜଲୱା ପରିବେଷଣ କରିବେ । ଏହାଛଡ଼ା କିମ୍ବଦନ୍ତୀ ଓଡ଼ିଆ କଣ୍ଠଶିଳ୍ପୀ ତାନସେନ ସିଂହ, ପଙ୍କଜ ଜାଲ, ଅସୀମା ପଣ୍ଡା, ଟି ସଉରୀ, କୁମାର ବାପି, କୂଲଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ ପ୍ରମୁଖ ବିଭିନ୍ନ ସନ୍ଧ୍ୟାରେ ସେମାନଙ୍କ କଣ୍ଠର ଯାଦୁରେ ଦର୍ଶକଙ୍କୁ ବିମୋହିତ କରିବେ ।