ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବିପତ୍ର 

 କେନ୍ଦ୍ରାପଡା: ନିଖିଳ ଓଡିÿଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂହଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଅନୁବନ୍ଧିତ ମହିଳା ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ, ଫେରସ୍ତ କରାଯାଇ ଥିବା ମହିଳା ନିର୍ମାଣ ଶ୍ରମିକଙ୍କ ଦରଖାସ୍ତ ଗ୍ରହଣ କରାଯାଇ ପରିଚୟ ପତ୍ର ପ୍ରଦାନ କରିବା । ୨୦୨୦ ରେ ହୋଇଥିବା ଶିକ୍ଷାବୃତି ଦରଖାସ୍ତକୁ ବିଚାର କରାଯାଇ ଶ୍ରମିକଙ୍କ ପିଲାଙ୍କୁ ବୃତିରାଶି ପ୍ରଦାନ କରାଯିବା, ଅଫ୍ଲାଇନରେ କରାଯାଇ ଥିବା ଝିଅ ବିଭାଘର ଦରଖାସ୍ତ ତୁରନ୍ତ ବିଚାର କରାଯାଇ ଅନୁଦାନ ପ୍ରଦାନ କରିବା, ବିଭିନ୍ନ କାରଣରୁ ପଡି ରହିଥିବା ମଞ୍ଜୁରି ପ୍ରାପ୍ତ ଅନୁଦାନ ତୁରନ୍ତ ପୁରଣ କରିବା ଆଦି ଦାବି ଗୁଡିକ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ତ୍ରିପାଠୀଙ୍କ ସହିତ କାମିନୀ ମିଶ୍ର, ମନୋଜ ପରିଡା, ବାହାଲି ଟୁଡୁ, ଅନିରୁଦ୍ଧ ପୃଷ୍ଟି, ବିଶ୍ୱମ୍ବର ଗିରି, ଅକ୍ଷୟ ଲେଙ୍କା, ଭଗବାନ ବେହେରା, ପ୍ରଦିପ୍ତ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ଦାବି ଗୁଡିକୁ ତୁରନ୍ତ ସମାଧାନ କରି ଅର୍ଥରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ।