୪୦ ହଜାର ଜରିମାନା ଆଦାୟ 


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ରାଜପଥରେ ବେଆଇନ ଭାବେ ପାର୍କିଂ କରିଥିବା ଗାଡ଼ିରୁ ୪୦ହଜାର ଟଙ୍କା ଜରିମାନା ଆଦାୟ କରିଛି ପରିବହନ ବିଭାଗ । ପାଣିକୋଇଲି ଓଭରବ୍ରିଜ ଠାରୁ ପୁରୁଣା ଟୋଲ ଗେଟ ପର୍ଯ୍ୟନ୍ତ ସଂଯୋଗୀ କରଣ ରାସ୍ତା ପାର୍କିଂ ସ୍ଥାନ ପାଲଟିଥିବା ବେଳେ ବାରମ୍ବାର ଚେତାବନି ପରେ ଗାଡ଼ି ଚାଳକ ମାନିବାର ନାଁ ଗନ୍ଧ ଧରୁ ନାହାନ୍ତି । ଏହି କ୍ରମରେ ପରିବହନ ବିଭାଗ ଓ ରାଜପଥ ପୋଟ୍ରୋଲିଂ ପକ୍ଷରୁ ଅଚାନକ ଚଢାଉ କରାଯାଇ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଚଢାଉରେ ରାଜପଥ ପୋଟ୍ରୋଲିଂ ଅଧିକାରୀ ଅଶୋକ କୁମାର ବଳ, ଜୁନିୟର ଏମଭିଆଇ ପ୍ରଦୀପ୍ତ ବେହରା ପ୍ରମୁଖ ସାମିଲଥିଲେ ।