ବ୍ୟାପିବାରେ ଲାଗିଛି ଝାଡାବାନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଛନ୍ତି। ଦୂଷିତ ପାନୀୟ ଜଳ ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଦୟା ନଦୀ ପାଣିରେ ଭୂତାଣୁ ଥିବା ସନ୍ଦେହରେ ପାଣି ନ ପିଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷେ ଦୟା ନଦୀ ପାଣି ଜହର ପାଲଟିଥିବା ବେଳେ ଦୂଷିତ ପାନୀୟ ଜଳ ଯୋଗୁ ପୁରୀ ଜିଲା କଣାସ ବ୍ଳକ ଗଡ଼ିଶାଗୋଦା ପଂଚାୟତର ଜାଗୁଳାଇ ପଦର ଗାଁରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗକୁ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଥିଲେ।