ବନବିଭାଗର ଚଢଉ, କାଠଗଣ୍ଡି ଜବତ
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଂଚାୟତ ଅନ୍ତର୍ଗତ ସୋନପୁର ଡିଏନକେ ଗ୍ରାମରେ ବୁଧବାର ଏକ ପିକପରେ କାଠଗଣ୍ଡି ଆସୁଥିବା ବେଳେ ବନବିଭାଗ ଜବତ କରିଥିଲା । ବୁଧବାର ରାତି ଠାରୁ ଗୁରୁବାର ଦିନ ସକାଳ ପର୍ଯ୍ୟନ୍ତ ଛତିଶଗଡ଼ ଏବଂ ଓଡିଶା ବନବିଭାଗର ମିଳିତ ଚଢ଼ାଉ କରି ଜବତ କରିଥିଲେ । ଦଶ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ସାମଗ୍ରୀ ଜବତ କରିଛି ବନବିଭାଗ । ପ୍ରଥମେ ଅଂଚଳର ସମସ୍ତ ରାସ୍ତାକୁ ସିଲ କରିବା ପରେ ଆରମ୍ଭ ହୋଇଥିଲେ ଏହି ଚଢଉ । କାଠଗଣ୍ଡି ନେଇ ଆସୁଥିବା ଏକ ପିକପ ଭ୍ୟାନ ସହ ତିନିଜଣଙ୍କୁ ଗିରଫ କଲେ ବନବିଭାଗ । ବର୍ତ୍ତମାନ ସୁଦ୍ଧା ଜବତ ହେଇଥିବା ଜିନିଷର ଆନୁମାନିକ ମୂଲ୍ୟ ଦଶ ଲକ୍ଷରୁ ଉଦ୍ଧ୍ୱର୍ । ଡିଏଫଓଙ୍କ ନେତୃତ୍ୱରେ ନବରଙ୍ଗପୁର ଏସଇଏଫଓ ସୁବାସ ଖୁଣ୍ଟିଆଙ୍କ ସମେତ ଜିଲ୍ଲାର କୋଡୀଙ୍ଗା, କୋଷାଗୁମୁଡା, ପାପଡାହାଣ୍ଡି, ଡାବୁଗାଁ, ଝରୀଗାଁ ଓ ରାଇଘରର ୬ଜଣ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ସମେତ ଛତିଶଗଡର ଏସିଏଫଓ ଗୋପାଳ କଶ୍ୟପଙ୍କ ସମେତ ବନବିଭାଗର କର୍ମଚାରୀ ଯୋଗ ଦେଇଥିଲେ ।