ସମ୍ଭାବନା’ ପକ୍ଷରୁ ଚୁଡ଼ାଘଷା ଦିବସ
ଜଟଣୀ: ଜଟଣୀ ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବର୍ଷତମାମ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମମାନ ସଫଳ ଭାବେ ଅନୁଷ୍ଠିତ କରାଯାଉଥିବା ବେଳେ ବିଗତ ବର୍ଷ ଠାରୁ ମଇ ମାସ ୧୬ ତାରିଖକୁ ଚୁଡ଼ାଘଷା ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୌରାଞ୍ଚଳ ଅନ୍ତର୍ଗତ ୮ ନମ୍ବର ୱାର୍ଡର ଶ୍ରୀ ବିଷ୍ଣୁ ମନ୍ଦିର ପରିସରରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି କ୍ଷ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା କଳାକାର ବିଶ୍ୱନାଥ ପଟ୍ଟନାୟକ ମଂଚ ପରି·ଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ବିଷ୍ଣୁ ନିକଟରେ ଥିବା ତାଙ୍କ ସିଂହାସନରେ ଉପବିଷ୍ଟ ଥିବାବଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ତଥା ବିକାଶ ପରିଷଦର ସଭାପତି ବିଜୟ କୁମାର ଛୋଟରାୟ, ଅଧ୍ୟାପକ ବିଜୟ କୁମାର ପଣ୍ଡା, ଶିକ୍ଷାବିତ ସୁଶାନ୍ତ କୁମାର ରାଉତ, ଆଇନଜୀବୀ ଅକ୍ଷାଂଶୁ ଶେଖର ନାୟକ, ଆଇନଜୀବୀ ତଥା ସମାଜସେବୀ ସୌମେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଆରତୀ ରାଉତ, ସାଇ ସେବକ ସୀତାକାନ୍ତ ଶତପଥୀ, ଉଦ୍ୟୋଗପତି ଜଗଦୀଶ ପ୍ରସାଦ ଅଗ୍ରୱାଲ, ପ୍ରମୋଦ କୁମାର ଦାସ, ମନୋଜ କୁମାର ସାହୁ, ବିଧାୟକଙ୍କ ବ୍ୟକ୍ତିଗତ ସଚିବ କଳିଙ୍ଗ ସାହୁ, ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ବଳିଆରସିଂହ, ଅଧ୍ୟାପିକା ଡ ସୁକାନ୍ତି ମହାପାତ୍ର, ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ନାୟକ, ଭୈରବ ସାମଲ, ବିଜୟରାମ ମହାନ୍ତି, ଚିତ୍ତରଞ୍ଜନ ପ୍ରଧାନ, ଜଟଣୀ ବାର ଆସୋସିଏସନ୍ ର ସଭାପତି ଶରତ ପାଇକରାୟ, ନୃତ୍ୟ ପ୍ରଶିକ୍ଷିକା ସୁଚିସ୍ମିତା ରାଉତରାୟଙ୍କ ସମେତ ତିନିଶହରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ