ଓଡିଶାକୁ ୧୦,୫୯୯ କୋଟି : ରେଳ ବଜେଟ୍
ରେଳ ବଜେଟ୍ ଆସିଲା। ଓଡିଶା ପାଇଁ ରେଳ ବଜେଟ୍ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ବଜେଟରେ ଓଡିଶାକୁ ମିଳିଛି ୧୦,୫୯୯ କୋଟି ।
ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ୨୦୪୬ କିମି ନୂଆ ଟ୍ରାକ୍ ନିର୍ମାଣ ହୋଇଛି । ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍ ମାଲେସିଆରେ ଥିବା ଟ୍ରାକଠୁ ଅଧିକ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ଏହାସହ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ରାଜ୍ୟରେ ୧୯୦୦ କିମି ଟ୍ରାକରେ କବଚ ଲାଗିବା କାମ ସରିଛି । ଆସନ୍ତା ୬ ବର୍ଷରେ ସାରା ଦେଶରେ କବଚ ଲାଗିବା କାମ ସରିବ । ୫୯ଟି ରେଳ ଷ୍ଟେସନର ନବୀକରଣ ହେଉଛି । ଆଗକୁ ଅଧିକ ଟ୍ରେନ ଓଡିଶାରେ ଗଡିବ । କୋଲକାତା -ଚେନ୍ନାଇ ୪ ଲେନ କାମ ଶୀଘ୍ର ସରିବ । କୋଲକାତା-ଭଦ୍ରକ କାମ ଜୋରସୋର ଚାଲିଛି ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।