ଭିନ୍ନମତକୁ ସମ୍ମାନ ଜଣାଇବା ଦରକାର : ଦେବୀ
ଭୁବନେଶ୍ୱର : ପ୍ରଭାତ ତ୍ରିପାଠୀଙ୍କ ପ୍ରକରଣରେ ଏଯାବତ୍ ନୀରବ ଥିବା ଯୁବନେତା ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆଜି ମୁହଁ ଖୋଲିଛନ୍ତି । ସେ ସିଧା ସିଧା କହିଛନ୍ତିଯେ, ବିଜେଡ଼ି ଏକ ଗଣତାନ୍ତ୍ରିକ ଦଳ । ଏଥିରେ ଭିନ୍ନ ମତ ରହିବା ସ୍ୱାଭାବିକ । ବିଜେଡ଼ି ବି ଭିନ୍ନମତକୁ ଗ୍ରହଣ କରେ । ଅନ୍ୟମାନେ ଭିନ୍ନମତକୁ ସମ୍ମାନ ଜଣାଇବା ଦରକାର ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୱାକଫ ବିଲ୍ ପ୍ରସଙ୍ଗରେ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ ପ୍ରଭାତ । ପରେ ଏନେଇ ନବୀନ ମଧ୍ୟ ବିବୃତ୍ତି ରଖି ପ୍ରଭାତ ଆଉ ଦଳରେ ନାହାନ୍ତି ବୋଲି କହିଥିଲେ । ଯାହାକୁ ନେଇ ବିଜେଡ଼ିରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ନବୀନଙ୍କ ମୁହଁରେ ମହାମିଥ୍ୟା କୁହାଗଲା ବୋଲି କହି ପ୍ରଭାତ ପାଲଟା ଜବାବ ଦେଇଥିଲେ । ସେହିପରି ଦଳ ପାଇଁ ସେ କ’ଣ କରିଛନ୍ତି ସେନେଇ ବି ସାମ୍ବାଦିକ ସମ୍ମିଳନୀରେ କହିବା ସହ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ୍ କରିଥିଲେ ।