ପଞ୍ଜାବକୁ ଝଟକା

 ନୂଆଦିଲ୍ଲୀ : ପଞ୍ଜାବ କିଙ୍ଗସକୁ ବଡ଼ ଝଟକା । ଦଳର ଦ୍ରୁତ ବୋଲର ଆହତ । ଯାହାକୁ ନେଇ ଶ୍ରେୟସ ଆୟର ଏବଂ ତାଙ୍କ ଦଳ ପାଇଁ ନିରାଶଜନକ ଖବର । ଦଳରେ ସାମିଲ ଥିବା ଦ୍ରୁତ ବୋଲର ଲକି ଫର୍ଗୁସନ୍ ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି । ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ୍ ସମୟରେ ଲକି ଗୁରୁତର ଆହତ ହୋଇଥିଲେ । ଏହାପରେ ସେ ପଡ଼ିଆ ଛାଡି ଦେଇଥିଲେ । ଲକି ଫର୍ଗୁସନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାହାରେ ଅଛନ୍ତି । ଟୁର୍ଣ୍ଣାମେଣ୍ଟ ଶେଷ ସୁଦ୍ଧା ସେ ଫେରିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଷଷ୍ଠ ଓଭରର ଦ୍ୱିତୀୟ ବଲରେ ଫର୍ଗୁସନ୍ଙ୍କ ବାମ ଗୋଡ଼ରେ, ଅଣ୍ଟା ତଳେ ଆଘାତ ଲାଗିଥିଲା ।