ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ଉଦଘାଟିତ


ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: ଦାନଗଦୀ ବ୍ଲକ ଓଲ୍ଲଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଦ୍ୱାରା ନିର୍ମିତ ନୂତନ ଶ୍ରେଣୀଗୃହକୁ ଏନ୍ଆଇଏନ୍ଏଲ୍ର ପରିଚାଳନା ନିଦେ୍ର୍ଦଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର କୁମାର ମେହେଟ୍ଟା ଉଦ୍ଘାଟନ କରିଛନ୍ତି । ଓଲ୍ଲଳ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍ଥାନୀୟ କମୁ୍ୟନିଟି ସଦସ୍ୟ ଏବଂ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟମାନେ ସାମିଲ ହୋଇଥିଲେ । ୧୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଏହି ଶ୍ରେଣୀଗୃହ ଆଖପାଖ ଗ୍ରାମାଞ୍ଚଳ ଓ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ପାଇଁ ସକାରାତ୍ମକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବ । ଆଖପାଖ ଗାଁର ପ୍ରାୟ ୧୯୦ ଜଣ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶୈକ୍ଷିକ ବାତାବରଣ ପ୍ରଦାନ କରିବ ।  ଏହି ଅବସରରେ ଏନଆଇଏନଏଲ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ, ଫୁଟ ବଲ, ଫ୍ଲାଇଂଡିଶ, ଦଉଡିଡିଆଁ ଏବଂ ବ୍ୟାଟ ଭଳି ବିଭିନ୍ନ କ୍ରୀଡା ଉପକରଣ ଆଦି ପ୍ରଦାନ କରିଥିଲେ ।