ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଶେଷ ଅମୃତସ୍ନାନ

ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଶେଷ ଅମୃତସ୍ନାନ

ଆଜି ପୁଣି ପ୍ରୟାଗରାଜରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ମହାସମାଗମ । ଲକ୍ଷାଧିକ ସଂଖ୍ୟକ ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ବିଦେଶୀ ପର୍ଯ୍ୟଟକ ତ୍ରିବେଣି ସଙ୍ଗମରେ ପହଁଚି ଅମୃତ ସ୍ନାନରେ ପବିତ୍ର ବୁଡ ପକାଇଛନ୍ତି । ଦିନ ୧୦ଟା ସୁଦ୍ଧା ୮୯ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇସାରିଥିବାବେଳେ ଅପେକ୍ଷାରେ ଅନେକ ରହିଛନ୍ତି । ଆଖଡାର ସନ୍ଥମାନେ ତ୍ରିବେଣୀ ସଙ୍ଗମ ଘାଟରେ ବୁଡ଼ ପକାଉଛନ୍ତି । ସୋମବାର ପ୍ରତ୍ୟୁଷରେ, ବହୁ ସଂଖ୍ୟକ ଭକ୍ତ ଏବଂ ସାଧୁସନ୍ଥ ସଙ୍ଗମ କୂଳରେ ପହଞ୍ଚି ତ୍ରିବେଣୀରେ ବୁଡ଼ ପକାଇବା ଆରମ୍ଭ କରିଥିଲେ । ଅମୃତ ସ୍ନାନ ପାଇଁ ସଙ୍ଗମ କୂଳକୁ ଯାଉଥିବା ସମୟରେ, ବିଭିନ୍ନ ଆଖଡାର ମହାମଣ୍ଡଳେଶ୍ୱରମାନେ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଦ୍ୱିତୀୟ ଅମୃତ ସ୍ନାନ ସମୟରେ ମହାକୁମ୍ଭରେ ଦଳାଚକଟା ଯୋଗୁଁ, ତୃତୀୟ ଅମୃତ ସ୍ନାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମହାକୁମ୍ଭର ତୃତୀୟ ଅମୃତ ସ୍ନାନ ପାଇଁ, ଶ୍ରୀ ପଞ୍ଚଦଶନମ ଜୁନା ଆଖଡା, ଶ୍ରୀ ପଞ୍ଚଦଶନମ ଆବାହନ ଆଖଡା ଏବଂ ଶ୍ରୀ ପଞ୍ଚାଗ୍ନି ଆଖଡା ପ୍ରଥମେ ସଙ୍ଗମରେ ବୁଡ଼ ପକାଇଥିଲେ । 

ଏହି ତିନୋଟି ଆଖଡ଼ାର ସନ୍ଥମାନେ ସଙ୍ଗମ କୂଳକୁ ଯାତ୍ରା କରିଥିଲେ । ଏହା ପରେ ଏହି ଆଖଡାଗୁଡ଼ିକ ସାଢ଼େ ଛଅଟାରେ ସଙ୍ଗମ କୂଳରେ ପହଞ୍ଚିଲେ । ସ୍ନାନ ପରେ, ଏହି ଆଖଡାଗୁଡ଼ିକ ସକାଳ ୭ଟା ୨୫ରେ ନିଜ ନିଜ ଶିବିରକୁ ଫେରୁଛନ୍ତି ।ଏହା ପରେ, ବୈରାଗୀ ଆଖଡ଼ା ଅଧୀନରେ, ଅଖିଳ ଭାରତୀୟ ଶ୍ରୀ ପଞ୍ଚ ନିର୍ବାଣୀ ଆନି ଆଖଡ଼ା ଅମୃତ ସ୍ନାନ କରିବା ପାଇଁ ସଙ୍ଗମରେ ପହଞ୍ଚିଥିଲ । ସନ୍ଥ ସକାଳ ସଙ୍ଗମ ଘାଟରେ ପହଞ୍ଚିଥିଲେ । ଏହା ପରେ, ସମସ୍ତ ସାଧୁସନ୍ଥମାନେ ତିରିଶ ମିନିଟ ପାଇଁ ସଙ୍ଗମରେ ବୁଡ଼ ପକାଇଛନ୍ତି ଅଖିଳ ଭାରତୀୟ ଶ୍ରୀ ପଞ୍ଚ ଦିଗମ୍ବର ଆନି ଆଖଡ଼ାର ସନ୍ଥମାନେ ସ୍ନାନ ପାଇଁ ସଙ୍ଗମ ଅଭିମୁଖେ ଯିବେ । ଏହି ଆଖଡାର ସନ୍ଥମାନେ ଶିବିରରୁ ସଙ୍ଗମ ଅଭିମୁଖେ ଯାତ୍ରା କରିବେ । ସମସ୍ତ ସାଧୁସନ୍ଥ ସଙ୍ଗମ କୂଳରେ ପହଞ୍ଚିବେ । ଯେଉଁଠାରେ ସ୍ନାନ କରି ତାଙ୍କ ଶିବିରକୁ ଯାଉଛନ୍ତି । ତେବେ ଗତ ଅମୃତ ସ୍ନାନରେ ଘଟିଥିବା ଦଳଚକଟା ଯେପରି ପୁର୍ନବା ନହୁଏ ଏନେଇ ଧ୍ୟାନ ଦେଇଛନ୍ତି ସରକାର୍ର । ତେବେ ଏଥରକ ଅମୃତ ସ୍ନାନରେ ବେଶ ଅଧକି ବିଦେଶୀ ଭକ୍ତଙ୍କ ଭିଡ ଜମିଛି । ପ୍ରାୟ ୨୦ ଦେଶର ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଁଚିଛନ୍ତି ।

ମହାକୁମ୍ଭର ଶେଷ ’ଅମୃତ ସ୍ନାନ’, ସୁରକ୍ଷା କଡ଼ାକଡ଼ି 
- ମହାକୁମ୍ଭର ଶେଷ ଅମୃତ ସ୍ନାନ
- ତ୍ରିବେଣୀରେ ୧୩ ଆଖାଡ଼ା କରୁଛନ୍ତି ସ୍ନାନ 
- ଦିନ ୧୦ଟା ସୁଦ୍ଧା ୮୯ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଲେ
- ଭାରତ ସମେତ ୨୦ଦେଶର ବିଦେଶୀ ଭକ୍ତଙ୍କ ଭିଡ
- ୬୩ଟି ଅତିରିକ୍ତ ଘାଟର ବ୍ୟବସ୍ଥା
- ୧୦କିଲୋମିଟର ଦୀର୍ଘ ଲମ୍ବ ପର୍ଯ୍ୟନ୍ତଙ୍କ ଭିଡ଼
- ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ
- ରାତି ୩ରୁ ମନିଟର ରୁମରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
- ୧୪ ଜାନୁଆରୀରେ ଏବେ ସୁଦ୍ଧା ୩୫କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ସୂଚନା
- ଆଜି ୪କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା