ଧାନମଣ୍ଡି ଉଦଘାଟିତ
ତାଳଚେର: ତାଳଚେର ବ୍ଳକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ସେବାସମବାୟ ସମିତି ପକ୍ଷରୁ ସୋସାଇଟର ସଭାପତି ଅର୍ଜୁନ ମହାନ୍ତିଙ୍କ ସଭାପତିତ୍ୱରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଗୁରୁଜାଙ୍ଗୁଲି ସରପଂଚ ଲିନା ସାହୁ, ସମିତିସଭ୍ୟା ରୁନୁ ସିଂହ, ସନ୍ଥପଡା ସରପଂଚ ସହଦେବ ସାହୁ, ସମିତି ସଭ୍ୟା ବୈଜୟନ୍ତୀ ମହାନ୍ତି, ଆରଏନସିର ଯଦୁମଣି ନାୟକ, ପୁଷ୍ପରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମଣ୍ଡିରେ ଆଜି ଶତାଧିକ ଚାଷୀ ଯୋଗଦେଇ ଉତ୍ପାଦିତ ଧାନକୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ପ୍ରଦାନ କରିଥିଲେ । ଅନୁଗୋଳ କିଷ୍ଣା ରାଇସ ମିଲ୍ଲର ସହାୟତାରେ ୨୫୦କ୍ୱିଟାଂଲ ଧାନ ସଂଗ୍ରହ କରାଯାଇଥିଲା । ସମବାୟ ପକ୍ଷରୁ ଚାଷୀମାନଙ୍କୁ ସମସ୍ତ ସହଯୋଗ ଓ ଚାଷୀମାନେ କିପରି ହଇରାଣ ହରକତ ନହେବେ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଥିଲା ।