ଅନନ୍ତ ବାସୁଦେବଙ୍କ ପୂଜା 


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ଆନନ୍ଦପୁରର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଭୁ ଅନନ୍ତ ବାସୁଦେବଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୌରାଞ୍ଚଳ ୬ ନମ୍ବର ୱାର୍ଡର ସର୍ବ ପୁରାତନ ଅନନ୍ତବ୍ରତ ଗୋଠ ପୂଜା ଇଂକିରନ ପାଢ଼ୀଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରତୁ୍ୟଷରୁ ସଂକଳ୍ପ କର୍ତ୍ତା ପବିତ୍ର ବୈତରଣୀ ନଦୀ କୂଳରେ କଳସ ପୂଜା, ନାଗ ପୂଜା ପରେ ପବିତ୍ର ଜଳ ଆଣି ଶକ୍ତି ପୀଠରେ ସ୍ଥାପନା କରିଥିଲେ । ମଧ୍ୟାହ୍ନରେ ପ୍ରଭୁ ଅନନ୍ତ ବାସୁଦେବ, ଅନନ୍ତ ବାସୁଦେବଙ୍କ ଚଳନ୍ତି ପ୍ରତୀମା ପ୍ରଭୁ ଶାଳଗ୍ରାମ ଏବଂ ନାଗ ଦେବତାଙ୍କୁ ବିଧିବଦ୍ଧ ଭାବେ ପୂଜା ସ୍ଥଳୀକୁ ଘଣ୍ଟଘଣ୍ଟା ଶଙ୍ଖ ହୁଳହୁଳିର ତାଳେ ତାଳେ ଅଣାଯାଇଥିଲା । କିଛି ସମୟର ବିଶ୍ରାମ ପରେ ପ୍ରଭୁ ଅନନ୍ତ ବାସୁଦେବ ଶତାଧିକ ମାନସିକ ଧାରୀ ଭକ୍ତଙ୍କୁ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥିଲେ । ସାଧାରଣତଃ ଏହି କଠିନ ପୂଜାକୁ ପୁତ୍ର ସନ୍ତାନ ପ୍ରାପ୍ତି, ଧନସମ୍ପଦି ପ୍ରାପ୍ତି ଏବଂ ମନୁଷ୍ୟ ଜନ୍ମରୁ ମୁକ୍ତିପ୍ରାପ୍ତି ହୋଇ ବୈକୁଣ୍ଠ ପ୍ରାପ୍ତି ନିମନ୍ତେ ମାନସିକଧାରୀ ମାନେ ପାଳନ କରନ୍ତି । ଯଜମାନ କାର୍ଯ୍ୟ ଇଂ କିରନ ପାଢ଼ୀ ଏବଂ ପନôୀ କବିତାରାଣୀ ଦୀକ୍ଷିତ ତୁଲାଇଥିବା ବେଳେ ପୂଜକ ଗୌରଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ସଦସ୍ୟ ମାନସ ରଞ୍ଜନ ପାଢ଼ୀ, ନିର୍ମାଲ୍ୟ ପ୍ରସାଦ ପାଢ଼ୀ, ସରୋଜ ରାମ, ସାଇରୁଦ୍ର ରାମ, ବିକି ରାମ, କଳ୍ପନା ରାଉତ, ଆଦିତ୍ୟ ପତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।